Rakesh Tikait : ସରକାରଙ୍କୁ ସବୁଆଡ଼ୁ‌ ଘେରିବାକୁ ପ୍ରୟାସ: କୃଷକ ନେତା ଟିକାଏତଙ୍କୁ ଭେଟିଲେ ସିଜେପି ମୁଖପାତ୍ର...

Jul 29, 2026 - 17:26
Rakesh Tikait : ସରକାରଙ୍କୁ ସବୁଆଡ଼ୁ‌ ଘେରିବାକୁ ପ୍ରୟାସ: କୃଷକ ନେତା ଟିକାଏତଙ୍କୁ ଭେଟିଲେ ସିଜେପି ମୁଖପାତ୍ର...

"ନୂଆଦିଲ୍ଲୀ, ୨୯/୭: କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କୁ ସବୁଆଡ଼ୁ‌ ଘେରିବାକୁ କକ୍ରୋଚ ଜନତା ପାର୍ଟି (ସିଜେପି) ଓ କୃଷକ ନେତା ରାକେଶ ଟିକାଏତ ଯୋଜନା କରୁଛନ୍ତି।

ସିଜେପି ପ୍ରବକ୍ତା ଆଶୁତୋଷ ରାଙ୍କା ଓ ଟିକାଏତ ମଙ୍ଗଳବାର ଭେଟିଛନ୍ତି।

ରାଙ୍କା କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରକୁ ଚାରି ଆଡ଼ୁ ଘେରିବାକୁ ସିଜେପି ନେତୃତ୍ବରେ ଯୁବ ଓ ଛାତ୍ର ଏବଂ ଟିକାଏତଙ୍କ ନେତୃତ୍ବରେ କୃଷକ ଏକତ୍ର ହେବାକୁ ଆଶା କରାଯାଉଛି।Advertisment ଆହୁରି ପଢ଼ନ୍ତୁ- villagers protest ପାନ ଦୋକାନରେ ବିକ୍ରି ହେଉଥିଲା ନିଶା, ନିଆଁ ଲଗାଇଦେଲେ ଗାଁଲୋକ ଭବିଷ୍ୟତର ରଣନୀତି ଉପରେ ଆଲୋଚନା ବୈଠକରେ ରାଙ୍କା ଓ ଅନେକ ସିଜେପି ନେତା, ଟିକାଏତ ଓ ଭାରତୀୟ କିଷାନ ୟୁନିଅନ (ବିକେୟୁ)ର ସଦସ୍ୟମାନେ ଯୋଗ ଦେଇଥିଲେ।

ସିଜେପି ଅନୁଯାୟୀ, କୃଷକ, ଛାତ୍ର ଓ ଯୁବକମାନଙ୍କୁ ଏକ ସାଧାରଣ ମଞ୍ଚରେ ଏକାଠି କରିବା ପାଇଁ ଭବିଷ୍ୟତର ରଣନୀତି ଉପରେ ଆଲୋଚନା ହୋଇଥିଲା।

ବୈଠକ ପରେ ରାଙ୍କା କହିଛନ୍ତି ଯେ, ସଂଗଠନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଏକ ବ୍ୟାପକ ମେଣ୍ଟ ଗଠନ କରିବାକୁ ଆଶା କରୁଛି।

ଆହୁରି ପଢ଼ନ୍ତୁ- Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ବନ୍ୟା ପାଣିରେ ଭାସିଗଲେ ଯୁବକ; ବ୍ରାହ୍ମଣୀରେ ବନ୍ୟାର ପ୍ରକୋପ ଶନିବାର ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତତ୍‌କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପି ୩୬ ଦିନ ଆନ୍ଦୋଳନ କରିବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବର୍ତ୍ତମାନ ଏହା ଶିକ୍ଷା ସମ୍ବନ୍ଧୀୟ ଦାବି ସହିତ ଚାଷୀ ଓ ଯୁବପିଢ଼ିଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାର ଅଭିଯାନକୁ ବ୍ୟାପକ କରିବାକୁ ଚାହୁଛି।

ସିଜେପି ଅଭିଯୋଗ କରିଛି ଯେ, ଛାତ୍ର ପ୍ରତିବାଦ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନାହିଁ।

ଏହା ଦାବି କରିଛି ଯେ, ଅନେକ ରାଜ୍ୟରେ ଛାତ୍ରମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି।

ବିହାର ଓ ପଶ୍ଚିମବଙ୍ଗରେ ପ୍ରତିବାଦକାରୀଙ୍କ ବିରୋଧ‌ରେ ମାମଲା ରୁଜୁ ହୋଇଥିବାବେଳେ ରାଜସ୍ଥାନ ଭଳି ରାଜ୍ୟରେ ଛାତ୍ରମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଉଛି ବୋଲି ସିଜେପି କହିଛି।

ଛାତ୍ରମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ସିଜେପି ନେତାମାନେ ଟିକାଏତଙ୍କ ସମର୍ଥନ ମଧ୍ୟ ଲୋଡ଼ିଥିଲେ।

ସଂଗଠନ ଚେତାବନୀ ଦେଇଛି ଯେ, ସରକାର ଯଦି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଏହା କୃଷକ ସଂଗଠନ ଓ ଯୁବ ଗୋଷ୍ଠୀଙ୍କ ସହଯୋଗରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।