Rakesh Roshan: ‘କାବିଲ୍ ୨’ ଉପରେ କାମ କରୁଥିଲେ ସଞ୍ଜୟ ଗୁପ୍ତା: ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍

Nov 01, 2026 - 15:16
Rakesh Roshan: ‘କାବିଲ୍ ୨’ ଉପରେ କାମ କରୁଥିଲେ ସଞ୍ଜୟ ଗୁପ୍ତା: ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍ ଦିବଂଗତ ସଞ୍ଜୟ ଗୁପ୍ତା ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି।

ସେ କହିଛନ୍ତି, ସଞ୍ଜୟ ଗତ ଦୁଇ ବର୍ଷ ଧରି ଦୁଇରୁ ତିନୋଟି କାହାଣୀ ଉପରେ କାମ କରୁଥିଲେ।

ତେବେ ସେଥିମଧ୍ୟରୁ କୌଣସି ଗୋଟିଏ କାହାଣୀକୁ ଚୂଡ଼ାନ୍ତ ରୂପ ଦିଆଯାଇପାରି ନଥିଲା। “ସଞ୍ଜୟ 'କାବିଲ୍ ୨'ର ସ୍କ୍ରିପ୍ଟ ଲେଖିଥିଲେ।

ହ୍ରିତିକ୍ ଓ ମୁଁ ଏହାର ସ୍କ୍ରିପ୍ଟ ଶୁଣିଥିଲୁ ଏବଂ ଆମକୁ ଏହା ପସନ୍ଦ ମଧ୍ୟ ଆସିଥିଲା।

ଆମେ ଏହା ଉପରେ କାମ କରୁଥିଲୁ।

ହେଲେ ହଠାତ୍ ଏହି ଘଟଣା ଘଟିଗଲା।” Advertisment “ମୁଁ ବିଦେଶ ରେ ଥିବା ସମୟରେ ସଞ୍ଜୟ ଗୁପ୍ତା ମୋତେ ୟୁଟ୍ୟୁବ୍‌ରେ କିଛି ଜିନିଷ ଦେଖିବାକୁ ପରାମର୍ଶ ଦେଉଥିଲେ।

ସେ ଜଣେ ଭଲ ବନ୍ଧୁ ଏବଂ ଅତ୍ୟନ୍ତ ଉତ୍ତମ ହୃଦୟର ମଣିଷ ଥିଲେ।” “ସେ ଏତେ ଶୀଘ୍ର ଆମକୁ ଛାଡ଼ି ଚାଲିଯିବେ ବୋଲି ମୁଁ କେବେ ଭାବି ନଥିଲି।

ତାଙ୍କ ସହ 'କାବିଲ୍' ଫିଲ୍ମ ନିର୍ମାଣ କରିବା ମୋ ପାଇଁ ଏକ ଭଲ ଅନୁଭୂତି ଥିଲା।

ଯେତେବେଳେ ସେ ହ୍ରିତିକ୍ ଓ ମୋତେ ଫିଲ୍ମର ସ୍କ୍ରିପ୍ଟ ଶୁଣାଇଥିଲେ, ସେହି ସମୟରେ ମୁଁ ତାଙ୍କ ସହ ହାତ ମିଳାଇ କହିଥିଲି ଯେ ଆମେ ଏହି ପ୍ରୋଜେକ୍ଟକୁ ଆଗକୁ ନେବୁ।” ରାକେଶ ରୋଶନ୍ କହିଛନ୍ତି, “ସଞ୍ଜୟ ଜଣେ ଦକ୍ଷ ଟେକ୍ନିସିଆନ୍ ଏବଂ ଯୋଗ୍ୟ ନିର୍ଦ୍ଦେଶକ ଥିଲେ।

'କାବିଲ୍'ର ସୁଟିଂ ସମୟରେ ସେ ମୋତେ ନ ପଚାରି କେବେ ବି କୌଣସି କାମ କରିନଥିଲେ।” ସେ ଆହୁରି କହିଛନ୍ତି, “ସୁଟିଂ ଶେଷ ହେବା ପରେ ମୁଁ ତାଙ୍କୁ କହିଥିଲି ଯେ ସେ ଯେପରି ଭଲ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି, ମୁଁ ହୁଏତ ସେତେ ଭଲ ଭାବେ କରିପାରି ନଥାନ୍ତି।

ମୋତେ ଥରେ ମଧ୍ୟ ଫିଲ୍ମର ସେଟ୍‌କୁ ଯିବାକୁ ପଡ଼ିନଥିଲା।” ରାକେଶଙ୍କ କହିବା ଅନୁଯାୟୀ, ସଞ୍ଜୟ ସୁଟିଂ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ବିଷୟରେ ଆଲୋଚନା କରୁଥିଲେ।

ରାକେଶ ଯେତେବେଳେ ବି ନିଜର ପରବର୍ତ୍ତୀ ଫିଲ୍ମ ନିର୍ମାଣ କରିବା କଥା ଚିନ୍ତା କରୁଥିଲେ, ସେହି ଫିଲ୍ମଟି ସଞ୍ଜୟଙ୍କୁ ଦେବାକୁ ଚାହୁଁଥିଲେ।

ସଞ୍ଜୟଙ୍କ କାମକୁ ପ୍ରଶଂସା କରିଥିଲେ ରାକେଶ ରାକେଶ ରୋଶନ୍ କହିଛନ୍ତି ଯେ, ସଞ୍ଜୟ ଗୁପ୍ତାଙ୍କ ବୈଷୟିକ ଜ୍ଞାନ ଏବଂ ବ୍ୟାବସାୟିକ ଚଳଚ୍ଚିତ୍ର ନିର୍ମାଣର ଦକ୍ଷତା 'କାବିଲ୍' ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା।

ସେ କହିଛନ୍ତି ଯେ, ସଞ୍ଜୟ ସୁଟିଂ ପୂର୍ବରୁ ନିୟମିତ ଭାବେ ତାଙ୍କ ସହ ସୃଜନଶୀଳ ନିଷ୍ପତ୍ତିଗୁଡ଼ିକ ଉପରେ ଆଲୋଚନା କରୁଥିଲେ।

ତାଙ୍କର କାମ କରିବାର ଶୈଳୀ ଏତେ ଉନ୍ନତ ଥିଲା ଯେ, ରାକେଶଙ୍କୁ ଫିଲ୍ମର ସୁଟିଂ ସେଟ୍‌କୁ ଯିବାର ଆବଶ୍ୟକତା ପଡ଼ିନଥିଲା।

Piyush Tripathy: ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)