Rajpal Yadav: ଗୋଟିଏ ସୋ’ରେ ୩୬ଟି ଚରିତ୍ରରେ ନଜର ଆସିବେ ରାଜପାଲ ଯାଦବ

Aug 21, 2026 - 14:16
Rajpal Yadav: ଗୋଟିଏ ସୋ’ରେ ୩୬ଟି ଚରିତ୍ରରେ ନଜର ଆସିବେ ରାଜପାଲ ଯାଦବ

"ମୁମ୍ବାଇ: ଅଭିନେତା ରାଜପାଲ ଯାଦବ ଏବେ ତାଙ୍କର ଦୁଇଟି ବଡ଼ ପ୍ରକଳ୍ପକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ଏକ ସ୍ୱତନ୍ତ୍ର ଆଲୋଚନାରେ ସେ ଏହି ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସେ ଏକ ଆନ୍ତର୍ଜାତୀୟ ଫିଲ୍ମ ସିରିଜ୍‌ରେ ସେ କାମ କରୁଛନ୍ତି।Advertisment ପ୍ରକଳ୍ପର ବଜେଟ୍ ୧୨୦୦ କୋଟି "ଦି କିଙ୍ଗ ଅଫ୍ ୱାଣ୍ଡରଫୁଲ ୱାର୍ଲ୍ଡ" ନାମକ ଏହି ପ୍ରକଳ୍ପ ପ୍ରାୟ ୧୨ଟି ଅଧ୍ୟାୟରେ ନିର୍ମାଣ ହେବ।

ରାଜପାଲଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପର ବଜେଟ୍ ପ୍ରାୟ ୧୨୦୦ କୋଟି ରହିଛି ।ବିଶେଷ କଥା ହୋଉଛି ଏହି କାହାଣୀର ଆଧାର ଭାରତୀୟ ସଂସ୍କୃତି ଏବଂ ମାଟି ସହିତ ଜଡ଼ିତ ହେବ।

ଏହି ସିରିଜ୍‌କୁ ସେ ଏକ ହଲିଉଡ୍ ଫିଲ୍ମ ସିରିଜ୍ ଭାବେ ବର୍ଣ୍ଣନା କରିଛନ୍ତି। "କଳାସ୍ତ୍ର"ରେ ୩୬ଟି ଚରିତ୍ରରାଜପାଲ ଯାଦବଙ୍କ ଦ୍ୱିତୀୟ ପ୍ରକଳ୍ପ ହେଉଛି ଏକ ବଡ଼ ଏକକ ଷ୍ଟେଜ୍ ସୋ" "କଳାସ୍ତ୍ର"।

ଏହି ସୋ"ରେ ସେ ଏକାକୀ ୩୬ଟି ଭିନ୍ନ ଚରିତ୍ରରେ ଅଭିନୟ କରିବେ।ପ୍ରାୟ ୩ ଘଣ୍ଟାର ଏହି ସୋ"ରେ ୨୦ ମିନିଟ୍‌ର ଇଣ୍ଟରଭାଲ୍ ରହିବ।

୨୦୨୭ ମେ" ୨୮, ୨୯ ଓ ୩୦ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମ୍‌ରୁ ଏହାର ଶୁଭାରମ୍ଭ ହେବାକୁ ଯୋଜନା ରହିଛି।

ସେ କହିଛନ୍ତି ଯେ "କଳାସ୍ତ୍ର"ର ଅର୍ଥ ହେଉଛି କଳାର ଅସ୍ତ୍ର।

ତାଙ୍କ ମତରେ, କଳା ଓ ସଂସ୍କୃତି ଲୋକଙ୍କୁ ଯୋଡ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ। "କଳାସ୍ତ୍ର" କେବଳ ଦିଲ୍ଲୀ କିମ୍ବା ଭାରତରେ ସୀମିତ ରହିବ ନାହିଁ।

ରାଜପାଲ ଏହାକୁ ଭବିଷ୍ୟତରେ ବିଦେଶରେ ମଧ୍ୟ ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି।

ଏହି ଦୁଇ ପ୍ରକଳ୍ପ ମାଧ୍ୟମରେ ରାଜପାଲ ଯାଦବ ଭାରତୀୟ କଳା ଓ ସିନେମାକୁ ବିଶ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ରଖିଥିବା କହିଛନ୍ତି।

Ramayana: ରାମାୟଣରେ ୟଶଙ୍କ ଚରିତ୍ରକୁ ପ୍ରଶଂସା କଲେ ହନି ସିଂ ରାଜପାଲ କହିଛନ୍ତି ଯେ ଅନେକ ବର୍ଷ ଧରି ଲୋକମାନେ ତାଙ୍କୁ 'ରାଜପାଲ ନାଇଟ୍' କରିବାକୁ ଦାବି କରୁଥିଲେ, କିନ୍ତୁ ଏକାକୀ କମେଡି ସୋ କରିବା ତାଙ୍କ ପାଇଁ ସହଜ ନଥିଲା। "କଳାସ୍ତ୍ର" ତାଙ୍କୁ ଏକ ପ୍ଲାଟଫର୍ମ ଦେଇଥିଲା ଯେଉଁଥିରେ ସେ ଏକାଠି ଅଭିନୟ କରିବାର ବିଭିନ୍ନ ରଙ୍ଗ ଉପସ୍ଥାପନ କରିବାରେ ସମର୍ଥ ହୋଇଥିଲେ।

ଏବଂ ଏହା କେବଳ ଦିଲ୍ଲୀ ମଧ୍ୟରେ ସୀମିତ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହାକୁ 'ରାଜପାଲ ଯାଦବ ମେଗା ସୋ' ଭାବରେ ଭାରତ ବାହାରକୁ ନିଆଯିବ।

ଅର୍ଥାତ୍ ଗୋଟିଏ ପଟେ ୧୨ଟି ଅଧ୍ୟାୟ ବିଶିଷ୍ଟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଧାରାବାହିକ ଏବଂ ଅନ୍ୟପଟେ ୩୬ଟି ଚରିତ୍ର ବିଶିଷ୍ଟ ଏକକ ସୋ'ରେ ରାଜପାଲ ଯାଦବ ଆଗାମୀ ଦିନରେ ବିଶ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media