Rajinikanth: ୪୦ ବର୍ଷରେ ପ୍ରଥମ ଥର ଫ୍ୟାନ୍‌ଙ୍କ ସହ ‘ଜେଲର ୨’ ଦେଖିଲେ ରଜନୀକାନ୍ତ, ୧୦ ଦିନରେ ୬୬୬ କୋଟି ଆୟ!

Oct 25, 2026 - 15:05
Rajinikanth: ୪୦ ବର୍ଷରେ ପ୍ରଥମ ଥର ଫ୍ୟାନ୍‌ଙ୍କ ସହ ‘ଜେଲର ୨’ ଦେଖିଲେ ରଜନୀକାନ୍ତ, ୧୦ ଦିନରେ ୬୬୬ କୋଟି ଆୟ!

ଚେନ୍ନାଇ: ମେଗା ଷ୍ଟାର ରଜନୀକାନ୍ତ ନିଜ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି।

ନିଜର ନୂଆ ଫିଲ୍ମ 'ଜେଲର ୨'ର ଜବରଦସ୍ତ ସଫଳତା ମଧ୍ୟରେ ରଜନୀକାନ୍ତ ହଠାତ୍ ଚେନ୍ନାଇର ଏକ ଥିଏଟର ରେ ପହଞ୍ଚିଥିଲେ।

ସେଠାରେ ସାଧାରଣ ଦର୍ଶକଙ୍କ ସହ ବସି ପୂରା ଫିଲ୍ମ ଦେଖିଥିଲେ।

ତାଙ୍କୁ ନିଜ ଗହଣରେ ଦେଖି ଦର୍ଶକ ଙ୍କ ଖୁସି କହିଲେ ନସରେ।

Advertisment ବିନା ଆଡ଼ମ୍ବରରେ ଚୁପ୍‌ଚାପ୍ ଥିଏଟରରେ ପହଞ୍ଚିଲେ ଏହି ଘଟଣା ଶୁକ୍ରବାରର।

ରଜନୀକାନ୍ତ ଚେନ୍ନାଇର ଫିନିକ୍ସ ମଲ୍‌ରେ ଥିବା ପିଭିଆର୍ (PVR) ସିନେମାକୁ ଯାଇଥିଲେ।

ସେ ସମ୍ପୂର୍ଣ୍ଣ ସାଧାରଣ ଢଙ୍ଗରେ, କୌଣସି ଆଡ଼ମ୍ବର କିମ୍ବା ହୋହଲ୍ଲା ନକରି ଥିଏଟର ଭିତରକୁ ପ୍ରବେଶ କରିଥିଲେ।

ସେଠାରେ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ତାଙ୍କୁ ସ୍ୱାଗତ କରିଥିଲେ।

ଏହାପରେ ରଜନୀକାନ୍ତ ହଲ୍‌ ଭିତରକୁ ଯାଇ ସାଧାରଣ ଦର୍ଶକଙ୍କ ମଧ୍ୟରେ ଏକ ଆସନରେ ବସି ପୂରା ଫିଲ୍ମ ଦେଖିଥିଲେ।

ଯେତେବେଳେ ଦର୍ଶକମାନେ ନିଜ ପାଖରେ ରଜନୀକାନ୍ତଙ୍କୁ ବସିଥିବା ଦେଖିଲେ, ସେତେବେଳେ ପୂରା ହଲ୍‌ ଖୁସିରେ ଫାଟି ପଡ଼ିଥିଲା।

ଦର୍ଶକମାନେ ଉତ୍ସାହରେ ଚିତ୍କାର କରିବା ସହ ସିଟି ମାରିଥିଲେ।

ଫିଲ୍ମ ନିର୍ମାତା କମ୍ପାନି 'ସନ୍ ପିକ୍ଚର୍ସ' ସୋସିଆଲ ମିଡିଆରେ ଏହି ମୁହୂର୍ତ୍ତର ଏକ ସୁନ୍ଦର ଭିଡିଓ ସେୟାର କରିଛି।

ନିର୍ମାତାଙ୍କ କହିବା ଅନୁଯାୟୀ, ୪୦ ବର୍ଷରେ ପ୍ରଥମ ଥର ରଜନୀକାନ୍ତ ନିଜ ପ୍ରଶଂସକଙ୍କ ସହ ଥିଏଟରରେ ବସି ନିଜ ଫିଲ୍ମ ଦେଖିଛନ୍ତି।

ସୋସିଆଲ ମିଡିଆରେ ଅପଲୋଡ୍ ହେବା ପରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି।

୧୦ ଦିନରେ ୬୬୬ କୋଟି ଟଙ୍କା ଆୟ!

ବକ୍ସ ଅଫିସ୍‌ରେ 'ଜେଲର ୨'ର ଦବ୍‌ଦବା ଜାରି ରହିଛି।

ଅକ୍ଟୋବର ୧୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ମାତ୍ର ୧୦ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୬୬୬ କୋଟି ଟଙ୍କା ଆୟ କରିଛି।

ସେହିପରି କେବଳ ଭାରତରେ ଏହାର ଆୟ ୩୭୩ କୋଟି ଟଙ୍କା ଅତିକ୍ରମ କରିଛି।

ଫିଲ୍ମରେ କ'ଣ ରହିଛି ବିଶେଷତ୍ୱ?

୨୦୨୩ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ 'ଜେଲର'ର ଦ୍ୱିତୀୟ ଭାଗ ହେଉଛି 'ଜେଲର ୨'।

ଏଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ଜେଲର୍ 'ଟାଇଗର' ଭୂମିକାରେ ନଜର ଆସିଛନ୍ତି।

ତାଙ୍କ ଜୀବନରେ ପୁଣିଥରେ ଦୁର୍ବୃତ୍ତମାନେ ସମସ୍ୟା ସୃଷ୍ଟି କରିବା ପରେ କାହାଣୀ ଆଗକୁ ବଢ଼ିଛି।

ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହ ରମ୍ୟା କୃଷ୍ଣନ୍, ହାସ୍ୟ ଅଭିନେତା ଯୋଗୀ ବାବୁଙ୍କ ସମେତ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ମୋହନଲାଲ ଓ ଶିବ ରାଜକୁମାର ଅଭିନୟ କରିଛନ୍ତି।

ଏଥିସହ ବଲିଉଡ୍‌ର ଅଭିନେତ୍ରୀ ବିଦ୍ୟା ବାଲାନ୍ ଓ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ନିଜ ଅଭିନୟର ଜଲୱା ଦେଖାଇଛନ୍ତି।

Fire: ସ୍କୁଲ ପରିସରରେ ଥିବା ଅବ୍ୟବହୃତ ବସକୁ ପୋଡ଼ିଦେଲେ ଦୁର୍ବୃତ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)