Florida Shooting: ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ: ୬ ନାବାଳକଙ୍କ ସମେତ ୧୨ ଆହତ

Oct 25, 2026 - 15:21
Florida Shooting: ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ: ୬ ନାବାଳକଙ୍କ ସମେତ ୧୨ ଆହତ

ୱାସିଂଟନ: ଆମେରିକାରେ ବନ୍ଧୁକ ସଂସ୍କୃତି ଯୋଗୁଁ ଗୁଳିକାଣ୍ଡ ଘଟଣା ବନ୍ଦ ହେବାର ନା ଧରୁନି।

ସମ୍ପ୍ରତି ଫ୍ଲୋରିଡା ର ତାଲାହାସିରେ ଥିବା ଫ୍ଲୋରିଡା ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟର ବ୍ରାଗ୍ ଷ୍ଟାଡିୟମ ନିକଟରେ ଗୁଳିକାଣ୍ଡ ଘଟିଛି।

ଗୁଳିକାଣ୍ଡ ରେ ୬ ଜଣ ନାବାଳକଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି।

ରାତିରେ ପେରି ଏବଂ ମାନାଟି ରାସ୍ତାର ଛକ ନିକଟରେ ଏହି ଘଟଣା ଘଟିଛି।

Advertisment ଷ୍ଟାଡିୟମ ନିକଟରେ ଗୁଳିକାଣ୍ଡ ତାଲାହାସି ପୁଲିସ ବିଭାଗ ରିପୋର୍ଟ କରିଛି, ରାତି ସାଢ଼େ ୧୧ଟା ସୁଦ୍ଧା, ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିଲା।

ତେବେ ଅନ୍ୟ ନଅ ଜଣଙ୍କ ଅବସ୍ଥା ସ୍ଥିର ଥିଲା।

ସରକାରୀ ବିବୃତି ଅନୁଯାୟୀ ଆହତଙ୍କ ମଧ୍ୟରେ ଛଅ ଜଣ ବୟସ୍କ ଏବଂ ଛଅ ଜଣ ନାବାଳକ ଅଛନ୍ତି।

ଦେଶବାସୀଙ୍କ ପ୍ରୟାସକୁ ଏବଂ ସେମାନଙ୍କ ଅବଦାକୁ ସମ୍ମାନ ପ୍ରକାଶ କରିଛନ୍ତି ମୋଦୀ ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଗୁଳିକାଣ୍ଡ ପୂର୍ବରୁ ଏକ ଝଗଡ଼ା ହୋଇଥିଲା।

ଘଟଣା ପାଇଁ କିଏ ଦାୟୀ ତାହା ଜାଣିବା ପାଇଁ ପୁଲିସ ପକ୍ଷରୁ ଛାନଭିନ୍ ଜାରି ରଖିଛି।

ତାଲାହାସି ପୁଲିସ ମୁଖ୍ୟ ଲରେନ୍ସ ରେଭେଲ୍ ଆହତମାନଙ୍କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)