Rajasthan candidate : ନିର୍ବାଚନରେ ହାରିଲେ ପ୍ରାର୍ଥୀ, ଗାଁରୁ ହଟାଗଲା ଷ୍ଟ୍ରିଟ୍ ଲାଇଟ୍‌!

Nov 22, 2026 - 20:55
Rajasthan candidate : ନିର୍ବାଚନରେ ହାରିଲେ ପ୍ରାର୍ଥୀ, ଗାଁରୁ ହଟାଗଲା ଷ୍ଟ୍ରିଟ୍ ଲାଇଟ୍‌!

ଟୋଙ୍କ: ରାଜସ୍ଥାନ ରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।

ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କ ପରାଜୟ ପରେ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ରାଜନୈତିକ ପ୍ରତିଶୋଧ ସ୍ବରୂପ ରାସ୍ତାରେ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍‌ ହଟେଇ ଦିଆଯାଇଥିବା ଅଭି‌ଯୋଗ ହୋଇଛି।

ଜନସାଧାରଣ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ପ୍ରାର୍ଥୀଙ୍କ ପରାଜୟ ପରେ ଏହି ପଦକ୍ଷେପ ନିଆଯାଇଛି।

ତାଙ୍କ ସ୍ୱାମୀ ନିୱାଇ ବିଧାୟକ ରାମ ସହାୟ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ବୋଲି କୁହାଯାଉଛି।

Advertisment ପିପଲୁ ପଞ୍ଚାୟତ ସମିତିର ୱାର୍ଡ ୪ରେ ଏହି ବିବାଦ ଦେଖାଦେଇଛି, ଯେଉଁଠାରେ ରାନୋଲି ଗ୍ରାମ ପଞ୍ଚାୟତର କୁମ୍ଭାରୋନ୍ କି ଢାଣି, ବେଗମପୁରା, ହନିଫଗଞ୍ଜ ଓ ବିଜଲପୁରା ଗାଁରେ ବିଦ୍ୟୁତ୍ ଖୁଣ୍ଟରେ ପ୍ରାୟ ୫୦ଟି ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା।

ବିଧାୟକ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଆଲୋକ ଶର୍ମାଙ୍କ ନିର୍ଦ୍ଦେଶରେ ଏହି ଲାଇଟ୍ ଲଗାଯାଇଥିଲା ବୋଲି ବାସିନ୍ଦାମାନେ ଦାବି କରିଛନ୍ତି।

ଶର୍ମାଙ୍କ ପତ୍ନୀ ପ୍ରିୟଙ୍କା ଶର୍ମା ଏହି ୱାର୍ଡ଼ରୁ ପଞ୍ଚାୟତ ସମିତି ସଦସ୍ୟ ନିର୍ବାଚନରେ ଲଢ଼ି ହାରି ଯାଇଥିଲେ।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଷ୍ଟ୍ରିଟ୍‌ ଲାଇଟ୍‌ ହଟାଯାଇଥିବାରୁ ଗ୍ରାମବାସୀ ଏହି ଅନୁମାନ କରୁଛନ୍ତି।

ନିର୍ବାଚନ ଫଳାଫଳକୁ ନେଇ ଗ୍ରାମବାସୀଙ୍କ ଉପରେ ପ୍ରତିଶୋଧ ନିଆଯାଇଥିବା ସେମାନେ କହିଛନ୍ତି।

ଜୟପୁର ବିଦ୍ୟୁତ୍ ବଣ୍ଟନ ନିଗମ ଲିମିଟେଡ୍ (ଜେଭିଭିଏନ୍‌ଏଲ୍‌)ର ଫଲ୍ଟ ମରାମତି ଦଳ (ଏଫ୍‌ଆର୍‌ଟି)ର କର୍ମଚାରୀମାନେ ଅନଧିକୃତ ଭାବେ ଖୁଣ୍ଟରେ ବିଦ୍ୟୁତ୍ ସଂଯୋଗ ପାଇବା ପରେ ଲାଇଟ୍ ହଟାଇବାକୁ ଗାଁଗୁଡ଼ିକରେ ପହଞ୍ଚିଥିବା ଜଣାପଡ଼ିଛି।

ବାସିନ୍ଦାଙ୍କ ବିରୋଧ ସତ୍ତ୍ବେ କୁମ୍ଭାରୋନ୍ କି ଢାଣି ଗାଁର ପ୍ରାୟ ୧୦ଟି ଷ୍ଟ୍ରିଟ୍ ଲାଇଟ୍ ହଟେଇ ଦିଆଯାଇଛି।

୧୦ଟି ଲାଇଟ୍ ଖୋଲିନେଲା ବିଦ୍ୟୁତ୍ ବିଭାଗ; ତଦନ୍ତ ଆରମ୍ଭ ନବନିର୍ବାଚିତ ସରପଞ୍ଚମାନେ ବିଦ୍ୟୁତ୍ ବିଲ୍ ଦେବାକୁ ରାଜି ହେବା ପରେ ପ୍ରାୟ ୪୦ଟି ଅନ୍ୟ ଖୁଣ୍ଟରୁ ଲାଇଟ୍ ହଟାଇବା କାର୍ଯ୍ୟକୁ ବନ୍ଦ କରାଯାଇଥିଲା।

ଜେଭିଭିଏନ୍‌ଏଲ୍‌ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଡିଆର୍‌ ମୀନା କହିଛନ୍ତି, ଏଫ୍‌ଆର୍‌ଟି ଟିମ୍‌ ବିଦ୍ୟୁତ୍ ତ୍ରୁଟି ସମାଧାନ ପାଇଁ ଗ୍ରାମଗୁଡ଼ିକୁ ଗସ୍ତ କରିବା ସମୟରେ ଅନଧିକୃତ ସଂଯୋଗ ମାଧ୍ୟମରେ ବିଦ୍ୟୁତ୍ ଖୁଣ୍ଟରେ ଲାଇଟ୍ ଲଗାଯାଇଥିବା ଦେଖିଥିଲେ।

ଏହି ଘଟଣାର ତଦନ୍ତ କରାଯିବ।

ବିଧାୟକ ବର୍ମା ନିର୍ବାଚନୀ ପରାଜୟ ସହିତ ଷ୍ଟ୍ରିଟ୍ ଲାଇଟ୍ ହଟାଇବା ଘଟଣା ଜଡିତ ଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ବର୍ମା କହିଛନ୍ତି ଦୀପାବଳି ପୂର୍ବରୁ ପ୍ରାର୍ଥୀ ଲାଇଟ୍‌ ଲଗାଇଥିଲେ, କିନ୍ତୁ ବିଦ୍ୟୁତ ବିଲ୍‌ ପ୍ରସଙ୍ଗକୁ ନେଇ ଏହାକୁ ହଟାଇ ଦେଇଥିଲେ।

ପୁଣି ଥରେ ଗଣତିମଣତି ହେବ ମହାପ୍ରଭୁଙ୍କର ରତ୍ନଭଣ୍ଡାରର ଅଳଙ୍କାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)