Raja Bazaar: ରଜ ବଜାରରେ ତ୍ରିମୁଖୀ ଲଢ଼େଇ: ମୁକ୍ତିଲାଭ କଲା ଛକିଶୂନ, ଶିକାର ଓ ଡାଏରି
"ଭୁବନେଶ୍ବର: ରଜ ବଜାରକୁ ଏଥର ସରଗରମ କରିବ ତିନି ତିନିିଟି ଓଡ଼ିଆ ଚଳଚ୍ଚିତ୍ର।
ଭିନ୍ନ ଭିନ୍ନ ସ୍ବାଦର ଏହି ସିନେମାରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରିବା ଲାଗି ଉପାଦାନ ଭରି ରହିଛି ବୋଲି ଚର୍ଚ୍ଚା ହେଉଛି।
ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ "ଛକିଶୂନ", ଅମ୍ଲାନ୍ ଓ ଏଲିନାଙ୍କ "ଶିକାର" ଏବଂ ଅର୍ଦ୍ଧେନ୍ଦୁ ଓ ଜସ୍ମିନ୍ଙ୍କ ନୂତନ ଚଳଚ୍ଚିତ୍ର "ଡାଏରି" ମଧ୍ୟରେ ଲଢ଼େଇ ହେବ।Advertisment Horoscope 2026 June 13: ଜାଣନ୍ତୁ ଆଜିର ରାଶିଫଳ...
ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ ପକ୍ଷରୁ ପ୍ରଯୋଜିତ ତଥା ଏସ୍ ଏମ୍ ଏଣ୍ଟରଟେନମେଣ୍ଟ ପକ୍ଷରୁ ସହ-ପ୍ରଯୋଜିତ ଓଡ଼ିଆ ସିନେମା "ଛକିଶୂନ"ର ପ୍ରିମିୟର୍ ସୋ" ଆଜି କଟକସ୍ଥିତ ବୃନ୍ଦାବନ ସିନେମା ହଲ୍ରେ ପ୍ରଦର୍ଶିତ ହୋଇଯାଇଛି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିହାରୀ।
ଫିଲ୍ମରେ ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ ଓ ସୁଜିତ ପ୍ରମୁଖ ଅଭିନୟ କରିଛନ୍ତି।
ସେହିଭଳି ଭୁବନେଶ୍ୱରସ୍ଥିତ କେଶରୀ ଟକିଜ୍ଠାରେ "ଶିକାର" ଚଳଚ୍ଚିତ୍ରର ପ୍ରିମିୟର ସୋ" ହୋଇଛି।
କିଛି ବର୍ଷର ବ୍ୟବଧାନରେ ଅମ୍ଳାନ ବଡ଼ ପରଦାରେ ନଜର ଆସୁଥିବାରୁ ପ୍ରେକ୍ଷାଳୟ ସାମ୍ନାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ଚଳଚ୍ଚିତ୍ରର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁ, କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତିକାର ପ୍ରିୟବ୍ରତ ପଣ୍ଡାଙ୍କ ସମେତ ମୁଖ୍ୟ ଅଭିନେତା ଅମ୍ଲାନ ଦାସ, ନାୟିକା ଏଲିନା ସାମନ୍ତରାୟ, ଅଭିନେତା ଅଙ୍କିତ, ତାପସ ସରଘରିଆ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀଙ୍କ ସମେତ ଚଳଚ୍ଚିତ୍ର ସହିତ ଜଡ଼ିତ କଳାକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ବିଶେଷଜ୍ଞ, ଇନଫ୍ଲୁଏନ୍ସର୍ସ, ଗଣମାଧ୍ୟମ ପ୍ରତିନିଧି ମିଶି ଦେଖିଥିଲେ।
କ୍ରାଇମ୍, ଥ୍ରିଲର୍ ସହିତ ଦମଦାର ଆକ୍ସନକୁ ନେଇ ମୁନ୍ ଟିଭି ମୁଭିଜ୍ର ଏହି ସିନେମା ରଜରେ ଖୁବ୍ ମନୋରଞ୍ଜନ ଯୋଗାଇବା ପାଇଁ ପୂରା ସଜ ହୋଇଆସିଛି।
KIIT: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରମାନେ ବୃତ୍ତିଗତ ଉତ୍କର୍ଷତା ସହିତ ସଚ୍ଚୋଟତା ବଜାୟ ରଖିବାକୁ ରାଜ୍ୟପାଳଙ୍କ ଆହ୍ୱାନ ଚଳିତ ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର "ଡାଏରି"।
ପ୍ରିମିୟର ସୋ" ଅବସରରେ ମହାରାଜା ସିନେମା ହଲ୍ରେ ଦର୍ଶକଙ୍କ ଯେଉଁ ଉତ୍ସାହ ଦେଖିବାକୁ ମିଳିଥିଲା, ତାହା ରଜ ବଜାର ପାଇଁ ଶୁଭ ସଙ୍କେତ।
ସବୁବେଳେ ଆକ୍ସନ୍, ରୋମାନ୍ସ ଓ ଫ୍ୟାମିଲି ଡ୍ରାମାକୁ ନେଇ ପରଦାକୁ ଆସୁଥିବା ନାୟକ ତଥା ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଏଥର ଦର୍ଶକଙ୍କ ପାଇଁ ଏକ ନିଆରା "ତ୍ରିକୋଣୀୟ ପ୍ରେମ କାହାଣୀ" ନେଇ ଆସିଛନ୍ତି।
ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତ୍ରୀ ଜସ୍ମିନ ରଥ ଓ ନବାଗତା ପ୍ରଜ୍ଞା ମିଶ୍ର।
ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଓ ସହପ୍ରଯୋଜକ ଆଦିକନ୍ଦ ସାହୁଙ୍କ ସହଯୋଗରେ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସୁଶାନ୍ତ ମଣି।
କୁନା ତ୍ରିପାଠୀଙ୍କ ବଳିଷ୍ଠ କାହାଣୀ ଓ ସଂଳାପ ସାଙ୍ଗକୁ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି ଏକ ଅଭିନବ ଅନୁଭୂତି ଦେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।