Soumyaranjan Death: ଡିଏଫ୍ଓ ଜେଲ୍ ଗଲେ, ମନ୍ମଥ କେଉଁଠି? ଜାମିନବିହୀନ ପରୱାନାକୁ ଦୁଇ ବର୍ଷ ହେଲା

Jul 29, 2026 - 00:48
Soumyaranjan Death: ଡିଏଫ୍ଓ ଜେଲ୍ ଗଲେ, ମନ୍ମଥ କେଉଁଠି? ଜାମିନବିହୀନ ପରୱାନାକୁ ଦୁଇ ବର୍ଷ ହେଲା

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାରି ବର୍ଷ ପରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ, ଦୁଇଟି ଅଦାଲତରେ ଜାମିନ ଆବେଦନ ଖାରଜ ଏବଂ ଶେଷରେ ନ୍ୟାୟିକ ହାଜତକୁ ଯିବା ସହ ମାମଲାର ବିଚାର ପ୍ରକ୍ରିୟା ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି।

କିନ୍ତୁ ଏହା ସହିତ ଆଉ ଏକ ବଡ଼ ପ୍ରଶ୍ନ ପୁଣି ଚର୍ଚ୍ଚାକୁ ଆସିଛି।

Advertisment ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ରୋଷେୟା ମନ୍ମଥ କୁମ୍ଭ ଏବେ କେଉଁଠି?

ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇ ଦୀର୍ଘ ସମୟ ବିତିଥିଲେ ମଧ୍ୟ ପୋଲିସ କାହିଁକି ତାଙ୍କୁ ଗିରଫ କରିପାରିନାହିଁ?

ମାମଲାରେ ସଂଗ୍ରାମ କେଶରୀ ବେହେରା ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହୋଇ ଅଦାଲତରେ ହାଜର ହୋଇଥିବା ବେଳେ, ମନ୍ମଥ କୁମ୍ଭ ଏପର୍ଯ୍ୟନ୍ତ ପୋଲିସ ରେକର୍ଡରେ ଫେରାର ଅଭିଯୁକ୍ତ ଭାବେ ରହିଛନ୍ତି।

୨୦୨୫ ଅଗଷ୍ଟ ୧୪ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।

ପରେ ସଂଗ୍ରାମ ବେହେରା ହାଇକୋର୍ଟଙ୍କ ଅନୁମତି ନେଇ ଆତ୍ମସମର୍ପଣ କରିଥିଲେ।

କିନ୍ତୁ ମନ୍ମଥ କୁମ୍ଭଙ୍କ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହିଁ।

ଏହା ମଧ୍ୟରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି, ମନ୍ମଥ କୁମ୍ଭ ପ୍ରକୃତରେ ଫେରାର ଅଛନ୍ତି ନା ବନ ବିଭାଗରେ କାର୍ଯ୍ୟରତ ଅଛନ୍ତି?

ଯଦି ସେ ସରକାରୀ ଚାକିରିରେ ଅଛନ୍ତି, ତେବେ ତାଙ୍କୁ ଗିରଫ କରିବାରେ ପୁଲିସର ଅସୁବିଧା କେଉଁଠି?

ଆଉ ଯଦି ସେ ପ୍ରକୃତରେ ଫେରାର, ତେବେ ଦୁଇ ବର୍ଷରୁ ଅଧିକ ସମୟ ଧରି ତାଙ୍କୁ ଧରିବାରେ ପୁଲିସ କାହିଁକି ବିଫଳ ହେଲା?

Vijay: ବିଜୟଙ୍କୁ ଝଟ୍‌କା: କରୁର୍‌ ଦଳଚକଟା ପୀଡ଼ିତଙ୍କ ପରିବାର ପାଇଁ ସରକାରୀ ଚାକିରି ବାତିଲ କଲେ ହାଇକୋର୍ଟ ଅଦାଲତଙ୍କ ଜାରି କରିଥିବା ଗିରଫ ପରୱାନା କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ସୋମ୍ୟରଞ୍ଜନ ମହାପାତ୍ରଙ୍କ ପରିବାର ପକ୍ଷରୁ ଆରମ୍ଭରୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରାଯାଇଥିଲା।

କ୍ରାଇମବ୍ରାଞ୍ଚ ତଦନ୍ତରେ ଭିନ୍ନ ମତ ରଖିଥିଲେ ମଧ୍ୟ ପ୍ରୋଟେଷ୍ଟ ପିଟିସନ୍‌କୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ହତ୍ୟା ଓ ଷଡ଼ଯନ୍ତ୍ର ଦଫାରେ ବିଚାର ଚାଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ହାଇକୋର୍ଟ ମଧ୍ୟ ତଳ ଅଦାଲତରେ ବିଚାର ପ୍ରକ୍ରିୟା ଜାରି ରଖିବାକୁ କହିଥିଲେ।

ସେହି ପ୍ରକ୍ରିୟାରେ ସଂଗ୍ରାମ ବେହେରା ଏବେ ଜେଲ୍‌ରେ ଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଗିରଫକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

ଆଇନ ବିଶେଷଜ୍ଞଙ୍କ ମତରେ, ଜାମିନବିହୀନ ପରୱାନା ଜାରି ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପୋଲିସର ଦାୟିତ୍ୱ।

ତେବେ କେଉଁ ପରିସ୍ଥିତିରେ ଗିରଫ ବିଳମ୍ବିତ ହୁଏ, ତାହା ମାମଲାର ତଦନ୍ତ ଓ ପୋଲିସର ପଦକ୍ଷେପ ଉପରେ ନିର୍ଭର କରେ।

ଏବେ ସଂଗ୍ରାମ କେଶରୀ ବେହେରାଙ୍କ ପକ୍ଷରୁ ପରବର୍ତୀ ଆଇନ ଗତ ପଦକ୍ଷେପ କଣ ରହିବ।

ସେଥିପ୍ରତି ନଜର ରହିଥିବା ବେଳେ ଫେରାର ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ପୋଲିସ କେବେ ଗିରଫ କରିବ ନା ସେ ଆତ୍ମସମର୍ପଣ କରିବେ, ତାହା ଉପରେ ମାମଲାର ପରବର୍ତ୍ତୀ ଗତିପଥ ନିର୍ଭର କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।