Raja: ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପ୍ରସ୍ତୁତି: ହାତଠାରି ଡାକିଲାଣି ଦୋଳି
"ଭୁବନେଶ୍ୱର: ରଜଦୋଳି କୁଆଁରିମାନଙ୍କୁ ହାତ ଠାରି ଡାକିଲାଣି।
କଟନ, ନାଇଲନ ଓ ପ୍ଲାଷ୍ଟିକ ସୂତାରେ ତିଆରି ବିଭିନ୍ନ ରଙ୍ଗର ଆକର୍ଷୀୟ ଦୋଳି ଲୋକଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି।
ସହରର ୟୁନିଟ୍ ୮, ୟୁନିଟ୍ ୧, କଳ୍ପନା, ଇନ୍ଦ୍ରଧନୁ ମାର୍କେଟ, ଜୟଦେବ ବିହାର ଆଦି ଅଞ୍ଚଳରେ ଏହାର ବିକ୍ରି ବଢ଼ୁଛି।
ଏଗୁଡ଼ିକର ମୂଲ୍ୟ ୧୫୦ଟଙ୍କାରୁ ଆରମ୍ଭ ହୋଇ ୩୦୦ଟଙ୍କା ରହିଛି।
Advertisment KIIT: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରମାନେ ବୃତ୍ତିଗତ ଉତ୍କର୍ଷତା ସହିତ ସଚ୍ଚୋଟତା ବଜାୟ ରଖିବାକୁ ରାଜ୍ୟପାଳଙ୍କ ଆହ୍ୱାନ ଚଳଚଞ୍ଚଳ ପାର୍ଲରରଜ ପାଇଁ ରାଜଧାନୀର ପାର୍ଲର ସରଗରମ ହୋଇଯାଇଛି।
ଫେସିଆଲ, ମେନିକିଓର, ପେଡିକିଓର, ହେୟାର ସ୍ପା ଓ ମେହେନ୍ଦି ଆଦି ପାଇଁ ପାର୍ଲରରେ ଭିଡ଼ଜମିଲାଣି।
ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାର୍ଲରରେ କମ୍ୱୋ ଅଫର ମଧ୍ୟ ଦିଆଯାଇଛି।
ସେହିପରି ମେହେନ୍ଦି ପାଇଁ ଅଗ୍ରିମ ବୁକିଂ ହୋଇଗଲାଣି।
ବିଭିନ୍ନ ମଲ୍, ମାର୍କେଟ ବିଲଡିଂ ତଥା ଅନ୍ୟାନ୍ୟ ବଜାରରେ ବସୁଥିବା ଆର୍ଟିଷ୍ଟମାନଙ୍କ ପାଖରେ ମଧ୍ୟ ଭିଡ଼ ବଢ଼ିଲାଣି।
ବିଜ୍ଞାନ କେନ୍ଦ୍ରରେ "ରଜ ରିଲ୍ ଚାଲେଞ୍ଜ"ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ରଜ ଅବସରରେ ସ୍ୱତନ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି।
ଏହି ଅବସରରେ କେନ୍ଦ୍ର ମଧ୍ୟରେ "ରଜ ରିଲ୍ ଚାଲେଞ୍ଜ", ଚିତ୍ରାଙ୍କନ ପ୍ରତିଯୋଗିତା, ଶସ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ରିଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ କେନ୍ଦ୍ର ପରିସରରେ ଛୋଟ ଭିଡିଓ କରି ଏହାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଟାଗ୍ କରିବାକୁ ପଡ଼ିବ।ଐତିହ୍ୟ ସଂଗ୍ରହାଳୟରେ ପାନ ପ୍ରଦର୍ଶନୀରଜ ଅବସରରେ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟରେ ସ୍ୱତନ୍ତ୍ର ପାନ ପ୍ରଦର୍ଶନୀ ହେବ।
ଏଥିରେ ଦର୍ଶକମାନଙ୍କୁ ପାନର ବିଭିନ୍ନ ଅଂଶର ଉପକାରିତା ବିଷୟରେ ବୁଝାଯିବ।
ରଜ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକଧଉଳି: ଏତିହ୍ୟ ସଂପର୍ଣ୍ଣ ଶିଶୁପାଳଗଡ଼ ଦଶହରା ପଡ଼ିଆରେ ପ୍ରଥମ ବାର୍ଷିକ ରଜ ମହୋତ୍ସବ ନେଇ ଆଜି ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ହୋଟେଲ ଚ୍ୟାନସଲ ଅଡ଼ିଟୋରିୟମରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ ସଭାପତିତ୍ବ କରି ରଜ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ନେଇ ସ୍ଥିରୀକୃତ ବିଭିନ୍ନ ସାଂସ୍କୃତିକ, ପାରମ୍ପରିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।
ରଜ ଉପଲକ୍ଷେ ସୁସଜ୍ଜିତ ୧୦୦ ଦୋଳି ଝୁଲିବ।
ଫଟୋ ଉଠାଇବା ପାଇଁ ୨ଟି ଆକର୍ଷଣୀୟ ସେଲଫି ପଏଣ୍ଟ ରହିବ।
US Iran Tensions: ଗଲ୍ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ ଏକାଧିକ ମାଗଣା ଖିଲିପାନ, ପୋଡ଼ପିଠା ଷ୍ଟଲ ଖୋଲିବ।
ଏହାସହିତ ରଜ ୩ ଦିନ ଧରି ସନ୍ଧ୍ୟାରେ ଆକର୍ଷଣୀୟ ଲୋକନୃତ୍ୟ, ଶାସ୍ତ୍ରୀୟ ଓ ମେଲୋଡ଼ି କାର୍ଯ୍ୟକ୍ରମ ପରିବେଷିତ ହେବ।
୧୪ ତାରିଖ ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟ, କଣ୍ଠଶିଳ୍ପୀ ଇରା ମହାନ୍ତି ଓ ସାଥୀ କଳାକାର ସଙ୍ଗୀତ ପରିବେଷଣ କରିବେ।
୧୫ ତାରିଖ ସନ୍ଧ୍ୟାରେ ଘୁମୁରା ନୃତ୍ୟ ଏବଂ ମଣ୍ଟୁ ଛୁରିଆଙ୍କ ଗ୍ରୁପ୍ କାର୍ଯ୍ୟକ୍ରମ ପରିବେଷଣ କରିବେ।
୧୬ ତାରିଖ ସନ୍ଧ୍ୟାରେ ଚଇତାଳି ଘୋଡ଼ନାଚ ଏବଂ କୁଲଦୀପ ପଟ୍ଟନାୟକଙ୍କ ଟ୍ରୁପ୍ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁପାଳଗଡ଼ ସରପଞ୍ଚ ରଶ୍ମିରଞ୍ଜନ ଶ୍ରୀଚନ୍ଦନ, ସୁଧିର କୁମାର ଚମ୍ପତ୍ତି, ଅର୍ଜ୍ଜୁନ କୁମାର ଜେନା, ଯୋଗୀନାଥ ନାୟକ, ତ୍ରିଲୋଚନ ସୁନ୍ଦରାୟ, କୃଷ୍ଣଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ଜେନା, ବବୁଲ ଜେନା, ପ୍ରଦ୍ୟମ୍ନ ଜେନା ପ୍ରମୁଖଙ୍କ ସମେତ ଦଧିବାମନଦେବ ସେବା ସମିତିର ସମସ୍ତ ସଦସ୍ୟ ଏବଂ ଆଖପାଖ ପଞ୍ଚାୟତ ମୁରବିମାନେ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।