Rainfall in Kandhamal: କନ୍ଧମାଳରେ ବର୍ଷା ବିତ୍ପାତ: ସାଲୁଙ୍କୀ, ବାଘ ଓ ଖଡ୍‌ଗ ନଦୀରେ ବନ୍ୟାଜଳ

Jul 06, 2026 - 08:07
Rainfall in Kandhamal: କନ୍ଧମାଳରେ ବର୍ଷା ବିତ୍ପାତ: ସାଲୁଙ୍କୀ, ବାଘ ଓ ଖଡ୍‌ଗ ନଦୀରେ ବନ୍ୟାଜଳ

"ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।

ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

ଫୁଲବାଣୀ ସହର ଦେଇ ପ୍ରବାହିତ ପିଲାସାଲୁଙ୍କୀ ନଦୀରେ ଜଳସ୍ତର ବିପଦ ସଂକେତ ପାର କରିଛି।

ନଦୀଖଣ୍ଡିସାହି ପଛପଟ ସାଲୁଙ୍କୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ଅପରପାର୍ଶ୍ବରେ ଥିବା ଫୁଲବାଣୀ ପୌରପାଳିକାର ଡାମିଗାଁ ଓ ଡାକପାଲା ଭଳି ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।

ଡାକପାଲା ପୋଲ ଉପରେ ପାଞ୍ଚଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ଫୁଲବାଣୀ ମୁଖ୍ୟବଜାର ଉପରେ ଦୁଇଫୁଟ ଉଚ୍ଚରେ ବର୍ଷାଜଳ ଚାଲିବା ସହ ନର୍ଦ୍ଦମା ପାଣିରେ ସହର ଉବୁଟୁବୁ ହୋଇପଡ଼ିଛି।

ତଳିଆ ଅଞ୍ଚଳ ଭାବେ ପରିଚିତ କେନ୍ଦୁପଦର, ଫୁଲବାଣୀସାହି, ନଦୀଖଣ୍ଡିସାହି, ପିଅନପଡ଼ା, ମାଷ୍ଟରପଡ଼ା, ନାରାୟଣୀ ଯାତ୍ରା ପଡ଼ିଆ ଓ ପ୍ରକୃତି ବିହାରରେ ଅନେକ ଘରେ ପାଣି ପଶିଯାଇଛି।Advertisment Rain in Delhi: ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ବିମାନ ସେବା ବାଧାପ୍ରାପ୍ତ ସାଲୁଙ୍କୀ, ବାଘ ଓ ଖଡ୍‌ଗ ନଦୀରେ ବନ୍ୟାଜଳଗଛ ପଡ଼ି ଏନ୍‌ଏଚ୍‌-୫୯ରେ ଯାତାୟାତ ଠପ୍‌ଖଜୁରିପଡ଼ାରେ ସର୍ବାଧିକ ୩୦୮ ମିମି ବର୍ଷା ସେହିଭଳି ଫିରିଙ୍ଗିଆରେ ବାଘନଦୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି।

ମହାସିଙ୍ଗି ଠାରେ ଖଡ୍‌ଗ ନଦୀରେ ବନ୍ୟାଜଳ ପୋଲ ଛୁଇଁଛି।

ବାଲିଗୁଡ଼ା ବ୍ଲକର ଗଦ୍ରିଙ୍ଗିଆ ଘାଟି ନିକଟରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟି ଉପୁଡି ପଡ଼ିଛି।

ଫଳରେ ୫୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି।

ଖଜୁରିପଡ଼ା ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ସ୍ଥିତି ବେହାଲ୍ ହୋଇପଡ଼ିଛି।

ବଲସକୁମ୍ପା ଓ ବାରପୁଲିଆରେ ଦୁଇଟି ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଯାତାୟାତ ପାଇଁ ତିଆରି ହୋଇଥିବା ଅସ୍ଥାୟୀ ଡାଇଭର୍ସନ୍‌ ଧୋଇ‌ ହୋଇଯାଇଛି।

ବେଡଙ୍ଗାପାଜୁ ପୋଲ ଉପରେ ବାରପୁଲିଆ ନଦୀର ବନ୍ୟାଜଳ ପ୍ରାୟ ୪ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

କଣ୍ଡିଆନାଳ, ଟିଟ୍ରାପଙ୍ଗା ନଦୀ ଓ ପୁରୁଣାପାଣି ନଦୀ ଜଳସ୍ତର ବଢ଼ିବାରେ ଲାଗିଛି।

ଦାରିଙ୍ଗବାଡ଼ି ବ୍ଲକ୍ ତିଲୋରୀ ପଞ୍ଚାୟତ ନିକଟରେ ପ୍ରବାହିତ ଗୁମାଡ଼ି ନଦୀର ଜଳସ୍ତର ବୃଦ୍ଧି ପାଇଛି।

ନଦୀର ବନ୍ୟାଜଳ ଅସ୍ଥାୟୀ ଡାଇଭର୍ସନ ଉପରେ ପ୍ରବାହିତ ହେବାସହ ଏହାକୁ ଭସାଇ ନେଇଛି।

ଫଳରେ ସିମନବାଡ଼ିରୁ ତିଲୋରୀ ସମେତ ବୁଡ଼ାଗୁଡ଼ା, ଗୁମିକିଆ ଓ ବାଲିଗୁଡ଼ାକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

Heavy Rain: ବର୍ଷା ଭାଙ୍ଗିଦେଲା ମାଟିଘର, ପଡ଼ୋଶୀ ଦେଲେ ଆଶ୍ରୟ ଗତ ୩୬ ଘଣ୍ଟା ଭିତରେ ଖଜୁରିପଡ଼ା ବ୍ଲକ୍‌ରେ ସର୍ବାଧିକ ୩୦୮ ମିମି ବୃଷ୍ଟିପାତ ରେକର୍ଡ ହୋଇଛି।

ସେହିପରି ବାଲିଗୁଡ଼ାରେ ୨୫୬ ମିମି, ଚକାପାଦରେ ୨୩୫ ମିମି, ଦାରିଙ୍ଗବାଡ଼ିରେ ୯୩ ମିମି, ଘୁ.ଉଦୟଗିରିରେ ୨୫୦.୪ ମିମି, କୋଟଗଡ଼ରେ ୧୨୦ ମିମି, କ.ନୂଆଗାଁରେ ୧୯୦ ମିମି, ଫିରିଙ୍ଗିଆରେ ୨୭୯ ମିମି, ଫୁଲବାଣୀରେ ୨୫୪.୪ ମିମି, ରାଇକିଆରେ ୨୩୫ ମିମି, ଟିକାବାଲିରେ ୨୭୭ ମିମି ଓ ତୁମୁଡ଼ିବନ୍ଧ ବ୍ଲକରେ ୧୦୮.୬ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

କିଛି ସ୍ଥାନରେ ଘର ଭାଙ୍ଗିଥିବା ସୂଚନା ମିଳିଛି।

ସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।"