Rathakhala: ରଥଖଳା: ପାର୍ଶ୍ବ କୋଣରେ ପଟା ବାଡ଼ିଆ ଶେଷ
"ପୁରୀ: ଆଜି ଥିଲା ରଥ ନିର୍ମାଣର ୭୬ତମ ଦିବସ।
ନିର୍ମାଣକାରୀ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଆଜି ତିନି ରଥରେ ହାତୀଆଳ ମାଳ ଦୁଆର ମୁଣ୍ତ ଉପରକୁ ଉଠିଛି।
ରଥ ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ କଣି ଫାଉଡ଼ି ସଂଯୋଗ କାର୍ଯ୍ୟ ଶେଷ ହୋଇଛି।
କଣି ଫାଉଡ଼ି ରଥ ଚାରି ପାର୍ଶ୍ୱରେ ସଂଯୋଗ ସହ ମଣ୍ଡଣି ବତା ପଡ଼ିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି।
ଗତକାଲି ରଥ ଉପର ଚାରି ପାର୍ଶ୍ୱ କୋଣଗୁଡ଼ିକରେ ପଟା ବାଡ଼ିଆ ଶେଷ ହୋଇଥିଲା।
ସିଂହାସନ ବେଦି ଆଗ, ପଛ ଓ ପାର୍ଶ୍ୱ ଚାରି କୋଣ ଗୁଡ଼ିକରେ ପଟା ବାଡ଼ିଆ କାର୍ଯ୍ୟ କରାଯାଇଥିଲା।Advertisment Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ ଚିତ୍ରକାର ସେବକମାନେ ପ୍ରଭାଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ କାର୍ଯ୍ୟ କରୁଛନ୍ତି।
ସାରଥି, ଘୋଡ଼ା ଆଦିରେ ରଙ୍ଗ କାର୍ଯ୍ୟ ଜାରି ରହିଛି।
ଦର୍ଜି ସେବକମାନେ ରଥର ବତା କନାରେ ବିଳାସ ପଟି ସିଲେଇ କାର୍ଯ୍ୟ ଶେଷ କରିଛନ୍ତି।
ତାଳଧ୍ବଜ ରଥର ଦୁଆର ବେଢାର ଚନ୍ଦ୍ରଶାଳି ପାଇଁ କନା କଟିଂ ଶେଷ ହୋଇଛି।
ଆସନ୍ତାକାଲି ନନ୍ଦିଘୋଷ ଓ ଦର୍ପଦଳନ ରଥର କନା କଟିଂ କରାଯିବ।
ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ତିନିରଥର ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି।
ରଥରେ କନା ପକା କାର୍ଯ୍ୟ ଲାଗି କୋଠା ସୁଆଁସିଆଙ୍କ ନିମନ୍ତେ ସାଜ ସରଞ୍ଜାମ ନିର୍ମାଣ କରୁଛନ୍ତି।
Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା"