Sea: କୂଳ ଲଂଘୁଛି ସମୁଦ୍ର: ପୋଡ଼ମ୍ପେଟା ପରେ ଆର୍ଯ୍ୟପଲ୍ଲୀ, ଜନବସତିରୁ ୫୦ ମିଟର ଦୂରରେ
"ଛତ୍ରପୁର: ଗଞ୍ଜାମ ଜିଲ୍ଲାର ପୋଡ଼ମ୍ପେଟା ପରେ ଏବେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି।
ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ବର୍ତ୍ତମାନ ସମୁଦ୍ର ଜନବସତିରୁ ୫୦ ମିଟର ଦୂରରେ ରହିଛି।
ଏଭଳି ପରିସ୍ଥିତିରେ ବର୍ଷା ଜାରି ରହିଲେ ସ୍ଥିତି ଚିନ୍ତାଜନକ ହେବା ଆଶଙ୍କା ଦେଖାଦେଇଛି।
ସୂଚନା ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆର୍ଯ୍ୟପଲ୍ଲୀ ଉପକୂଳ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି।
ବର୍ତ୍ତମାନ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ପାଖାପାଖି ୩ ହଜାର ମତ୍ସ୍ୟଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ବାସ କରିଆସୁଛନ୍ତି।
ଗାଁ ଆଡ଼କୁ ସମୁଦ୍ର ମାଡ଼ି ଆସୁଥିବାରୁ ଗାର୍ଡୱାଲ୍ ଓ ପଥରବନ୍ଧ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଦାବି ଉପସ୍ଥାପନ କରିଆସୁଛନ୍ତି।
କିନ୍ତୁ କୌଣସି ସୁଫଳ ମିଳୁନି।
Advertisment Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା ଫଳରେ ଲୋକେ ଏବେ ଭୟର ବାତାବରଣ ଭିତରେ ରହିଛନ୍ତି।
ଦୈନିକ ଜଳପତ୍ତନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆର୍ଯ୍ୟପଲ୍ଲୀରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି।
ଉଚ୍ଚଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।
ଫଳରେ ଏହାର ସ୍ଥାୟୀ ପ୍ରତିକାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ଅଗଷ୍ଟ ୧୦ରେ ଚେନ୍ନାଇସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିଏନ୍ ଟେକ୍ନୋଲୋଜି (ଏନ୍ଆଇଓଟି)ସହ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା।
ଏହାପରେ ଚଳିତବର୍ଷ ଜାନୁଆରି ୧୯ରେ ଏକ ଟିମ୍ ସମୁଦ୍ର ନିକଟରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ।
ସମୁଦ୍ରକୁ ଡଙ୍ଗାରେ ଯାଇ ଗଭୀର ଯାଞ୍ଚ ସହ ଗବେଷଣା କରିଥିଲେ।
ସମୁଦ୍ରର ସ୍ରୋତ, ଢେଉ ଓ ଲହଡ଼ି ଆଦି ନିରୀକ୍ଷଣ ସାଙ୍ଗକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଥିଲା।
ସମୁଦ୍ରପତ୍ତନରୁ ଉଚ୍ଚତା, ସାମୁଦ୍ରିକ ବାଲୁକାର ଗତିବିଧି ଓ ନିର୍ଣ୍ଣାୟକ ଦିଗକୁ ବି ଯାଞ୍ଚ କରିଥିଲେ।
ଉପକୂଳ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଓ ଡିଜାଇନ୍ ଜଳସମ୍ପଦ ବିଭାଗକୁ ପ୍ରଦାନ କରାଯାଇଥିଲା।
କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରୁନି।
SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ"