Rain: ଲଗାଣ ବର୍ଷାରେ ଗୁରୁଣ୍ଡିଆରେ ଜଳ ପ୍ରଳୟ: ରୁକୁଡ଼ା ଡ୍ୟାମ୍‌ର ୪ ଗେଟ୍ ଖୋଲିବା ପରେ ୮ ଘର ଜଳବନ୍ଦୀ

Aug 16, 2026 - 14:40
Rain: ଲଗାଣ ବର୍ଷାରେ ଗୁରୁଣ୍ଡିଆରେ ଜଳ ପ୍ରଳୟ: ରୁକୁଡ଼ା ଡ୍ୟାମ୍‌ର ୪ ଗେଟ୍ ଖୋଲିବା ପରେ ୮ ଘର ଜଳବନ୍ଦୀ

"ବଣାଇଗଡ଼: ଦୁଇଦିନ ଧରି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡରେ ଲଗାଣ ବର୍ଷା ଜନଜୀବନକୁ ବେଶ୍ ପ୍ରଭାବିତ କରିଛି।

ଗୁରୁଣ୍ଡିଆ ବ୍ଲକର ଶିଶୁଡ଼ିହି, ସାଲେଇଡ଼ିହି ଓ ଘଣ୍ଟପୋଷ ଅଞ୍ଚଳରେ ବର୍ଷାଜଳ ଓ ଡ୍ୟାମ୍‌ରୁ ଛଡ଼ାଯାଇଥିବା ପାଣି ଯୋଗୁଁ ଜଳ ପ୍ରଳୟ ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି।

ଏବେବି ୮ଟି ଘର ପାଣି ଘେରରେ ରହିଥିବା ବେଳେ ଦୁଇଟି ପରିବାରଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡ଼ିଛି।ଗୁରୁଣ୍ଡିଆ ବ୍ଲକର ମୂଷାପୋଷସ୍ଥିତ ମଧ୍ୟମ ଜଳସେଚନ ରୁକୁଡ଼ା ପ୍ରକଳ୍ପର ଚାରିଟି ଗେଟ୍ ଆଜି ଭୋର ସମୟରେ ଖୋଲାଯାଇଥିଲା।

ହଠାତ୍ ପାଣି ଛଡ଼ାଯିବାରୁ ଶିଶୁଡ଼ିହି, ଘଣ୍ଟପୋଷ ଓ ସାଲେଇଡ଼ିହି ଅଞ୍ଚଳରେ ପାଣି ପଶିଯାଇଥିଲା।Advertisment ସହାୟତାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପାଣି ଛାଡ଼ିବା ପୂର୍ବରୁ ସେମାନଙ୍କୁ କୌଣସି ସୂଚନା ଦିଆଯାଇନଥିଲା।

ଫଳରେ ଲୋକେ ହଠାତ୍ ଆସିଥିବା ପାଣିରୁ ରକ୍ଷା ପାଇଁ ଯିଏ ଯେମିତି ପାରିଛନ୍ତି, ସୁରକ୍ଷିତ ସ୍ଥାନକୁ ଚାଲିଆସିଛନ୍ତି।

ଅନେକ ପରିବାର ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଅଭାବରେ ପ୍ରଶାସନିକ ସହାୟତାକୁ ଅପେକ୍ଷା କରିଛନ୍ତି।

ଅନ୍ୟପକ୍ଷରେ ଧାତିକିପୋଷର କ୍ଷେତ୍ରବାସୀ ପ୍ରଧାନ ଓ ତାଙ୍କ ପତ୍ନୀ ସକାଳେ ବିଜାଡ଼ିହି ପୋଲ ତଳେ ପୋଟଳ ତୋଳିବାକୁ ଯାଇଥିବା ବେଳେ ହଠାତ୍ ଡ୍ୟାମ୍‌ର ପାଣି ଆସିଯାଇଥିଲା।

ପାଣିରୁ ରକ୍ଷା ପାଇଁ ଉଭୟେ ନିକଟସ୍ଥ ଏକ ଗଛ ଉପରେ ଆଶ୍ରୟ ନେଇଥିଲେ।

ପ୍ରାୟ ତିନି ଘଣ୍ଟା ପରେ ଘଟଣା ସମ୍ପର୍କରେ ଖବର ପାଇ ବିଜେପି ସାଧାରଣ ସମ୍ପାଦକ ଅଭିରାମ ମହାକୁଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେ ଗୁରୁଣ୍ଡିଆ ଅଗ୍ନିଶମ ବିଭାଗକୁ ଫୋନ୍‌ ଯୋଗେ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୋଟ୍‌ ସହାୟତାରେ ଉଭୟଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର ପରେ କ୍ଷେତ୍ରବାସୀ ପ୍ରଧାନ ସୁସ୍ଥ ଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି।ଲଗାଣ ବର୍ଷା ଓ ହଠାତ୍ ଜଳ ନିଷ୍କାସନ ଯୋଗୁଁ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିଥିବାରୁ ଜଳବନ୍ଦୀ ପରିବାରଗୁଡ଼ିକୁ ତୁରନ୍ତ ଉଦ୍ଧାର କରି ଖାଦ୍ୟ, ପାନୀୟଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Student Death: ପୁଣି ବିଦ୍ୟାଳୟରେ ଛାତ୍ର ମୃତ: ଦାୟିତ୍ୱହୀନତା ଯୋଗୁଁ ମୃତ୍ୟୁ ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media