Rain: ବର୍ଷା ଛାଡ଼ିଲା, ଦୁର୍ଦ୍ଦଶା ବଢ଼ିଲା

Jul 31, 2026 - 07:11
Rain: ବର୍ଷା ଛାଡ଼ିଲା, ଦୁର୍ଦ୍ଦଶା ବଢ଼ିଲା

"ସମ୍ବଲପୁର: ୩ ଦିନ ଧରି ଲଗାଣ ବର୍ଷା ପରେ ଆଜି ସମ୍ବଲପୁରରେ ପାଗ ଶୁଖିଲା ରହିଛି।

ବେଶ୍‌ କିଛି ଦିନ ପରେ ସୂର୍ଯ୍ୟଙ୍କ ଦର୍ଶନ ମିଳିଥିଲା।

କିନ୍ତୁ ମାଟି ଘରେ ରହୁଥିବା ଗରିବ ପରିବାରର ଦୁଃଖ ବର୍ଷା ପରେ ଆହୁରି ବଢ଼ିଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଘରଭଙ୍ଗା ଆକଳନ ସରିନଥିବାରୁ କାହାକୁ ସହାୟତା ମିଳି ନାହିଁ।

ଏଣେ ୫୦ ବର୍ଷରୁ ଅଧିକ ସମୟ ଧରି ରହିଥିଲେ ମଧ୍ୟ ପଟ୍ଟା ନଥିବା କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ମିଳିବା ଅନିଶ୍ଚିତତାରେ ରହିଛି।

ଗୁରୁବାର ବର୍ଷା ନାହିଁ, କିନ୍ତୁ କ୍ଷେତରାଜପୁର ଭୂୟାଁପଡ଼ା ରାସ୍ତାରେ ବର୍ଷାପାଣି ଓ ନାଳ ପାଣି ଏକାକାର ହୋଇ ଯାଇଥିଲା।

ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।

ଏହି ପଡ଼ାର ୩ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସେମାନେ ଗୃହହୀନ ହୋଇ ଯାଇଛନ୍ତି।

ବିକଳ୍ପ ସୁବିଧା ଅଭାବରୁ ଭଙ୍ଗା ଘରେ ରହିଛନ୍ତି।

ପ୍ରାୟ ୧୫ରୁ ଅଧିକ ଘରେ ବର୍ଷା ପାଣି ପଶିବା ଦ୍ବାରା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ସାମଗ୍ରୀ ନଷ୍ଟ ହୋଇଯାଇଛି।

ସୋମବାର ବିଳମ୍ବିତ ରାତିରେ ଯୋଗେଶ୍ୱରୀ ପ୍ରଧାନଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା।

କାନ୍ଥ ଭାଙ୍ଗିବା ଆଶଙ୍କାରେ ସେମାନେ ଘରୁ ବାହାରି ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ବର୍ଷା ହେଉଥିବାରୁ ଘର ଭିତରେ ଥିବା ସାମଗ୍ରୀଗୁଡ଼ିକୁ ଉଦ୍ଧାର କରିପାରି ନଥିଲେ।

Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!

ଏବେ ସେ ଭଙ୍ଗା କାନ୍ଥରେ ପାଲ ଟାଙ୍ଗି ରହୁଥିବା କହିଛନ୍ତି।

ଟିକେଶ୍ବର ପ୍ରଧାନଙ୍କ ଘର ଛପର ସୋମବାର ବିଳମ୍ବିତ ରାତିରେ ଭାଙ୍ଗିଗଲା।

ପଡ଼ୋଶୀଙ୍କ ସହାୟତାରେ ବାଉଁଶ ଦେଇ ଟିଣକୁ କୌଣସି ପ୍ରକାର ଟେକି ରଖିବାର ବ୍ୟବସ୍ଥା କରିଛନ୍ତି।

ବର୍ଷା ଛାଡ଼ିବା ପରେ ଛପର ଉପରେ ପାଲ ପକାଇ ରହିଛନ୍ତି।

ପ୍ରତାପ ମୁଣ୍ଡାଙ୍କ ଅବସ୍ଥା ଆହୁରି ଖରାପ।

ମଙ୍ଗଳବାର ରାତିରେ ପ୍ରତାପଙ୍କ ଘର ଛପର ବି ଭାଙ୍ଗିଯାଇଥିଲା।

ଏଭଳି ଅବସ୍ଥାରେ ଘର ଭିତରକୁ ଯିବା ପାଇଁ ଭୟ ଲାଗୁଥିବା ପ୍ରତାପ କହିଛନ୍ତି।

କୌଣସି ମୁହୂର୍ତ୍ତରେ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।

ସେହିପରି ପ୍ରବଳ ବର୍ଷାରୁ ଯେଉଁମାନଙ୍କ ଘରେ ପାଣି ପଶିଥିଲା, ଗୁରୁବାର ପାଗ ଶୁଖିଲା ହେବାରୁ ସେମାନେ ଘରୁ ବର୍ଷାପାଣି ବାହାର କରୁଥିବା ଦେଖିବାକୁ ମିଳିଥିଲା।

ବର୍ଷା ପରେ ମ୍ୟାଲେରିଆ, ଡେଙ୍ଗୁ, ହଇଜା, ଜଣ୍ଡିସ ଆଶଙ୍କା ସହିତ ସାପକାମୁଡ଼ା ଭୟ ମଧ୍ୟ ଲାଗିରହିଛି।

ସେମାନଙ୍କ ଅବସ୍ଥା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।