Cow Smuggling: ବେଆଇନ ଗୋ ଚାଲାଣ ବେଳେ ଗୋଡ଼େଇ ଗୋଡ଼େଇ ଧରିଲା ପୁଲିସ୍: ୮ ଗୋରୁ ଉଦ୍ଧାର, ଜଣେ ଅଟକ

Jul 31, 2026 - 08:49
Cow Smuggling: ବେଆଇନ ଗୋ ଚାଲାଣ ବେଳେ ଗୋଡ଼େଇ ଗୋଡ଼େଇ ଧରିଲା ପୁଲିସ୍: ୮ ଗୋରୁ ଉଦ୍ଧାର, ଜଣେ ଅଟକ

"ନୀଳଗିରି: ଗୋରୁ ଚୋରାଚାଲାଣ ବେଳେ ମାଡ଼ିବସିଲା ପୁଲିସ।

ଟାଟା ଏସିରେ ହେଉଥିଲା ଗୋ ଚୋରାଚାଲାଣ।

୮ ଗୋରୁଉଦ୍ଧାର ହୋଇଥିବା ବେଳେ ଟାଟା ଏସି ଜବତ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ।

ବରହମପୁର ଥାନା ଅଧୀନ ଆରବନ୍ଧ ରାସ୍ତାରେ ଜବତ ହୋଇଛି ଗାଡ଼ି।Advertisment ବଜରଙ୍ଗ ଦଳ କର୍ମୀ ଓ ଗୋ ରକ୍ଷକମାନେ ପୁଲିସକୁ ଖବର ଦେଇଥିଲେ ସୂଚନା ମୁତାବକ ବେଆଇନ ଭାବରେ କିଛି ଗୋ ମାଫିଆ ଏକ ଟାଟା ଏସିରେ ଗୋ ଚୋରା ଚାଲାଣ କରି ବରହମପୁରରୁ ଆରବନ୍ଧ ଅଭିମୁଖେ ଯାଉଥିଲେ।

ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ଓ ଗୋ ରକ୍ଷକ ଯୁବକମାନେ ଏ ବାବଦରେ ଖବର ପାଇବା ପରେ ବରହମପୁର ଥାନାର ମିଳିତ ସହଯୋଗରେ ଗୋରୁ ବୋଝେଇ ଗାଡ଼ିଟିକୁ ଆରବନ୍ଧ ରାସ୍ତା ନିକଟରୁ ଧରିଥିଲେ।

୨ ଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣକୁ ଧରିଛି ବରହମପୁର ପୁଲିସ।

ପୁଲିସ ଉକ୍ତ ଗୋରୁ ଗାଡ଼ିକୁ ଗୋଡ଼େଇ ଗୋଡ଼େଇ ଧରିବାକୁ ନୟାନ୍ତ ହୋଇଥିଲା।

ପ୍ରାୟ ୨ ଘଣ୍ଟା ଗାଡ଼ିକୁ ଗୋଡ଼େଇ ପରେ ଗାଡ଼ିକୁ କାବୁ କରିଥିଲା ବରହମପୁର ପୁଲିସ ।

୮ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ତଦନ୍ତ ଜାରି ରହିଛି।

Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।