Rain Washes Out India vs England 1st T20I: ବର୍ଷାରେ ଧୋଇଗଲା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ T-20, ଇଣ୍ଟରନ୍ୟାସନାଲ୍ ଏଣ୍ଟ୍ରି କରିପାରିଲେନି ବୈଭବ
ବର୍ଷାରେ ଧୋଇଗଲା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ T-20। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍ ହରାଇ ୧୮୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟାର୍ ସର୍ବାଧିକ ୬୮ ରନ କରିଥିବାବେଳେ ଅଭିଶେକ ଶର୍ମା ୫୯ ଓ ଶିବମ ଦୁବେ ୪୨ ରନ କରିଥିଲେ।
ସଞ୍ଜୁ ଶୂନ ରନ୍ କରିଥିବା ବେଳେ ଇଶାନ କିଷାନ ଏକ ରନ୍ କରି ନିରାଶ କରିଥିଲେ। ଏହି ଅବସରରେ ଅଭିଶେକ ଶର୍ମା ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-ଟ୍ବେଣ୍ଟିରେ ୧୦୦ ତମ ଛକା ପୂରଣ କରିଥିଲେ।
ତେବେ ଇଂଲଣ୍ଡ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇବା ଆଗରୁ ଲଗାଣ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଦେଢ ଘଣ୍ଟା ଧରି ବର୍ଷା ନ କମିବାରୁ ମ୍ୟାଚ୍ ବାତିଲ ଘୋଷଣା କରାଯାଇଥିଲା। ତେବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ନିରାଶ ହୋଇଛନ୍ତି। ଏହି ମ୍ୟାଚରେ ବି ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ ହୋଇପାରିନାହିଁ।