Major Wildlife Crime Bust: ଫେଲ ମାରିଲା ବାଘ ଛାଲ ବିକ୍ରି କରିବା ଯୋଜନା, ଧରାପଡ଼ିଲେ ଦୁଇ ଶିକାରୀ
ବାଘ ଛାଲ ଚୋରା ଚାଲାଣ ବେଳେ ବଡ଼ ଚଢାଉ। ବାଘ ଛାଲ ସହ ଧରାପଡ଼ିଲେ ଦୁଇ ଶିକାରୀ। ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତରୁ ୨ ଆନ୍ତଃରାଜ୍ୟ ବାଘଛାଲ ବ୍ୟବସାୟୀଙ୍କୁ ବାନ୍ଧିଛି ସ୍ପେଶାଲ ଟିମ୍। ଛତିଶଗଡ଼ର ଉଦନ୍ତି-ସୀତାନଦୀ ଟାଇଗର ରିଜର୍ଭ ଅଞ୍ଚଳରେ ଏହି ସଫଳ ଅପରେସନ୍ କରାଯାଇଛି।
ଭାନୁପ୍ରତାପପୁର ଗାଁ ନିକଟରେ ବାଘ ଛାଲ ଚୋରା ଚାଲାଣ ହେଉଥିବା ବେଳେ ଉଦନ୍ତି-ସୀତାନଦୀ ଟାଇଗର ରିଜର୍ଭର ଆଣ୍ଟି ପୋଚିଂ ଟିମ୍ ଚଢ଼ାଉ କରି ବାଘ ଛାଲ ଜବତ କରିଥିଲା। ଛତିଶଗଡ଼ର ଇନ୍ଦ୍ରାବତୀ ଅଭୁଝମାଡ଼ ଜଙ୍ଗଲରେ ବାଘକୁ ଶିକାର କରାଯାଇଥିବା ଜଣାପଡ଼ିଛି।
ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଏହି ଚୋରା କାରବାରର ନେଟୱର୍କ କେତେ ଦୂର ବ୍ୟାପିଛି, ସେନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।