Tusker Terror in Balasore: ବାହାରେ ହାତୀ, ଭିତରେ ମଣିଷ; ସନ୍ଧ୍ୟା ହେଲେ ପଡ଼ୁଛି ତାଟିକବାଟ

Jul 02, 2026 - 11:39
Tusker Terror in Balasore: ବାହାରେ ହାତୀ, ଭିତରେ ମଣିଷ; ସନ୍ଧ୍ୟା ହେଲେ ପଡ଼ୁଛି ତାଟିକବାଟ

ଘର ବାହାରେ ହାତୀ, ଭିତରେ ମଣିଷ। ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ଦନ୍ତା ହାତୀ। ପ୍ରତିଦିନ ଜଗନ୍ନାଥପୁର ଓ ଜୋକଲଣ୍ଡା ଗାଁକୁ ଏକାଧିକ ଦନ୍ତା ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଫଳରେ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ରାତିରେ ହାତୀ ଲୋକଙ୍କ ବାଡିରୁ ପଶି କଦଳୀ, ଆମ୍ବ, ପଣସ ଖାଇବା ସହ ଗଛ ନଷ୍ଟ କରୁଛନ୍ତି। 

ଗତକାଲି ରାତିରେ ୪ଟି ହାତୀ କୁଲଡିହା ଅଭୟାରଣ୍ୟରୁ ଆସି ଛୋଟ କାନପୁର ଓ ଜଗନ୍ନାଥପୁର ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଅନ୍ୟପଟେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାସହ ସୋଲାର ବlଡ ଲଗାଇବାକୁ ଅନୁମତି ଦେବାପାଇଁ ଦାବି ହେଉଛି। ସେପଟେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।