Teachers' Grand Send-Off: ଢୋଲ ବାଜାରେ ଶିକ୍ଷକଙ୍କୁ ନିଆରା ବିଦାୟ, ୨୦ କିଲୋମିଟରର ସ୍ନେହ ଯାତ୍ରା

Jul 02, 2026 - 11:01
Teachers' Grand Send-Off: ଢୋଲ ବାଜାରେ ଶିକ୍ଷକଙ୍କୁ ନିଆରା ବିଦାୟ, ୨୦ କିଲୋମିଟରର ସ୍ନେହ ଯାତ୍ରା

ଶିକ୍ଷକଙ୍କ ପାଇଁ ୨୦ କିଲୋମିଟରର ସ୍ନେହ ଯାତ୍ରା। ଢୋଲ ବାଜାରେ ଶିକ୍ଷକଙ୍କୁ ନିଆରା ବିଦାୟ। ଢୋଲ-ବାଜା ଓ ଶୋଭାଯାତ୍ରାରେ ଚାରିଜଣ ଶିକ୍ଷକଙ୍କୁ ସମ୍ମାନର ସହ ବିଦାୟ ଜଣାଇଥିଲେ ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ ଓ ସ୍କୁଲ ପରିବାର। ଶିକ୍ଷକଙ୍କୁ ଏଭଳି ନିଆରା ଫେୟାରୱେଲ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଗୋଗୁଆ ଗାଁରେ। 

ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କରି ଅବସର ନେଉଥିବା ଚାରିଜଣ ଶିକ୍ଷକଙ୍କୁ ସ୍ମରଣୀୟ ବିଦାୟ ଦେବା ପାଇଁ ଏକ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରିଥିଲେ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ। ଢୋଲ-ବାଜା ସହ ଫୁଲରେ ସଜା ଗାଡ଼ିରେ ଶିକ୍ଷକମାନଙ୍କୁ ବସାଇ ପ୍ରାୟ ୨୦ କିଲୋମିଟର ଧରି ବିଭିନ୍ନ ଗାଁ ପରିକ୍ରମା କରାଯାଇଥିଲା।

ଶୋଭାଯାତ୍ରା ବଣେଶ୍ୱର ମନ୍ଦିରରେ ପହଞ୍ଚିବା ପରେ ଶିକ୍ଷକମାନେ ପ୍ରଣାମ କରି ସ୍କୁଲର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ଶିକ୍ଷକଙ୍କ ପ୍ରତି ଗ୍ରାମବାସୀଙ୍କ ଏଭଳି ସମ୍ମାନ ଓ ଭଲପାଇବା ସମସ୍ତଙ୍କ ପାଇଁ ଏକ ନିଆରା ଉଦାହରଣ ପାଲଟିଛି।