Rain in Odisha: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ବୃଦ୍ଧି, ବିଦ୍ୟୁତ ଉତ୍ପାଦନ କମିଲା

Aug 23, 2026 - 21:06
Rain in Odisha: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ବୃଦ୍ଧି, ବିଦ୍ୟୁତ ଉତ୍ପାଦନ କମିଲା

"ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରବଳ ବର୍ଷାରେ ବେହାଲ ନବରଙ୍ଗପୁର ଜିଲ୍ଲା।

ଦିନକରେ ଜିଲ୍ଲାରେ ୯୯୬.୩ମିମି ବର୍ଷା‌ ରେକର୍ଡ ହୋଇଛି।

ପ୍ରବଳ ବର୍ଷା ଫଳରେ ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀ, ଭାସ୍କେଲ ସହ ଛୋଟ ନଦୀ ତୁରୀ-ଗୁନଥା, ବାଙ୍ଗେରୀ ଆଦି ଛୋଟବଡ ନଦୀ, ନାଳ ପୁଲି ଉଠିଛି।

ହଜାର ହଜାର ହେକ୍ଟର ଜମିରେ ପାଣି ଚାଳୁଛି।

Advertisment ଅପରପକ୍ଷରେ ଜିଲ୍ଲା ସୀମାନ୍ତ ତଥା ଇନ୍ଦ୍ରାବତୀ ଜଳଭଣ୍ଡାରର ଉପରମୁଣ୍ଡରେ ଥିବା କଳହାଣ୍ଡିଜିଲ୍ଲାର ଥୁଆମୂଳରାମପୁରରେ ୩୪୫ମିମି, ରାୟଗଡା ଜିଲ୍ଲାର କାଶୀପୁରରେ ୨୪୫ମିମି, କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ୯୫ମିମି ବର୍ଷା ହେବା ସହ ନବରଙ୍ଗପୁର ଜିଲ୍ଲାର ଜଳଭଣ୍ଡାର ନିକଟସ୍ଥ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୮୯ମିମି, ଦେଓପାଲୀ ଜଳଭଣ୍ଡାର ଅଂଚଳରେ ୧୫୪.୨ ଓ ମୁରାନ ଡ୍ୟାମ ଅଂଚଳରେ ୧୪୫ମିମି ବର୍ଷା ହୋଇଛି।

ଶନିବାର ସକାଳ ଆଠାରୁ ରବିବାର ସକାଳ ଆଠ ଯାଏଁ ନବରଙ୍ଗପୁର ଜିଲ୍ଲସଦରମହକୁମାରେ ୧୯୦ମିମି, ନନ୍ଦାହାଣ୍ଡିରେ ୧୪୫ମିମି,କୋଷାଗୁମୁଡା ୯୬.୭ମିମି, ପାପଡାହାଣ୍ଡି ୧୭୫ମିମି,କୋଷାଗୁମୁଡା ୯୬.୭ମିମି, ଡାବୁଗାଁ ୪୩.୨ମିମି, ଉମରକୋଟ ୫୧ମିମି, ଝରିଗାଁ ୨୩.୬ମିମି, ରାଇଘର ୩୫ମିମି, ଚନ୍ଦାହାଣ୍ଡି ୪୮.୮ମିମିମିମି ବର୍ଷା ହୋଇଛି।

ସମ୍ପୁର୍ଣ୍ଣ ଇନ୍ଦ୍ରାବତୀ ଜଳଭଣ୍ଡାର୧,୪୮,୫୫୦ହେକ୍ଟାମିଟର ଅଚଂଳରେ ପାଣି ଗଛିତ ରହିବା ସ୍ଥାନରେ ଆଜି ଜିଲ୍ଲାର ପ୍ରଥମ କରି ୫୪.୩୯ପ୍ରତିଶତ ୬୩୫.୬୮୦ମିଟର ଓ୮୦,୭୯୨ହେକ୍ଟାମିଟର ଅଂଚଳରେ ଜଳ ଗଛିତ ରହିଛି।

ଗତ ବର୍ଷ ଆଜିର ଦିନରେ ୫୩.୩୪ ପ୍ରତିଶତ ୬୩୫.୫୧୦୦ମିଟର ଜଳ ଓ ୭୯,୨୩୧ହେକ୍ଟାମିଟର ଅଂଚଳରେ ଜଳ ଗଛିତ ରହିଥିଲା।

ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୫୧.୧୮୭ କ୍ୟୁମେକ୍ସ  ଜଳ ପ୍ରବେଶ କରୁଛି।

ତେବେ ବିଦ୍ୟୁତ ଉତ୍ପାଦନ କମାଯାଇଛି।

ମୂଖିଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଦୈନିକ ୪୧୪ ମେଗାୱାଟ ଘଣ୍ଟା ଏବଂ ଘଣ୍ଟା ପ୍ରତି ୧୭.୨୫୦ମେଗାୱାଟ/ଘଣ୍ଟା ବିଦ୍ୟୁତ ଉତ୍ପାଦନ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ମିଳିଛି।

ମୁଖିଗୁଡାସ୍ଥିତ ପାୱାରହାଉସରୁ ବିଦ୍ୟୁତ ଉତ୍ପାଦନ ପରେ ଇନ୍ଦ୍ରାବତୀ ସ୍ଲୁଇସ ଗେଟ ଦେଇ ପ୍ରତି ସେକେଣ୍ଡରେ ୫.୧୫କ୍ୟୁମେକ୍ସ ଜଳ ନିଷ୍କାସିତ , ପ୍ରତି ସେକେଣ୍ଡରେ ୩.୧୯୪କ୍ୟୁମେକ୍ସ ଜଳ ବାଷ୍ପୀଭୂତ ଓ ୧୪.୦୯୭କ୍ୟୁମେକ୍ସ ଜଳ ହାତୀ ବ୍ୟରେଜରେ ଗଛିତ ହେବାପରେ ତେଲନଦୀ ଏବଂ ଏହାପରେ ମହାନଦୀରେ ମିଶୁଛି।

The left main: ନବକଳେବର ହେବ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ ମୁଖିଗୁଡା ପାୱାର ହାଉସରୁ ୧୪.

୦୯୭ କ୍ୟୁମେକ୍ସ ଉଦବୃତ୍ତ ଜଳ ପ୍ରତ୍ୟେକ ଦିନ ବାହାରୁଛି।

୬୪୨ମିଟର ବିପଦସଂକୁଳ ରହିଥିବାରୁ ଜିଲ୍ଲାବାସୀ ଚିନ୍ତା କରନ୍ତୁ ନାହିଁ, ଭ୍ରମିତ ଓ ଗୁଜବ ଖବରରୁ ଦୁରେଇ ରୁହନ୍ତୁ ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।

ଉପରମୁଣ୍ଡରେ ଥିବା କଳାହାଣ୍ଡି, କୋରାପୁଟ ଜିଲ୍ଲାର ପାଣି ସହ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି , ପାପାଡାହାଣ୍ଡି ଓ କୋଷାଗୁମୁଡା ବ୍ଲକରେ ବର୍ଷା ବେଶି ହୋଇଛି।

ପ୍ରଶାସନ ସମ୍ପୁର୍ଣ୍ଣ ରୁପେ ସବୁ ରକମର ସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)