Rain in Delhi: ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ବିମାନ ସେବା ବାଧାପ୍ରାପ୍ତ
"ନୂଆଦିଲ୍ଲୀ: ଦିଲ୍ଲୀରେ ରବିବାର ହାଲୁକାରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଲୋକମାନେ ଗରମରୁ ଆଶ୍ବସ୍ତି ଲାଭ କରିଛନ୍ତି।
ତେବେ ବର୍ଷା ଯୋଗୁ ଦିଲ୍ଲୀରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି।
ଜାତୀୟ ରାଜଧାନୀକୁ ଆସୁଥିବା ୧୫ଟି ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯାଇଛି।
ବିମାନବନ୍ଦର ସୂତ୍ର ଅନୁଯାୟୀ, ବର୍ଷା ଯୋଗୁ ୧୦ଟି ଘରୋଇ ବିମାନ ଓ ୫ ଟି ଅନ୍ତର୍ଜାତୀୟ ବିମାନ ପ୍ରଭାବିତ ହୋଇଛି।Advertisment ବର୍ଷା ଯୋଗୁ ଦୃଶ୍ୟମାନ ଦୂରତା ହ୍ରାସ ପାଇବା ଓ ପ୍ରତିକୂଳ ପାଗ ଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୪ ଦିନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ବାକି ଅଞ୍ଚଳକୁ ପ୍ରସ୍ତାରିତ ହେବ।
ରାଜସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ହିମାଚଳ ପ୍ରଦେଶରେ ରବିବାର ସ୍ବଳ୍ପ ଧରଣର ବର୍ଷା ହୋଇଛି।
Heavy Rain: ବର୍ଷା ଭାଙ୍ଗିଦେଲା ମାଟିଘର, ପଡ଼ୋଶୀ ଦେଲେ ଆଶ୍ରୟ "