Arrest: ଲୁଟ୍‌ ଯୋଜନା ବିଫଳ; ୩ ଆନ୍ତଃରାଜ୍ୟ ଡକାୟତ ଗିରଫ

Jul 05, 2026 - 22:02
Arrest: ଲୁଟ୍‌ ଯୋଜନା ବିଫଳ; ୩ ଆନ୍ତଃରାଜ୍ୟ ଡକାୟତ ଗିରଫ

"ରାଇରଙ୍ଗପୁର/ବହଳଦା: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୁଲିସଜିଲ୍ଲା ଗଠନ ହେବା ପରେ ପ୍ରଥମ ସଫଳତା।

ସୂଚନା ଅନୁଯାୟୀ କେନ୍ଦୁଝର ଏସ.ପିଙ୍କ ଠାରୁ ଖବର ପାଇ ବହଳଦା ପୁଲିସ ଗାଡି ପାଟ୍ରଲିଂ କରୁଥିବା ସମୟରେ ଏକ ଗାଡିରୁ ୩ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ କାବୁ  କରାଯାଇଛି।

ଆକ୍ସନ ମୋଡରେ ରାଇରଙ୍ଗପୁର ପୁଲିସ ଜିଲ୍ଲା।

ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଲେ ବହଳଦା ପୁଲିସ।

ତିନି ଦୁର୍ଦ୍ଦାନ୍ତ ଡକାୟତକୁ ଗିରଫ କରିଥିବା ବେଳେ ତିନି ଜଣ ଦୁର୍ଦ୍ଦାନ୍ତ ଡକାୟତ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି।

Advertisment କେନ୍ଦୁଝରରେ ତାଲା ଭାଙ୍ଗି ଲକ୍ଷlଧିକ ଟଙ୍କାର ସୁନା ଗହଣା ଡକାୟତି କରିଥିବା ଅଭିଯୋଗରେ ବହୁ ଦିନରୁ ତଦନ୍ତ ଜାରି ରଖିଥିଲା ପୁଲିସ।

୬ ଜଣ ଦୁର୍ଦ୍ଦାନ୍ତ ଡକାୟତି ଏକାଧିକ ମାମଲାରେ ଜଡ଼ିତ ଥିଲେ।

ଗିରଫ ତିନି ଡକାୟତି ହେଲେ ଝାରଖଣ୍ଡର ମଝିଗାଁ ଥାନା ଅଞ୍ଚଳର ମହମ୍ମଦ ନାଫିସ, ସେକ ମାଇକେଲ ଓ ସେକ ଅର୍ସଦ।

ବହଳଦା ଥାନା ଅଞ୍ଚଳରୁ ତିନ ଗିରଫ ଡକାୟତଙ୍କୁ କେନ୍ଦୁଝର ପୁଲିସ ନେଇଯାଇଥିବା ସୂଚନା।

ତେବେ ରାଇରଙ୍ଗପୁର ପୁଲିସ ଜିଲ୍ଲା ଗଠନ ହେବା ପରେ ପୁଲିସକୁ ପ୍ରଥମ ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Rairangpur Police District ଦୁଇ ଉପଖଣ୍ଡବାସୀଙ୍କୁ ମକର ଭେଟିଦେଲେ ସରକାର, ବିଧିବଦ୍ଧ ଭାବେ ରାଇରଙ୍ଗପୁର ପୁଲିସ ଜିଲ୍ଲା ଆଜିଠାରୁ କାର୍ଯ୍ୟକ୍ଷମ "