Rain in Bhadrak: ୩୩ ଦିନ ହେଲା ବର୍ଷା ଜାରି, ଟଳୁନି ବିପନ୍ନଙ୍କ ଦୁଃଖ

Aug 30, 2026 - 23:44
Rain in Bhadrak: ୩୩ ଦିନ ହେଲା ବର୍ଷା ଜାରି, ଟଳୁନି ବିପନ୍ନଙ୍କ ଦୁଃଖ

"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ଆଜକୁ ୩୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି।

ବନ୍ୟାର ପ୍ରକୋପ କମି ଥିବା ବେକେ ଗତ ଦୁଇ ଦିନ ହେଲା ପୁଣି ଆରମ୍ଭ ହୋଇଛି ଅନବରତ ବର୍ଷା।

ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ଦୁଇଦିନର ବର୍ଷାରେ ପୁଣି ଦୁଃଖ ଭୋଗୁଛନ୍ତି ବନ୍ୟା ବିପନ୍ନ ଲୋକେ।

ଏକ ମାସରୁ ଅଧିକ ସମୟ ପର ଘରେ ରିଲିଫ କେନ୍ଦ୍ରରେ ତ ଯେଉଁ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜି ଥିଲେ ଆଇ କିଛି ଲୋକ ରାସ୍ତା ଉପରେ ପଲିଥିନ ଟାଣି ଜୀବନ ବିତାଇ ଥିଲେ।Advertisment ବହୁ କଷ୍ଟରେ ନିଜର ଭଙ୍ଗା କୁଫିଆକୁ ଫେରିଥିବା ବେଳେ ପୁଣି ଦୁଇଦିନର ବର୍ଷା ସେମାନଙ୍କୁ ଦୁଃଖ ଦେଉଛି।

ଲଗାଣ ବର୍ଷା ଯୋଗୁଁ ବିପନ୍ନ ଲୋକ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି।

ଜିଲ୍ଲାର ଅର୍ଣୋପାଲ, ରଜୁଆକିବିନ୍ଧା, ତିହିଡି ବ୍ଳକର ତଳ ଗୋପବିନ୍ଧା  ପଞ୍ଚାୟତ କଟନଗରରେ କିଛି ଗରିବ ଲୋକଙ୍କ ଦୁଃଖ ମାଡ଼ି ଆସୁଛି।

ସେମାନଙ୍କ ବନ୍ୟାରେ ବୁଡ଼ି ଯାଇଥିଲା।

କାନ୍ଥ ପଡ଼ି ଯାଇଥିଲା।

ସେମାନେ ଏବେ ପାଣି କମିବା ପରେ ସେହି ଘରକୁ ଯାଉଥିଲେ।

ଏବେ ଦୁଇ ଦିନର ବର୍ଷାରେ ପୁଣି ଘରେ କାଦୁଆ ପଚ ପଚ୍ ହେଉଛି।

ଏହି ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି।

କେବଳ ଘରେ ରହିବା ସମସ୍ୟା ସୃଷ୍ଠି ଜାତି ନାହିଁ।

ଚାଷଜମିରେ ବନ୍ୟା ପାଣି ଜମିଥିଲା ଲୋକେ ଚାଷ ପାଇଁ ଆଗେଇ ଥିବା ବେକେ ଦୁଇ ଦିନର ବର୍ଷା ଜଳ ପୁଣି ବିଲକୁ ବୁଡ଼ାଇ ଦେଇଛି।

ସାଳନ୍ଦୀ ଓ ନଳିଆ ନଦୀର ବନ୍ୟା ଜଳରେ ଏହି  ଆଞ୍ଚରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବ ବେକେ ବର୍ଷା ପୁଣି ଏମାନଙ୍କୁ କନ୍ଦାଇଛି।

ଏହି ଅଞ୍ଚଳରେ ବନ୍ୟା ଗତ ଏକ ମାସ ହେଲାଣି ଲୋକଙ୍କୁ ଜଳବନ୍ଦୀ ରେ ରଖିବା ପରେ ଏବେ ପୁଣି ବର୍ଷା ଆହୁରି କନ୍ଦାଉଛି।

ଚଳିତ ବର୍ଷର ବନ୍ୟା ଚାଷ ନେଲା।

ବର୍ଷକର ଦାନା ଛଡ଼ାଇ ନେବା ପରେ ଏବେ ପୁଣି ବର୍ଷା ଦାଉ ସାଜୁଛି।

ଜୀବିକା ଯାଇଛି।

ଆମ ଜୀବନ କେବଳ ଅଛି।

ଏବେ ଛାଡ଼ିଳେ ଲୋକେ ହୁଏତ କିଛି କାମଧନ୍ଦା କରିବାକୁ କ୍ଷେତକୁ ଯାଆନ୍ତେ।

ଏହି ବର୍ଷା ସେତକ ବି କରିବାକୁ ଦେଉନି ବୋଲି କୁହନ୍ତି , ରଜୁଆଲି ବିନ୍ଧାର ଚାଷୀ ପରବା ଜେନା।

ଅର୍ଶପାଳ ପଞ୍ଚାୟତ ରାଜମୁକୃନ୍ଦ ପୁର ଗ୍ରାମର ହେମନ୍ତ ସାହୁ କହନ୍ତି ଏବର୍ଷ ବର୍ଷା ଆଉ ବନ୍ୟା ଆମର ସବୁ କିଛି ଉଜାଡ଼ି ଦେଲା।

ଏବେ କେମିତି ବଞ୍ଚିବୁ ତାକୁ ନେଇ ଚିନ୍ତା।

ଏହି ଅଞ୍ଚଳର ଚାଷୀ ବାଦଲ କୁହନ୍ତି ନିଜ ଜମି ଓ ଭାଗ ଚାଷକୁ ଆଣି ୩ ଏକର ଜମିଚାଷ କରିଥିଲି।

୨ ଏକର ରୁଆ ପୋତା ସରିଥିଲା।

ସବୁ ଚାଲିଗଲା।

ଧାନ ତଳି ଓ ରୁଆରେ ମାସେ କାଳ ବନ୍ୟା ପାଣିର ସୁଅ ଛୁଟିଲା।

ସବୁ ଚାଲିଗଲା।

ଆଉ ଚାଷ ନାହିଁ।

ବାସରେ ବନ୍ୟା ଜଳ ଲହଡ଼ି ମାରଇଲା।

ଏବେ ଘରକୁ ଫେରିଲୁ ଯେ ପୁଣି ବର୍ଷା ଆମକୁ କଲବଲ କରୁଛି।

Landslide : ଲଗାଣ ବର୍ଷାରେ ମାଟି ଅତଡ଼ା ଖସିଲା, ଯାତାୟତରେ ବାଧା ବନ୍ୟା ପାଇଁ ଆମ ଅଞ୍ଚାର ସବୁ ଲୋକଙ୍କ ଚାଷ ଗଲା ପରେ ପରିବାର ଗୁଜୁରାଣ ଚିନ୍ତାରେ ଭୋକ ଶୋଷରେ ରହୁ ନିଦ ହଜି ଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ମତଗଜପୁର ହଟନଗରର ଶବର ମହାଳିକ।

୧୯୯୯ ମସିହା ପରେ ବଡ଼ ବଢ଼ି ବୋଲି କହିଛନ୍ତି।

ଘର ଭିତରେ ୨ ଫୁଟ ଜଳ ଚାଲିଲା।

ଏବେ ଘରକୁ ଫେରିବା ପରେ ପୁଣି ବର୍ଷା ଆମକୁ କଷ୍ଟ ଦେଉଛି।

ଚାଷ ଆଉ ନାହିଁ।

ଦୁଇ ନଦୀ ମଝି ପଠାରେ ତାଙ୍କ ଭଳି ଶତାଧିକ ଘର ଦାଣ୍ଡ, ବାରଣ୍ଡା ରେ ଜୀବନ ବିତାଉଛନ୍ତି।

ବର୍ଷା କମୁଛି ନା ଆମ ଦୁଃଖ ସରୁଛି ବୋଲି କହନ୍ତି।

ସରକାରୀ ସହାୟତାକୁ ଅପେକ୍ଷା କରୁଛୁ।

କଣ ସରକାର ଦୟା କରୁଛନ୍ତି।

ଯେମିତି ଗୋଟିଏ ବର୍ଷ ଚକୁବୁ ତାକୁ ନେଇ ଚିନ୍ତାରେ ରହିଛି।

ଏଭଳି ବନ୍ୟା ବିଭୀଷିକାର ଲମ୍ବା ଅବଧିକୁ ସାମ୍ନା କରିଥିବା ନ‌ଦୀ କୂଳିଆବାସୀଙ୍କ ଅସରତି ଦୁଃଖ ଯନ୍ତ୍ରଣା।

ଏକ ମାସ ଧରି ଲାଗି ରହିବା ଦ୍ୱାରା ଭଦ୍ରକ ଜିଲ୍ଲାରେ ୬ଟି ବ୍ଲକରେ ବିଶେଷ ଭାବରେ ଧାନ ଖେତନସ୍ତ ହୋଉଛି।

ପାଣି  ଯୋଗୁଁ ପାଣି କରିବା ଚାଷ  ଉଜୁଡି ଯାଇଛି।

ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ବନ୍ୟା ଛାରଖାର କରିଛି।

ସର୍ବାଧିକ ତିହିଡ଼ି ବ୍ଳକର କ୍ଷତି ଘଟିଛି।

ଅଧାରୁ ଅଧିକ ଚାଷ ଯାଇଛି।

ବୋଡ଼କ, ବିଲଣା, ବାରୁଅ, ତଳଗୋପବିନ୍ଧା, ଶ୍ୟାମସୁନ୍ଦରପୁର, ଈଶ୍ୱରପୁର ଆଦି ପଞ୍ଚାୟତ ଏକ ମାସ ଧରି ଜଳ ପ୍ରଳୟ ଦେଖିବାକୁ ମିଳିଛି।

ନାଳିଆ, ସାଳନ୍ଦୀ, କୁଣ୍ଡୀ, ବୈତରଣୀ, ଗେଙ୍ଗୁଟି ନଦୀ ଚଳିତ ବର୍ଷ ନିଷ୍ଠୁର ହୋଇଛି।

ଭଦ୍ରକ ବ୍ଳକର ବିଷ୍ଣୁପୁର ବିନ୍ଧା ଓ ଆର୍ଣପାଲ୍ ପଞ୍ଚାୟତର ସର୍ବାଧିକ କ୍ଷତି ଘଟିଥିବାବେଳେ ବେନ୍ତାଳ, ଖଣ୍ଡତଡ଼ା, କୋରକୋରା, ହରିପୁର ଭଳି ଅଞ୍ଚଳର ଅନେକ ଚାଷ ସର୍ବନାଶ ହୋଇଛି।

ଏବେ ବି ଭଦ୍ରକ ଜିଲ୍ଲାର ଅନେକ ପଞ୍ଚାୟତରେ ଚାଷଜମି ଜଳବନ୍ଦୀ ହୋଇ ରହିଥିବାବେଳେ ଜିଲ୍ଲାର ଅଧାରୁ ଅଧିକ ଚାଷଜମି ଚାଷ ହୋଇ ପାରିବା ସମ୍ଭବ ନୁହଁ ବୋଲି ଚାଷୀ ମହଲରୁ ମତ ପ୍ରକାଶ ପାଇଛି।

ଏବେ ବର୍ଷା କମିଲେ ସରକାର ବିପନ୍ନ ଚାଷୀଙ୍କୁ ଧାନ ତଲି ଓ ସାର ମାଗଣା ପରଦନ କଲେ ଲୋକେ ହୁଏତ ରୁଆପୋତା କରିପାରନ୍ତେ ବୋଲି ଅନେକ ଚାଷୀ ମତ ପ୍ରକାଶ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)