Rain: କାଉଡ଼ିଆଙ୍କୁ କଲବଲ କଲା ବର୍ଷା: ବର୍ଜ୍ୟବସ୍ତୁ ପରିଚାଳନା ମେସିନ ଆସିବାଠୁ ଅଚଳ

Aug 10, 2026 - 04:28
Rain: କାଉଡ଼ିଆଙ୍କୁ କଲବଲ କଲା ବର୍ଷା: ବର୍ଜ୍ୟବସ୍ତୁ ପରିଚାଳନା ମେସିନ ଆସିବାଠୁ ଅଚଳ

"ଭୁବନେଶ୍ୱର: ଆଜି ଦିନରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିଥିଲା।

ବିଭିନ୍ନ ନଦୀ ଘାଟରୁ କାନ୍ଧରେ ଜଳଭାର ବୋହି କାଉଡ଼ିଆମାନେ ଏକାମ୍ରକ୍ଷେତ୍ରକୁ ଛୁଟିଆସିଥିଲେ।

ଶହଶହ ସଂଖ୍ୟାରେ ମହିଳା ଓ ଛୋଟଛୋଟ ପିଲା ଶ୍ରାବଣୀ ଜଳଭାର ଧରି ମନ୍ଦିର ନିକଟରେ ପହଞ୍ଚିଯାଇଥିଲେ।

ସନ୍ଧ୍ୟା ସୁଦ୍ଧା ସବୁ କିଛି ଠିକ୍‌ ଥିଲା।

କିନ୍ତୁ ରାତି ପ୍ରାୟ ୭ଟା ବେଳେ ବର୍ଷା ହୋଇଯିବାରୁ କାଉଡ଼ିଆମାନେ ସମସ୍ୟାରେ ପଡ଼ିଯାଇଥିଲେ।

ବର୍ଷାରୁ ବର୍ତ୍ତିବାକୁ ସେମାନେ ଏଠିସେଠି ମୁଣ୍ଡ ଗୁଞ୍ଜିବାକୁ ଚେଷ୍ଟା କରି ହନ୍ତସନ୍ତ ହେଲେ।

ରାତିରେ ବର୍ଷା ହେଲେ ସେମାନେ ଆହୁରି ସମସ୍ୟାରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Advertisment Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ ଚଳିତ ବର୍ଷ ବହୁ ସଂଖ୍ୟାରେ କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରକୁ ଆସୁଛନ୍ତି।

ମାତ୍ର ସେମାନଙ୍କ ରହଣି ପାଇଁ ଆବଶ୍ୟକ ପରିମାଣର ତମ୍ବୁ ବିଶ୍ରାମାଗାର ନାହିଁ।

ଯେତିକି ଅଛି, ସେଥିରେ ସମସ୍ତେ ବିଶ୍ରାମ ନେଇ ପାରୁନାହାନ୍ତି।

୫ବର୍ଷ ପୂର୍ବରୁ ଭଜନ ମଣ୍ଡପ, ବିଭିନ୍ନ ମଠ ଓ ପର୍ଯ୍ୟଟକ ସେଡ୍‌ର ବ୍ୟବସ୍ଥା ଥିଲା।

କିନ୍ତୁ ଏକାମ୍ର ବିକାଶ ଯୋଜନାରେ ପୁରୁଣା ଲିଙ୍ଗରାଜ ମାର୍କେଟ୍‌, ଭଜନ ମଣ୍ଡପ ଓ ବିଭିନ୍ନ ମଠକୁ ଭାଙ୍ଗି ଦିଆଗଲା।

ସେବେଠୁ କାଉଡ଼ିଆମାନେ ରାତି ରହଣି ପାଇଁ ହଇରାଣ ହେଉଛନ୍ତି।

ବିଏମ୍‌ସି ପକ୍ଷରୁ  ସ୍ବତନ୍ତ୍ର ସେଡ୍‌ କରାଯାଉ ନଥିବାରୁ କାଉଡ଼ିଆମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

୨୦୧୯ ମସିହାରେ ଏକ ଘରୋଇ ସଂସ୍ଥା ଏହି ମନ୍ଦିରକୁ ଏକ ବର୍ଜ୍ୟବସ୍ତୁ ପରିଚାଳନା ମେସିନ ଦାନ ସୂତ୍ରରେ ଦେଇଥିଲା।

ସେବେଠୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ଏହି ମେସିନ କାର୍ଯ୍ୟକ୍ଷମ ହୋଇପାରିନି।

ମନ୍ଦିର ଭିତରୁ ବାହାରୁଥିବା ପାଦୁକପତ୍ର, ଅବଢ଼ା, କଦଳୀପତ୍ର, ଫୁଲ ଆଦି ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା ପାଇଁ ଏହି ମେସିନ ମିଳିଥିଲା।

କିନ୍ତୁ ମେସିନ କେଉଁଠି ବସିବ, ତାହା ସ୍ଥିର ହୋଇପାରିଲା ନାହିଁ।

ପ୍ରଥମେ ଏହାକୁ ମନ୍ଦିର କାର୍ଯ୍ୟାଳୟରେ ରଖାଯାଇଥିଲା।

ପରେ ଏହାକୁ ଲିଙ୍ଗରାଜ ହାଟ ନିକଟକୁ ନିଆଗଲା।

ଏବେ ବି ସେଠି ଖରା, ବର୍ଷା, କାକରରେ ପଡ଼ି ରହିଛି।

ଅଥଚ ମନ୍ଦିରରୁ ବାହାରୁଥିବା ଟ୍ରକ୍‌ ଟ୍ରକ୍‌ ବର୍ଜ୍ୟ ବାହାରେ ଏଠିସେଠି ଗଦା କରାଯାଉଛି ଏବଂ ବିଏମ୍‌ସି ଏହି ବର୍ଜ୍ୟକୁ ଅନ୍ୟ ବର୍ଜ୍ୟ ସହ ମିଶାଇ ଉଠାଇ ନେଉଛି।

ମନ୍ଦିର ବର୍ଜ୍ୟ ସହ ବାହାର ବର୍ଜ୍ୟ ମିଶୁଥିବାରୁ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି।

ଏନେଇ ବିଭିନ୍ନ ମହଲରୁ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନାହିଁ।

Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media