Railway Sports Quota Recruitment 2026: ରେଳବାଇରେ ସ୍ପୋର୍ଟ୍ସ କୋଟାରେ ପୂରଣ ହେବ ଏତେ ପଦବୀ; ଆରମ୍ଭ ହେଲା ଅନଲାଇନ୍ ଆବେଦନ

Jul 26, 2026 - 14:38
Railway Sports Quota Recruitment 2026: ରେଳବାଇରେ ସ୍ପୋର୍ଟ୍ସ କୋଟାରେ ପୂରଣ ହେବ ଏତେ ପଦବୀ; ଆରମ୍ଭ ହେଲା ଅନଲାଇନ୍ ଆବେଦନ

ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ କ୍ରୀଡ଼ାବିଦଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ନର୍ଥଇଷ୍ଟ ଫ୍ରଣ୍ଟିୟର ରେଳବାଇ (NFR) ପକ୍ଷରୁ ସ୍ପୋର୍ଟ୍ସ କୋଟା ଅଧୀନରେ ମୋଟ ୫୬ଟି ପଦବୀ ପାଇଁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ଦେଶର ଯୋଗ୍ୟ ଭାରତୀୟ କ୍ରୀଡ଼ାବିଦମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୨୫ ଜୁଲାଇ ୨୦୨୬ରୁ ଆରମ୍ଭ ହୋଇଥିବା ବେଳେ ୨୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଫର୍ମ ପୂରଣ କରାଯିବ।

କେଉଁ କେଉଁ ଖେଳର କ୍ରୀଡ଼ାବିଦ ଆବେଦନ କରିପାରିବେ?

ପୁରୁଷ ଓ ମହିଳା ଉଭୟ ବର୍ଗର କ୍ରୀଡ଼ାବିଦଙ୍କ ପାଇଁ ସୁଯୋଗ ରହିଛି। ନିମ୍ନଲିଖିତ ଖେଳଗୁଡ଼ିକ ସାମିଲ ହୋଇଛି:

•    ତୀରନ୍ଦାଜୀ 
•    ଆଥଲେଟିକ୍ସ 
•    ବ୍ୟାଡମିଣ୍ଟନ 
•    ବାସ୍କେଟବଲ 
•    ବକ୍ସିଂ 
•    କ୍ରିକେଟ 
•    ଫୁଟବଲ 
•    ଟେବୁଲ ଟେନିସ 
•    ଭଲିବଲ 
•    ୱେଟ୍‌ଲିଫ୍ଟିଂ 
•    ଗଲ୍ଫ 
•    କବଡ଼ି 
•    ପାୱାରଲିଫ୍ଟିଂ 

ଶିକ୍ଷାଗତ ଯୋଗ୍ୟତା:

ଲେଭେଲ-୨ ଓ ଲେଭେଲ-୩ ପଦବୀ ପାଇଁ

•    ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ କିମ୍ବା ସମକକ୍ଷ ପରୀକ୍ଷା ଉତ୍ତୀର୍ଣ୍ଣ। 

ଭେଲ-୧ ପଦବୀ ପାଇଁ:

•    ଦଶମ ଶ୍ରେଣୀ ପାସ୍ କିମ୍ବା 
•    ITI ପାସ୍ କିମ୍ବା 
•    NCVT ଦ୍ୱାରା ପ୍ରଦାନ କରାଯାଇଥିବା NAC ସାର୍ଟିଫିକେଟ୍। 

କ୍ରୀଡ଼ା ସଫଳତା:

ପ୍ରାର୍ଥୀଙ୍କ ପାଖରେ ୧ ଏପ୍ରିଲ ୨୦୨୪ କିମ୍ବା ତା’ ପରେର ବୈଧ କ୍ରୀଡ଼ା ସଫଳତା ଥିବା ଆବଶ୍ୟକ।

ଲେଭେଲ-୨/୩ ପାଇଁ

•    ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କିମ୍ବା 
•    ଜାତୀୟ ପ୍ରତିଯୋଗିତାରେ ଅତି କମରେ ତୃତୀୟ ସ୍ଥାନ। 

ଲେଭେଲ-୧ ପାଇଁ

•    ନିର୍ଦ୍ଧାରିତ ଜାତୀୟ କିମ୍ବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କିମ୍ବା ଉଲ୍ଲେଖନୀୟ ସ୍ଥାନ ହାସଲ କରିଥିବା ଦରକାର। 

ବୟସ ସୀମା:

୧ ଜାନୁଆରୀ ୨୦୨୭ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ବୟସ ପ୍ରମାଣ ପାଇଁ ଦଶମ ଶ୍ରେଣୀ ସାର୍ଟିଫିକେଟ୍ କିମ୍ବା ମାର୍କଶିଟ୍ ଗ୍ରହଣ କରାଯିବ।

ଦରମା:

ନିଯୁକ୍ତ ପ୍ରାର୍ଥୀମାନେ ୭ମ ବେତନ କମିଶନ ଅନୁଯାୟୀ ଦରମା ପାଇବେ।

•    ଲେଭେଲ-୩ : ଗ୍ରେଡ୍ ପେ ₹୨୦୦୦ 
•    ଲେଭେଲ-୨ : ଗ୍ରେଡ୍ ପେ ₹୧୯୦୦ 
•    ଲେଭେଲ-୧ : ଗ୍ରେଡ୍ ପେ ₹୧୮୦୦ 

ଏହା ସହ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।

କିପରି ହେବ ଚୟନ?

ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ।

୧. ସ୍ପୋର୍ଟ୍ସ ଟ୍ରାଏଲ୍ (୪୦ ନମ୍ବର)

ମୂଲ୍ୟାୟନ ହେବ—

•    ଖେଳ କୌଶଳ 
•    ଶାରୀରିକ ଫିଟ୍‌ନେସ୍ 
•    ପ୍ରଦର୍ଶନ 
•    କୋଚଙ୍କ ମୂଲ୍ୟାୟନ 

୨୫ କିମ୍ବା ତା’ଠାରୁ ଅଧିକ ନମ୍ବର ପାଇଥିବା ପ୍ରାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବେ।

୨. ଇଣ୍ଟରଭ୍ୟୁ ଓ ମୂଲ୍ୟାୟନ (୬୦ ନମ୍ବର)

•    କ୍ରୀଡ଼ା ସଫଳତା – ୫୦ ନମ୍ବର 
•    ଶିକ୍ଷାଗତ ଯୋଗ୍ୟତା – ୧୦ ନମ୍ବର 

ସର୍ବନିମ୍ନ ଯୋଗ୍ୟତା ନମ୍ବର:

•    ଲେଭେଲ-୩ : ୬୫ ନମ୍ବର 
•    ଲେଭେଲ-୨ ଓ ଲେଭେଲ-୧ : ୬୦ ନମ୍ବର 

ଗୁରୁତ୍ୱପୂର୍ଣ୍ଣ ସୂଚନା:

•    ଚୟନିତ ପ୍ରାର୍ଥୀଙ୍କୁ ୨ ବର୍ଷର ପ୍ରୋବେସନ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। 
•    ନିଯୁକ୍ତି ପରେ ଅତି କମରେ ୫ ବର୍ଷ ଭାରତୀୟ ରେଳବାଇରେ ସେବା ଦେବାକୁ ବଣ୍ଡ ସ୍ୱାକ୍ଷର କରିବାକୁ ହେବ। 
•    ସମ୍ପୃକ୍ତ ପଦବୀ ପାଇଁ ନିର୍ଦ୍ଧାରିତ ମେଡିକାଲ ମାନଦଣ୍ଡ ପୂରଣ କରିବା ଜରୁରୀ। 
•    ସ୍ପୋର୍ଟ୍ସ ଟ୍ରାଏଲରେ ଯୋଗଦେବା ପାଇଁ କୌଣସି TA/DA ମିଳିବ ନାହିଁ। ଖେଳାଳିଙ୍କୁ ନିଜ ଖେଳ ସାମଗ୍ରୀ ନିଜେ ଆଣିବାକୁ ପଡ଼ିବ। 

ଆବେଦନ ସମୟରେ ଆବଶ୍ୟକ ଡକ୍ୟୁମେଣ୍ଟ୍:

•    ପାସପୋର୍ଟ ସାଇଜ ରଙ୍ଗିନ ଫଟୋ 
•    ସ୍ୱାକ୍ଷର 
•    ଦଶମ/ଦ୍ୱାଦଶ ମାର୍କଶିଟ୍ 
•    ସ୍ପୋର୍ଟ୍ସ ସାର୍ଟିଫିକେଟ୍ 
•    ବୟସ ପ୍ରମାଣପତ୍ର 
•    ଜାତି ପ୍ରମାଣପତ୍ର (ଯଦି ପ୍ରଯୁଜ୍ୟ) 
•    EBC ସାର୍ଟିଫିକେଟ୍ (ଯଦି ପ୍ରଯୁଜ୍ୟ) 

ନୋଟିଫିକେସନ ପାଇଁ ଏଠାରେ କ୍ଲିକ୍ କରନ୍ତୁ:

ଆବେଦନ ଶୁଳ୍କ:

  • ସାଧାରଣ / OBC - ₹୫୦୦
  • SC / ST / ମହିଳା / ପୂର୍ବତନ ସୈନିକ / ସଂଖ୍ୟାଲଘୁ / EBC    - ₹୨୫୦

କିପରି କରିବେ ଆବେଦନ:

•    ନର୍ଥଇଷ୍ଟ ଫ୍ରଣ୍ଟିୟର ରେଳବାଇର ଅଧିକାରିକ ୱେବସାଇଟକୁ ଯାଆନ୍ତୁ। 
•    Sports Quota Recruitment 2026 ଲିଙ୍କରେ କ୍ଲିକ୍ କରନ୍ତୁ। 
•    ଅନଲାଇନ୍ ଆବେଦନ ଫର୍ମ ପୂରଣ କରନ୍ତୁ। 
•    ଫଟୋ, ସ୍ୱାକ୍ଷର ଓ ଆବଶ୍ୟକ ଦସ୍ତାବେଜ ଅପଲୋଡ୍ କରନ୍ତୁ। 
•    ଆବେଦନ ଶୁଳ୍କ ଜମା କରି ଫର୍ମ ସବମିଟ୍ କରନ୍ତୁ। 
•    ଭବିଷ୍ୟତ ପାଇଁ ଆବେଦନପତ୍ରର ପ୍ରିଣ୍ଟଆଉଟ୍ ସଂରକ୍ଷଣ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।