ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

Jul 26, 2026 - 14:37
ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ ଭୟଙ୍କର ସମସ୍ୟା ଦେଖାଦେଇଛି। ରାସ୍ତାର ଏକ ପାର୍ଶ୍ୱ ଅବରୋଧ ହୋଇଯାଇଥିବାରୁ ଏଠାରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ଲାଗି ରହୁଛି।
ଏପରିକି ଜରୁରୀକାଳିନ ସମୟରେ ଆମ୍ବୁଲାନ୍ସ ମଧ୍ୟ ଜାମ୍‌ରେ ଫସି ରହୁଥିବା ଅଭିଯୋଗ ହେଉଛି। ଡ୍ରେନ୍‌ ସଫେଇ କାମ ପାଇଁ ଦାୟିତ୍ୱ କାହାକୁ ଦିଆଯାଇଥିଲା ଏବଂ ସଫେଇ ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ କାହିଁକି ଠିକ୍‌ ଭାବେ ଲଗାଯାଇନାହିଁ ଆରଡି ଛକରୁ ସାତଭଉଣୀ ପର୍ଯ୍ୟନ୍ତ ରାସ୍ତା ୩ କିଲୋମିଟର ପୂରା ଜମ୍‌ ତାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ମନମୁଖୀ ଭାବେ କାମ କରାଯାଇଥିବା ଅଭିଯୋଗ କରି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ଉପରେ ରଖାଯାଇଥିବା ଡ୍ରେନ୍‌ ସ୍ଲାବ୍‌ଗୁଡ଼ିକ ଉଠାଇ ଠିକ୍‌ ଭାବେ ଲଗାଇବା ସହ ଯାତାୟାତ ବ୍ୟବସ୍ଥା ସ୍ବାଭାବିକ କରିବାକୁ ଦାବି ହେଉଛି। ନଚେତ୍‌ ଏହି ସ୍ଥାନରେ ପ୍ରତିଦିନ ଟ୍ରାଫିକ୍‌ ଜାମ୍‌ ଲାଗି ରହିବା ସହ ଜରୁରୀ ସେବା ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ଲୋକେ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।