railway safety award ସୁରକ୍ଷା ପ୍ରତି ସତର୍କତା: ରେଳଧାରଣା ମେଣ୍ଟେନର ସମ୍ମାନିତ

Jun 22, 2026 - 23:09
railway safety award ସୁରକ୍ଷା ପ୍ରତି ସତର୍କତା: ରେଳଧାରଣା ମେଣ୍ଟେନର ସମ୍ମାନିତ

"ଭୁବନେଶ୍ୱର: ସୁରକ୍ଷିତ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ଅସାଧାରଣ ସତର୍କତା ଏବଂ ନିଷ୍ଠା ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ତୁରେକେଲା ରୋଡର ଟ୍ରାକ୍ ମେଣ୍ଟେନର୍-୪ ରାମଦେବ ମଣ୍ଡଳଙ୍କୁ 'ସୁରକ୍ଷା ପୁରସ୍କାର'  ରେ ସମ୍ମାନିତ କରାଯାଇଛି।Advertisment ଚଳିତ ବର୍ଷ ମଇ ୨୫ ଗ୍ରୀଷ୍ମକାଳୀନ ପାଟ୍ରୋଲିଂ (Hot Weather Patrolling) କାର୍ଯ୍ୟ କରୁଥିବା ସମୟରେ, ଶ୍ରୀମଣ୍ଡଳ ତୁରେକେଲା ରୋଡ୍ ୟାର୍ଡର ଡାଉନ୍ ଲାଇନରେ କିଲୋମିଟର ୧୫୪/୩୦-୩୨ ଠାରେ ଏସଇଜେ (SEJ) ଟଙ୍ଗ୍ ରେଳରେ ଏକ ଫାଟ ଥିବା ଚିହ୍ନଟ କରିଥିଲେ।

ସେ ସଙ୍ଗେ ସଙ୍ଗେ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ଟ୍ରେନ୍ ନମ୍ବର ୫୮୫୨୮ ବିଶାଖାପାଟଣା-ରାୟପୁର ପାସେଞ୍ଜରକୁ ଅଟକାଇଥିଲେ।

ଠିକ୍ ସମୟରେ ନିଜ ସୁପରଭାଇଜରଙ୍କୁ ସୂଚନା ଦେଇଥିଲେ।

ଏହାଦ୍ବାରା ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା।

"