Railway Group D Recruitment: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ହେଉଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର

Oct 24, 2026 - 14:15
Railway Group D Recruitment: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ହେଉଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର

ପ୍ରୟାଗରାଜ: ରେଳବାଇରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର।

ରେଳବାଇ ନିଯୁକ୍ତି ବୋର୍ଡ (RRB) ଗ୍ରୁପ୍‌-ଡିର ପ୍ରାୟ ୩୦ ହଜାର ପଦବିରେ ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଛି।

ଏହି ନିଯୁକ୍ତି ଅଧୀନରେ ଟ୍ରାକ୍ ମେଣ୍ଟେନର, ପଏଣ୍ଟସମ୍ୟାନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଓ ଅଣବୈଷୟିକ ପଦବି ପୂରଣ କରାଯିବ।

ଦୀପାବଳି ପୂର୍ବରୁ ଏକ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି ହେବାକୁ ଥିବାବେଳେ, ଦୀପାବଳି ପରେ ବିସ୍ତୃତ ବିଜ୍ଞାପନ ଓ ଅଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି।

Advertisment ରେଳବାଇ ନିଯୁକ୍ତି ବୋର୍ଡର ଲକ୍ଷ୍ୟ ହେଉଛି ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଶେଷ କରିବା।

ଏହି ନିଯୁକ୍ତି ପାଇଁ ସମସ୍ତ ଜୋନାଲ ରେଳବାଇ ଓ ଉତ୍ପାଦନ ୟୁନିଟ୍‌ଗୁଡ଼ିକଠାରୁ ଖାଲିଥିବା ପଦବିର ବିବରଣୀ ମଗାଯାଇଛି।

ମିଳିଥିବା ତଥ୍ୟର ସମୀକ୍ଷା ପରେ ପଦବି ସଂଖ୍ୟା ଚୂଡ଼ାନ୍ତ କରାଯିବ।

ଏହି ନିଯୁକ୍ତି ପ୍ରକ୍ରିୟାକୁ ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ଯେକୌଣସି ପରିସ୍ଥିତିରେ ଆରମ୍ଭ କରିବାକୁ ଯୋଜନା ରହିଛି।

ଏହାଦ୍ୱାରା ରେଳବାଇର ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ପ୍ରଭାବିତ ହେବ ନାହିଁ।

ଠିକ୍ ସମୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲେ, ୨୦୨୭ ମସିହାର ଗ୍ରୁପ୍‌-ଡି ନିଯୁକ୍ତି ବିଜ୍ଞାପନ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇପାରିବ।

ଏହାଦ୍ୱାରା ବିନା ବିଳମ୍ବରେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିବ।

ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବାର ସମ୍ଭାବନା ଆସନ୍ତା ବର୍ଷର ପ୍ରଥମ ତ୍ରୈମାସିକରେ ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବାର ସମ୍ଭାବନା ରହିଛି।

ନିଯୁକ୍ତିକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କୁ ନିଜର ଆବଶ୍ୟକ ପ୍ରମାଣପତ୍ର ପ୍ରସ୍ତୁତ ରଖିବା ସହ ରେଳବାଇ ନିଯୁକ୍ତି ବୋର୍ଡର ଆଧିକାରିକ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ବିସ୍ତୃତ ବିଜ୍ଞାପନ ପ୍ରକାଶ ପାଇବା ପରେ ହିଁ ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା, ଆବେଦନ ଶୁଳ୍କ ଓ ପରୀକ୍ଷା ତାରିଖ ସମ୍ପର୍କରେ ଠିକ୍ ସୂଚନା ମିଳିବ।

ଏହି ନିଯୁକ୍ତି ସମ୍ପର୍କରେ ଚୂଡ଼ାନ୍ତ ସୂଚନା ରେଳବାଇ ନିଯୁକ୍ତି ବୋର୍ଡର ଅଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସ୍ପଷ୍ଟ ହେବ।

ସାବରୀମାଳା ମନ୍ଦିର ଦୁର୍ନୀତି: 'ଅରବଣା ପାୟସମ୍' ପାଇଁ ବ୍ୟବହୃତ ୧୧ ହଜାର ଲିଟର ଘିଅରେ ହେରଫେର୍ ହୋଇଥିବା ବଡ଼ ଖୁଲାସା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)