Rahul, Gill score centuries: ରାହୁଲ, ଗିଲ୍‌ଙ୍କ ଶତକ: ଭାରତ ୩୬୮/୩

Jun 07, 2026 - 05:13
Rahul, Gill score centuries: ରାହୁଲ, ଗିଲ୍‌ଙ୍କ ଶତକ: ଭାରତ ୩୬୮/୩

"ନ୍ୟୁ ଚଣ୍ଡିଗଡ଼: କେଏଲ୍‌ ରାହୁଲ୍‌ ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ୍‌ର ପ୍ରଥମ ଦିନରେ ଭାରତ ନିଜର ସ୍ଥିତି ସୁଦୃଢ କରିଛି।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୩ ୱିକେଟ୍‌ ହରାଇ ୩୬୮ ରନ୍‌ କରିବା ସହ ଏକ ବଡ଼ ସ୍କୋର୍‌ ଆଡ଼କୁ ଅଗ୍ରସର ହେଉଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର୍‌ ଯଶସ୍ବୀ ଜୟସ୍ବାଲ ଓ କେଏଲ୍‌ ରାହୁଲ ଭଲ ଆରମ୍ଭ କରିଥିଲେ ବି ଜୟସ୍ବାଲ ୨୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।

ଏହା ପରେ ରାହୁଲ୍‌ ଓ ସାଇ ସୁଦର୍ଶନଙ୍କ ମଧ୍ୟରେ ୧୩୯ ରନ୍‌ର ଏକ ବଡ଼ ଭାଗୀଦାର ଦେଖିବାକୁ ମିଳିଥିଲା।

Advertisment Neglect: ରୋଗୀଙ୍କ ଯନ୍ତ୍ରଣା ଠାରୁ ବଳି ପଡୁଛି ରୋଗୀକୁ ଖଟିଆରେ ବୋହୁଥିବା ଲୋକଙ୍କ କଷ୍ଟ ସୁଦର୍ଶନ ୮୧ ରନ୍‌ କରି ମହମ୍ମଦ ସଲିମ୍‌ ସାଫିଙ୍କ ଶିକାର ହୋଇଥିବାବେଳେ ରାହୁଲ ନିଜର ଶତକ ପୂରଣ କରିଥିଲେ।

ଏହା ପରେ ଅଧିନାୟକ ଶୁବମନ ଗିଲ୍‌ ଓ ଋଷଭ ପନ୍ତଙ୍କ ୧୨୧ରନ୍‌ର ଭାଗୀଦାର ବଳରେ ପ୍ରଥମ ଦିନରେ ହିଁ ଭାରତର ସ୍କୋର୍‌ ୩୫୦ ଟପିଯାଇଥିଲା।

ଗିଲ୍‌ ଶତକ (୧୦୩*) ଓ ପନ୍ତ ଅର୍ଦ୍ଧଶତକ (୫୦*) ପୂରଣ କରି ଅପରାଜିତ ଅଛନ୍ତି।

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ୍‌ ସାଫି ୨ ଓ ଜିଆ ଉର୍‌ ରେହମାନ ସରିଫି ଗୋଟିଏ ୱିକେଟ୍‌ ନେଇଥିଲେ।

ଗିଲ୍‌ ଭାରତର ଏକାଦଶ ଅଧିନାୟକ ଏବଂ ସୁନୀଲ ଗାଭାସ୍କରଙ୍କ ପରେ ଦ୍ବିତୀୟ ଦ୍ରୁତତମ ଅଧିନାୟକ ଭାବେ ଟେଷ୍ଟ କ୍ରିକେଟ୍‌ରେ ୧,୦୦୦ ରନ୍‌ ପୂରଣ କରିଛନ୍ତି।

ଶନିବାର ରାଜସ୍ଥାନ ଅଲରାଉଣ୍ଡର୍‌ ମାନବ ସୂତାର ମଧ୍ୟ ଟେଷ୍ଟ ପଦାର୍ପଣ କରିଛନ୍ତି।

Cricket: ଯଦୁପୁର କ୍ରିକେଟ୍‌ ଏକାଡେମୀର ସହଜ ବିଜୟ: ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ ଆରମ୍ଭ ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି ୮୫ ଓଭରରେ-୩୬୮/୩ ( ଶୁବମନ ଗିଲ୍‌ ୧୦୩*, କେଏଲ୍‌ ରାହୁଲ ୧୦୦, ସାଇ ସୁଦର୍ଶନ ୮୧, ମହମ୍ମଦ ସଲିମ୍‌ ସାଫି ୨/୬୭, ଜିଆ ଉର୍‌ ରହମାନ ସରିଫି ୧/୬୧)"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।