Planes and trains: କିମାଶ୍ଚର୍ଯ୍ୟମ୍‌: ବିମାନ ଓ ଟ୍ରେନ୍‌ ଟାଣୁଥିବା ଦମ୍ପତି

Jun 07, 2026 - 05:13
Planes and trains: କିମାଶ୍ଚର୍ଯ୍ୟମ୍‌: ବିମାନ ଓ ଟ୍ରେନ୍‌ ଟାଣୁଥିବା ଦମ୍ପତି

"ଇଂଲଣ୍ଡ ୱେଲ୍‌ସର ଏକ ଦମ୍ପତି ବିମାନ, ଏପରିକି ଟ୍ରେନ୍‌କୁ ଟାଣି ବିଶ୍ବର ବଳଶାଳୀ ଦମ୍ପତି ଭାବେ ପରିଚିତ ହୋଇଛନ୍ତି।

ସାମ୍ ଟେଲର୍‌ ଓ ସୁ ଟେଲର୍‌ ଫ୍ରାଙ୍କଲିନ୍ ବିମାନ ଓ ଟ୍ରେନ୍ ବ୍ୟତୀତ ଖାଲି ହାତରେ ଆହୁରି ଅନେକ ଓଜନିଆ ଅଟୋମୋବାଇଲ୍‌ ଟାଣି ଗୋଟିକ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି।

ଏମାନଙ୍କ ରେକର୍ଡ ବୁକ୍‌କୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।

ତଥ୍ୟ ଅନୁସାରେ, ଏହି ଦମ୍ପତି ଫେବ୍ରୁଆରି ୨୦୨୧ରେ ସର୍ବପ୍ରଥମେ ରେକର୍ଡ ବୁକ୍‌ରେ ପ୍ରବେଶ କରିଥିଲେ, ଯେତେବେଳେ ସେମାନେ ଗୋଟାଏ ଏ-୩୨୦ ବିମାନକୁ ୨୦ ମିଟର୍‌ ଟାଣି ନେଇଥିଲେ। ‌େୱଲ୍‌ସରେ ପାଳିତ ସ୍ୱତନ୍ତ୍ର ସେଣ୍ଟ୍‌ ଡେଭିଡ୍‌ସ ଡେ" ଅବସରରେ ସେମାନେ ଏଭଳି ରେକର୍ଡ କରିଥିଲେ।

ପରେ ୨୦୨୩ ମେ" ମାସରେ ଇଂଲଣ୍ଡର ଷ୍ଟ୍ରଂଗେଷ୍ଟ୍‌ ମ୍ୟାନ୍‌ ଇଭେଣ୍ଟ୍‌ରେ ସମାନ କଥା ଦୋହରାଇଥିଲେ।

Advertisment Flight service: ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା: ଅପରାଜିତା ୨୦୨୫ରେ ସେମାନଙ୍କର ଅସଲ ପରୀକ୍ଷା ହୋଇଥିଲା, ଯେଉଁଥିରେ ସେମାନେ ନ୍ୟାରୋ-ଗେଜ୍‌ ଷ୍ଟିମ୍‌ ଟ୍ରେନ୍‌ ଟାଣିବାରେ ସଫଳ ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲେ।

ୱେଲ୍‌ସର ଲାନ୍‌ବେରିସ୍ ଲେକ୍ ରେଲ୍‌ୱେରେ ୪୦.୫୩ ସେକେଣ୍ଡ୍‌ ସମୟ ନେଇ ସେମାନେ ଏହି ରେକର୍ଡ କରିଥିଲେ।

ସବୁଠାରୁ ବଡ଼କଥା ହେଲା, ପରସ୍ପର ମିଶି ରେକର୍ଡ କରିବାକୁ ୨୦୧୯ ମସିହାରେ ଉଭୟ କାର୍ଡିଫ ଠାରେ ବିବାହ କରିଥିବା କହନ୍ତି।

ଏବେ ଏମାନେ ୱେଲ୍‌ସର ଆବର୍‌ଡାରେ ପିକ୍ ଷ୍ଟ୍ରେଙ୍ଗ୍‌ଥ ଜିମ୍ ନାମକ ଏକ ଜିମ୍‌ ଚଳାଉଛନ୍ତି ଓ ଆଗକୁ ଆହୁରି ଅନେକ ରେକର୍ଡ କରିବା ଯୋଜନା ରଖିଛନ୍ତି।

ନରୱେ ଓ ଦକ୍ଷିଣ ଆଫ୍ରିକାର ସବୁଠାରୁ ଶକ୍ତିଶାଳୀ ମହିଳାମାନଙ୍କ କୃତିତ୍ୱ ଦେଖି ସେମାନେ ଏହି ଦିଗରେ ଆଗ୍ରହୀ ହୋଇଥିବା କହନ୍ତି।

IndiGo flight: ଇଣ୍ଡିଗୋ ବିମାନରେ ମହୁଆ ଓ ଟିଏମ୍‌ସି ବିରୋଧରେ ନାରାବାଜି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।