Rahul Gandhi : ନାଗପୁର ଛାତ୍ରଙ୍କ ଆବୁଧାବିରେ ପରୀକ୍ଷା କେନ୍ଦ୍ର ପ୍ରସଙ୍ଗ: ଏନ୍ଟିଏକୁ ରାହୁଲଙ୍କ ତୀବ୍ର ସମାଲୋଚନା
"ନୂଆଦିଲ୍ଲୀ: ନିଟ୍ ପୁନଃପରୀକ୍ଷା ଆସନ୍ତାକାଲି (୨୧ ଜୁନ୍)ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନାଗପୁର ଜଣେ ନିଟ୍ ଆଶାୟୀ ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବିରେ ହେବା ଘଟଣାକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏନ୍ଟିଏକୁ ତୀବ୍ର ସମାଲେଚନା କରି ଛାତ୍ରଙ୍କ ଭବିଷ୍ୟତ ସହିତ ନ ଖେଳିବା ପାଇଁ ଚେତାବନୀ ଦେଇଛନ୍ତି।Advertisment ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ସରକାର: ବିଜେଡି "ଏକ୍ସ"ରେ ଏକ ପୋଷ୍ଟ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ନାଗପୁରର ଜଣେ ଛାତ୍ର ନିଟ୍ ପୁନଃ ପରୀକ୍ଷା ପାଇଁ ମାସେ ହେଲା ପ୍ରସ୍ତୁତି କରୁଛନ୍ତି।
ପରୀକ୍ଷାର ଦିନକ ପୂର୍ବରୁ ଆଡମିଟ୍ କାର୍ଡ଼ ଡାଉନଲୋଡ କରିବାବେଳେ ତାଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବିରେ ପଡ଼ିଥିବା ଦେଖିଲେ।
ତାଙ୍କ ପାଖରେ ପାସପୋର୍ଟ ନାହିଁ, ବିଦେଶ ଯିବାକୁ ଘରେ ଏତେ ସମ୍ବଳ ନାହିଁ।
ତାଙ୍କ ପାଖରେ ସମୟ ମଧ୍ୟ ନାହିଁ।
ସେ ରାତି ସାରା କାନ୍ଦିଲେ।
ପରୀକ୍ଷା ଦେବାକୁ ଇଚ୍ଛା କରୁନାହାନ୍ତି।
ଏ ଭିତରେ କେତେ ଚାପ ରହିଥିବ କେହି ଚିନ୍ତା କରିପାରିବ କି?
ଏହା କେମିତି ହେଲା ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିବା ସହିତ କୌଣସି ଛାତ୍ରଛାତ୍ରଙ୍କୁ ଏମିତି ନିଜ ପରୀକ୍ଷା କେନ୍ଦ୍ର ପହଞ୍ଚି ନ ପାରିବା ପରି ସମସ୍ୟା ନ ଭୋଗିବାକୁ ପଡ଼ୁ ବୋଳି କହିଛନ୍ତି।
ବାସ୍ତବରେ ଏନ୍ଟିଏ ଦେଶର ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି କଂଗ୍ରେସ ସାଂସଦ କହିଛନ୍ତି।
ଯେଉଁ ବ୍ୟବସ୍ଥା ଜଣେ ପିଲାକୁ ତାଙ୍କ ଦେଶରେ ପରୀକ୍ଷା ଦେବା ପାଇଁ ଏକ କେନ୍ଦ୍ର ବ୍ୟବସ୍ଥା କରିପାରୁନି, ଓଲଟା ବିଦେଶ ପଠାଉଛି ତାକୁ ପରୀକ୍ଷା କରିବାର କୌଣସି ଅଧିକାର ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।ଏହି ପ୍ରସଙ୍ଗରେ ଏନ୍ଟିଏ ଏନ୍ଡିଟିଭିକୁ କହିଥିଲା ଯେ, ଆମେମାନେ ତ୍ରୁଟି ସଂଶୋଧନ କରି ଛାତ୍ରଙ୍କୁ ନାଗପୁରରେ ଏକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଆଡମିଟ୍ କାର୍ଡ଼ କିଛି ଘଣ୍ଟା ମଧ୍ୟରେ ପ୍ରଦାନ କରିବୁ।
"