Quit High-Paying Jobs to Start Food Business: IT ଚାକିରି ଛାଡ଼ି ଖୋଲିଲେ ଖାଦ୍ୟ ବ୍ୟବସାୟ, ୯ ମାସରେ ଆୟ ୫୬ ଲକ୍ଷ

Nov 14, 2026 - 13:50
Quit High-Paying Jobs to Start Food Business: IT ଚାକିରି ଛାଡ଼ି ଖୋଲିଲେ ଖାଦ୍ୟ ବ୍ୟବସାୟ, ୯ ମାସରେ ଆୟ ୫୬ ଲକ୍ଷ

ଚାକିରି କରୁଥିଲେ ଦୁହେଁ।

ଭଲ ଦରମା ମଧ୍ୟ ମିଳୁଥିଲା।

ହେଲେ ଅଫିସ କାମର ବ୍ୟସ୍ତତା ଭିତରେ ନିଜ ପାଇଁ ଭଲ ଖାଦ୍ୟ ଟିକିଏ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିଲା।

ବାହାର ଖାଦ୍ୟ ଖାଇବାକୁ ଇଚ୍ଛା ନଥିଲା, ଆଉ ପ୍ରତିଦିନ ରୋଷେଇ କରିବାକୁ ସମୟ ମଧ୍ୟ ନଥିଲା।

ଏହି ସମସ୍ୟାର ସମାଧାନ ଖୋଜୁ ଖୋଜୁ ଦୁହେଁ ନେଇଗଲେ ଏକ ବଡ଼ ନିଷ୍ପତ୍ତି।

ଲକ୍ଷ ଲକ୍ଷ ଟଙ୍କାର ଦରମା ଦେଉଥିବା IT ଚାକିରି ଛାଡ଼ି ଆରମ୍ଭ କଲେ ନିଜର ଖାଦ୍ୟ ବ୍ୟବସାୟ।

ଆଉ ମାତ୍ର ୯ ମାସରେ ରୋଜଗାର କଲେ ୫୬ ଲକ୍ଷ ଟଙ୍କା।

ଏହାସହ ୫୫ ହଜାରରୁ ଅଧିକ ଖାଦ୍ୟ ପରଷି ଏବେ ଚର୍ଚ୍ଚାରେ ବେଙ୍ଗାଲୁରୁର ଏହି ଦମ୍ପତି।

Advertisment ଏହି ସଫଳ ଦମ୍ପତି ହେଉଛନ୍ତି ଦିୟା କ୍ରିଷ୍ଣକୁମାର ଓ ଆଦିତ୍ୟ ନଟରାଜନ।

ଉଭୟ ବେଙ୍ଗାଲୁରୁରେ କମ୍ପ୍ୟୁଟର ସାଇନ୍ସ ପଢ଼ିବା ପରେ ଗୋଟିଏ IT କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ।

ପ୍ରାୟ ୩ ବର୍ଷରୁ ଅଧିକ ସମୟ କର୍ପୋରେଟ୍ ଜଗତରେ କାମ କରିବା ପରେ ସେମାନେ ନିଜ ଖାଦ୍ୟପେୟକୁ ନେଇ ସମସ୍ୟା ଅନୁଭବ କରିଥିଲେ।

କେବେ ଅଫିସରୁ ଫେରିବାକୁ ଡେରି ହେଉଥିଲା ତ ଆଉ କେବେ ରୋଷେଇ ପାଇଁ ସମୟ ମିଳୁନଥିଲା।

ବାଧ୍ୟ ହୋଇ ବାହାର ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା।

ସେମାନେ ଏମିତି ଏକ ମିଲ୍ ସବସ୍କ୍ରିପସନ୍ ସେବା ଖୋଜୁଥିଲେ, ଯେଉଁଠି କମ୍ ଦାମରେ ଘର ତିଆରି ସୁସ୍ଥ ଖାଦ୍ୟ ମିଳିପାରିବ।

କିନ୍ତୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସେବା ମିଳିଲା ନାହିଁ।

ଶେଷରେ ନିଜେ ଏହି ସମସ୍ୟାର ସମାଧାନ କରିବାକୁ ଚିନ୍ତା କଲେ।

Advertisment ୧୫ ଲକ୍ଷ ଟଙ୍କାରେ ଆରମ୍ଭ ହେଲା ବ୍ୟବସାୟ ୨୦୨୪ ସେପ୍ଟେମ୍ବରରେ ଦୁହେଁ ଚାକିରି ଛାଡ଼ି ଏକ ହେଲ୍‌ଦି ମିଲ୍ ସବସ୍କ୍ରିପସନ୍ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ।

ନିଜ ସଞ୍ଚିତ ଅର୍ଥରୁ ପ୍ରାୟ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ।

ପ୍ରଥମେ ମାତ୍ର ୬ ଜଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ବ୍ୟବସାୟ।

ଏଥିରେ ଜଣେ ନ୍ୟୁଟ୍ରିସନିଷ୍ଟ, ରୋଷେୟା, ଷ୍ଟିୱାର୍ଡ ଓ ଡେଲିଭରି କର୍ମଚାରୀ ରହିଥିଲେ।

ଗ୍ରାହକଙ୍କୁ ଡାଲି, ତରକାରୀ, ରୁଟି, ଚିକେନ୍ ଭଳି ସାଧାରଣ ଭାରତୀୟ ଖାଦ୍ୟ ଯୋଗାଇବା ଥିଲା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ।

ଏହାସହ ପନିର,ସୋୟା ଓ ଚିକେନ୍ ଭଳି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ମଧ୍ୟ ମେନୁରେ ସାମିଲ କରିଥିଲେ।

ଜଣେ ନ୍ୟୁଟ୍ରିସନିଷ୍ଟ ଖାଦ୍ୟର ପୁଷ୍ଟିକର ମାନ ଉପରେ ନଜର ରଖୁଥିଲେ।

ପ୍ରଥମେ ବନ୍ଧୁ ଓ ପରିବାରବର୍ଗଙ୍କୁ ଖାଦ୍ୟ ଦେଇ ସେମାନଙ୍କ ମତାମତ ନେଇଥିଲେ।

ପରେ ଜଣେ ନ୍ୟୁଟ୍ରିସନିଷ୍ଟଙ୍କ ସୋସିଆଲ ମିଡିଆ ରିଲ୍ ଯୋଗୁଁ ପ୍ରଥମ ୧୦୦ ଗ୍ରାହକ ମିଳିଥିଲେ।

୯ ମାସରେ ୫୬ ଲକ୍ଷ ଟଙ୍କା ଆୟ ଏହି ଷ୍ଟାର୍ଟଅପ୍ ପ୍ରଥମ ବର୍ଷରେ ପ୍ରାୟ ୪୫ ଲକ୍ଷ ଟଙ୍କାର ଆୟ କରିଥିଲା।

କିନ୍ତୁ ୨୦୨୬ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୯ ମାସରେ ୫୬ ଲକ୍ଷ ଟଙ୍କା ଆୟ କରିଛି।

ଏପର୍ଯ୍ୟନ୍ତ ୧୫୦୦ରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇବା ସହ ୫୫ ହଜାରରୁ ଅଧିକ ମିଲ୍ ଡେଲିଭରି କରିଛି।

ଗ୍ରାହକଙ୍କ ପାଇଁ ୩ ଦିନିଆ ଟ୍ରାଏଲ୍ ପ୍ଲାନ୍‌ରେ ପ୍ରତି ମିଲ୍ ୨୮୯ ଟଙ୍କା, ଦୁଇ ସପ୍ତାହର ପ୍ଲାନ୍‌ରେ ୨୭୯ ଟଙ୍କା ଏବଂ ମାସିକ ପ୍ଲାନ୍‌ରେ ୨୬୯ ଟଙ୍କା ରଖାଯାଇଛି।

ଏଥିରେ ଲଞ୍ଚ୍ ଓ ଡିନର୍ ସହ ମାଗଣା ଡେଲିଭରି ଓ ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ ମିଳୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)