Queue Darshan Soon ଶ୍ରୀମନ୍ଦିରରେ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ଧାଡ଼ି ଦର୍ଶନ
"୫ଟି ଧାଡ଼ିରେ ଦର୍ଶନ କରିବେ ଶ୍ରଦ୍ଧାଳୁ ଓ ଭକ୍ତ ଏକ ଘଣ୍ଟାରେ ୮-୧୦ ହଜାର ଭକ୍ତ କରିପାରିବେ ଶୃଙ୍ଖଳିତ ଦର୍ଶନ ନାଟମଣ୍ଡପରେ ହେବ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପୁରୀ/ଭୁବନେଶ୍ବର: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବାକୁ ଯାଉଛି।
ସାତ ପାହାଚରୁ ଏହି ଧାଡ଼ି ବ୍ୟବସ୍ଥା ହେବ।
ନାଟମଣ୍ଡପରେ ପଡ଼ିବାକୁ ଥିବା ୫ଟି ରୢାମ୍ପରେ ଚଢ଼ି ଦର୍ଶନ କରିବେ।
ବିଶେଷଜ୍ଞ ଟିମ୍ ଦେଇଥିବା ଏହି ପ୍ରସ୍ତାବକୁ ସ୍ବୀକୃତି ଦିଆଯାଇଛି।
ସପ୍ତାହକ ମଧ୍ୟରେ ପାଇଲଟ ପ୍ରକଳ୍ପ ଭାବରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
୩ ରୁ ୪ ମାସ ଭିତରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ।
ଏହି ରୢାମ୍ପ୍ରେ ଗୋଟିଏ ଘଣ୍ଟା ମଧ୍ୟରେ ୮ରୁ ୧୦ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।Advertisment Statement Law Minister Ratnabhandar: କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ଗଣତି ମଣତି: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି ଆଜି ଆଇନ ମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଥିଲା I ଏହାକୁ ଅନୁଧ୍ୟାନ କରି ସର୍ବଶ୍ରେଷ୍ଠ ମଡେଲକୁ କିଭଳି ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେଥିନେଇ ଆଲୋଚନା ହୋଇଥିଲା I ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ଼ ନିୟନ୍ତ୍ରିତ କରାଯାଇ ସବୁ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଇବା ସମ୍ଭବ ହୋଇପାରିବ।
ଏଥି ସହିତ ଭକ୍ତମାନେ ୫ ଟି ଅଲଗା ଅଲଗା ରାମ୍ପ ଯୋଗେ ଶୃଙ୍ଖଳିତ ଦର୍ଶନ କରିପାରିବେ।
ଏହାର ଠିକ କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଏକ ପାଇଲଟ ମଡେଲ ପ୍ରସ୍ତୁତ କରାଯିବା ସହିତ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କାରାଯିବ।
ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ପବିତ୍ର ମୋହନ ସାମଲ, ପୁରୀ ଏସ୍ପି ପ୍ରତୀକ ସିଂ, ଆଇନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ.
କେ.
ଦାସ, ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତଙ୍କ ସମେତ ଆଇଆଇଟି ଭୁବନେଶ୍ୱରର ବୈଷୟିକ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଛତିଶା ନିଯୋଗ ବୈଠକ: ପୁଣି ଘୁଞ୍ଚିଲା ଧାଡ଼ି ଦର୍ଶନ, ଏଥର ପଞ୍ଚୁକ ୪ଦିନ, ହେବନି ବାଙ୍କଚୂଡ଼ ବେଶ ସୂଚନାଯୋଗ୍ୟ ଯେ ୨୦୨୫ ମସିହା ସେପ୍ଟେମ୍ବର ୧୫ ତାରିଖରୁ ସରକାର ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଥିଲେ।
ଏଥିରେ ଦୁଇଟି ପ୍ରମୁଖ ପ୍ରତିବନ୍ଧକ ଥିଲା।
ହୁଣ୍ଡି ସ୍ଥାନାନ୍ତର ଓ ଏସ୍ଓପି ପ୍ରସ୍ତୁତି।
ହୁଣ୍ଡି ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି ଦେଇ ସାରିଛନ୍ତି।
ହେଲେ ଏହା କେଉଁଠିକୁ ଯିବ ତାହାର ସ୍ଥାନ ନିରୂପଣ ହୋଇ ପାରୁନି।
ହୁଣ୍ଡି ସ୍ଥାନାନ୍ତର ନହେଲେ ଧାଡ଼ି ଦର୍ଶନ ପାଇଁ ସ୍ବୀକୃତିପ୍ରାପ୍ତ ରୢାମ୍ପ ପଡ଼ିପାରିବନି।
ଧାଡ଼ିଦର୍ଶନରେ ଶୃଙ୍ଖଳା ପାଇଁ ଏକ ମାର୍ଗଦର୍ଶିକା(ଏସ୍ଓପି) ପ୍ରସ୍ତୁତ ହେବ।
ଏହାର ଦାୟିତ୍ବ ନେଇଛନ୍ତି ଜିଲ୍ଲାପାଳ।
ସେ ମଧ୍ୟ ଏ ପର୍ଯ୍ୟନ୍ତ ଏସ୍ଓପି ପ୍ରସ୍ତୁତ କରିନାହାନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
