Accident: ବାଇକକୁ ୪ କିମି ଘୋଷାଡ଼ି ନେଲା ଦ୍ରୁତଗାମୀ ଟ୍ରକ୍‌, ବାପ-୨ପୁଅ ମୃତ

Jul 12, 2026 - 19:53
Accident: ବାଇକକୁ ୪ କିମି ଘୋଷାଡ଼ି ନେଲା ଦ୍ରୁତଗାମୀ ଟ୍ରକ୍‌, ବାପ-୨ପୁଅ ମୃତ

"ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି।

ବାଇକ୍‌ରେ ଯାଉଥିବା ଏକ ପରିବାର ପ୍ରତି ଦ୍ରୁତଗାମୀ ଟ୍ରକ୍‌ ଦାଉ ସାଜିଛି।

ଭାରୀ ଯାନଟି ବାଇକକୁ ଧକ୍କା ଦେବା ସହିତ ୪ କିଲୋମିଟର ଘୋଷାଡ଼ି ନେଇଛି।

ଏହି ଦୁର୍ଘଟଣାରେ ବାପା ଏବଂ ତାଙ୍କର ୨ପୁଅଙ୍କର ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ବଳରାମ ଗଣ୍ଡ (୩୫) ଏବଂ ତାଙ୍କର ଦୁଇପୁଅ।

Advertisment ସୂଚନା ଅନୁସାରେ ଛତିଶଗଡ଼ ଅନ୍ତର୍ଗତ କର୍ତ୍ତାଭରି ଗ୍ରାମର ବଳରାମ ଗଣ୍ଡ, ତାଙ୍କ ପତ୍ନୀ ଏବଂ ତିନି ପୁଅକୁ ନେଇ ବାଇକ ଯୋଗେ ସନ୍ଧ୍ୟା ୫ଟା ସମୟରେ ଓଡ଼ିଶାରୁ ଘରକୁ ଫେରୁଥିଲେl ଠିକ ଏହି ସମୟରେ ରାଇଘର-କୁନ୍ଦେଇ ମୁଖ୍ୟରାସ୍ତାର ଦେଓଭରାଣ୍ଡି (ଆଦିବାସୀ) ଠାରେ ଏକ ଟ୍ରକ ପଛପଟେ ଧକ୍କା ଦେବା ସହିତ ଚଢ଼ିଯିବା ଫଳରେ ଘଟଣା ସ୍ଥଳରେ ବଳରାମ ଏବଂ ତାଙ୍କ ଦୁଇ ପୁଅ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Accident: ପାର୍କିଂ ହୋଇଥିବା ଟ୍ରକ୍‌ ଉପରକୁ ମାଡ଼ିଗଲା ଦ୍ରୁତଗାମୀ କାର୍‌, ୫ ମୃତ  ବାବୁଲାଲଙ୍କ ପତ୍ନୀ ଏବଂ ଅନ୍ୟ ଏକ ୭ ବର୍ଷର ପୁଅଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଭରଣ୍ଡୀ ମେଡିକାଲ ଏବଂ ପରେ ଉମରକୋଟ ମେଡିକାଲକୁ ସ୍ଥାନ୍ତରିତ କରାଯାଇଛି,l ବର୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଯିବା ସହିତ କ୍ଷତିପୂରଣ ଦାବିରେ ସମ୍ପର୍କୀୟ ଏବଂ ଅଂଚଳବାସୀ ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତିl ଘଟଣାସ୍ଥଳରେ ରାଇଘର ଏବଂ କୁନ୍ଦେଇ ପୁଲିସ ପହଞ୍ଚି  ଟ୍ରକକୁ ଜବତକରିଥିବା ବେଳେ ଟ୍ରକ୍‌ ଡ୍ରାଇଭର ଫାରାର ହୋଇ ଯାଇଛିl  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।