PV Sindhu: ଅଷ୍ଟ୍ରେଲିଆନ୍ ଓପନ୍: ସେମିରେ ହାରିଲେ ପିଭି ସିନ୍ଧୁ
"ସିଡ୍ନି: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ତଥା ଭାରତୀୟଲଳନାପିଭି ସିନ୍ଧୁଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଅଭିଯାନ ସେମିଫାଇନାଲ୍ରେ ଶେଷ ହୋଇଯାଇଛି।
ଶନିବାର ତାଙ୍କୁ ବିଶ୍ବ ବିଜୟିନୀ ତଥା ଟପ୍ ସିଡ୍ ଜାପାନର ଅକାନେ ୟାମାଗୁଚି ୨୦-୨୨, ୧୨-୨୧ ସିଧାସଳଖ ସେଟ୍ରେ ହରାଇ ବିଦାୟର ପଥ ଦେଖାଇ ଦେଇଛନ୍ତି।
ଚଳିତବର୍ଷ ନିଜର ପ୍ରଥମ ଫାଇନାଲ୍ ପ୍ରବେଶ ଲକ୍ଷ୍ୟରେ ଥିବା ତୃତୀୟ ସିଡ୍ ସିନ୍ଧୁ ପ୍ରଥମ ସେଟ୍ରେ ୟାମାଗୁଚିଙ୍କୁ କଡ଼ା ଟକ୍କର ଦେଇଥିଲେ।
ତେବେ ଏହାକୁ ୨ ପଏଣ୍ଟ୍ରେ ହାରିବା ପରେ ମନୋବଳ ହରାଇ ବସିଥିଲେ।
ଫଳରେ ଦ୍ବିତୀୟ ତଥା ନିର୍ଣ୍ଣାୟକ ସେଟ୍ରେ ଆଶାଜନକ ଲଢ଼େଇ କରି ନପାରି ସହଜରେ ପରାଜିତହୋଇଥିଲେ।Advertisment ସିନ୍ଧୁଙ୍କ ବିପକ୍ଷରେ ୟାଗାଗୁଚିଙ୍କର ଏହା କ୍ରମାଗତ ଷଷ୍ଠ ବିଜୟ ସିନ୍ଧୁଙ୍କ ବିପକ୍ଷରେ ୟାଗାଗୁଚିଙ୍କର ଏହା କ୍ରମାଗତ ଷଷ୍ଠ ବିଜୟ ଥିଲା।
ୟାମାଗୁଚି ମଧ୍ୟ ଲଗାତାର ଚତୁର୍ଥ ଥର ପାଇଁ କୌଣସି ସୁପର ସିରିଜ୍ ପ୍ରତିଯୋଗିତାର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
ଚଳିତ ବର୍ଷ ମେ ମାସରେ ସେ ଥାଇଲାଣ୍ଡ ଓପନ୍ ଜିତିବା ସହ ସିଙ୍ଗାପୁର ଓ ଇଣ୍ଡୋନେସିଆ ଓପନ୍ରେ ଉପବିଜୟିନୀ ହୋଇଥିଲେ।
ରବିବାରର ଫାଇନାଲ୍ରେ ୟାମାଗୁଚି ନିଜର ଅନ୍ୟତମ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଥାଇଲାଣ୍ଡର ପର୍ଣ୍ଣାପୱି ଚୋଚୁୱଙ୍ଗଙ୍କୁ ଭେଟିବେ।
ସିନ୍ଧୁ ପରାଜିତ ହେବା ସହ ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ରେ ଭାରତୀୟ ଅଭିଯାନ ମଧ୍ୟ ଶେଷ ହୋଇଯାଇଛି।
କାରଣ ତାଙ୍କ ବ୍ୟତିତ ଅନ୍ୟ କୌଣସି ଭାରତୀୟ ଏହି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ ଆଗକୁ ବଢ଼ି ନଥିଲେ।
ଆହୁରି ପଢ଼ନ୍ତୁ:Suryavanshi"s Younger Brother: ଶତକ ମାରିଲେ ସୂର୍ଯ୍ୟବଂଶୀଙ୍କ ସାନ ଭାଇ ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।