Purpose Of Education: ଡିଗ୍ରି ନୁହେଁ, ଚରିତ୍ର ଓ ବ୍ୟବହାର ଗଠନ ହିଁ ଶିକ୍ଷାର ଉଦ୍ଦେଶ୍ୟ: ରାଜ୍ୟପାଳ
ହଲଦ୍ୱାନୀ: ଶିକ୍ଷାର ଉଦ୍ଦେଶ୍ୟ କେବଳ ଡିଗ୍ରି ହାସଲ କରିବା ନୁହେଁ, ବରଂ ବ୍ୟକ୍ତିର ଚରିତ୍ର, ଚିନ୍ତାଧାରା ଓ ବ୍ୟବହାରକୁ ଉନ୍ନତ କରିବା।
ଶିକ୍ଷା ମଣିଷକୁ ଠିକ୍ ଓ ଭୁଲ୍ ମଧ୍ୟରେ ପାର୍ଥକ୍ୟ ବୁଝିବା ସହ ସମାଜ ପ୍ରତି ନିଜର ଦାୟିତ୍ୱବୋଧ ଜାଗ୍ରତ କରିଥାଏ।
ଉତ୍ତରାଖଣ୍ଡ ମୁକ୍ତ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଏଭଳି ମତ ରଖିଛନ୍ତି ରାଜ୍ୟପାଳ ଡ.
ଢାଲ ସିଂ ବିସେନ।
Advertisment ବୁଧବାର ଆୟୋଜିତ ଏହି ସମାରୋହରେ ରାଜ୍ୟପାଳ କହିଥିଲେ ଯେ, ଡିଗ୍ରି ହାସଲ କରିବା ପରେ ଛାତ୍ରଛାତ୍ରୀଙ୍କ ଏକ ନୂଆ ଦାୟିତ୍ୱ ଆରମ୍ଭ ହୋଇଥାଏ।
ନିଜର ଜ୍ଞାନ ଓ ଦକ୍ଷତାକୁ ସମାଜ ତଥା ଦେଶର ବିକାଶରେ ବିନିଯୋଗ କରିବା ଉଚିତ।
ଶ୍ରୀମଦ୍ଭଗବତ୍ ଗୀତାର ଶ୍ଳୋକ ଉଦ୍ଧୃତ କରି ସେ କହିଥିଲେ ଯେ, ଜ୍ଞାନ ମଣିଷକୁ ସଠିକ୍ ମାର୍ଗ ଦେଖାଇବା ସହ ତା'ର ବିଚାରଧାରାକୁ ଉନ୍ନତ କରିଥାଏ।
ପୋଷ୍ୟ ଭାବେ ଗ୍ରହଣ ହେବ ୮ଟି ଗାଁ ଦୂରଶିକ୍ଷା ମାଧ୍ୟମରେ ନିୟମିତ ପାଠପଢ଼ାର ସୁଯୋଗ ପାଇପାରୁ ନଥିବା ଲୋକଙ୍କ ପାଖରେ ଉଚ୍ଚଶିକ୍ଷା ପହଞ୍ଚାଇବାରେ ମୁକ୍ତ ବିଶ୍ୱବିଦ୍ୟାଳୟର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ୮ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ବିକାଶମୂଳକ କାର୍ଯ୍ୟ କରିବା, ଏକ ଲକ୍ଷରୁ ଅଧିକ ପୁସ୍ତକ ମାଗଣାରେ ବଣ୍ଟନ ଏବଂ ସାମୁଦାୟିକ ରେଡିଓ 'ହେଲୋ ହଲଦ୍ୱାନୀ ୯୧.୨ ଏଫ୍ଏମ୍' ଭଳି ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ।
ପ୍ରଯୁକ୍ତି ସହ ନୈତିକତା ଜରୁରୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଡିଜିଟାଲ୍ ପ୍ରଯୁକ୍ତି ବିଶ୍ୱକୁ ଦ୍ରୁତ ଗତିରେ ବଦଳାଉଛି।
ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ପ୍ରଶାସନ କ୍ଷେତ୍ରରେ ଏହାର ବ୍ୟବହାର ବଢ଼ୁଛି।
ତେଣୁ ପ୍ରଯୁକ୍ତିର ବ୍ୟବହାର ମାନବ ସମାଜର ହିତ ଏବଂ ଦାୟିତ୍ୱବୋଧ ସହ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ।
ନୂତନ ଶିକ୍ଷାନୀତିରେ ମଧ୍ୟ ଜ୍ଞାନ, ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶକୁ ଗୁରୁତ୍ୱ ଦିଆଯାଇଥିବା ସେ ଉଲ୍ଲେଖ କରିଥିଲେ।
RIMC: ଆର୍ଆଇଏମ୍ସି ପ୍ରବେଶିକା ପରୀକ୍ଷା ପାଇଁ ସିଟି ଇଣ୍ଟିମେସନ୍ ସ୍ଲିପ୍ ଜାରି, ଜାଣନ୍ତୁ କେମିତି କରିବେ ଡାଉନ୍ଲୋଡ୍...
୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ପୂରଣରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏଥିପାଇଁ ଯୁବକଯୁବତୀମାନେ ଆତ୍ମନିର୍ଭରଶୀଳ ହେବା ସହ ନୂତନ ଚିନ୍ତାଧାରା ଓ ନବସୃଜନକୁ ଆପଣାଇବା ଦରକାର।
ପରିଶ୍ରମ, ସଚ୍ଚୋଟତା ଓ ଦାୟିତ୍ୱବୋଧ ସହ ଦେଶର ବିକାଶରେ ଯୋଗଦାନ କରିବାକୁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
