Puri Gears Up For Suna Besha: ଆସନ୍ତାକାଲି ଦୁର୍ଲଭ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ

Jul 24, 2026 - 20:06
Puri Gears Up For Suna Besha: ଆସନ୍ତାକାଲି ଦୁର୍ଲଭ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ

ବାହୁଡ଼ୁଛନ୍ତି ମହାପ୍ରଭୁ। ଆସନ୍ତାକାଲି ଦୁର୍ଲଭ ସୁନାବେଶ। ହରିଶୟନ ଏକାଦଶୀରେ ମହଣ ମହଣ ସୁନାରେ ସଜେଇ ହୋଇ ଜଗତକୁ ରଥ ଉପରେ ଦର୍ଶନ ଦେବେ ଜଗତ ଠାକୁର। ମହାପ୍ରଭୁଙ୍କ ଅନନ୍ୟ ବେଶ ଦର୍ଶନ କରିବାକୁ କାଲି ପୁରୀରେ ଲାଗିବ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। ଏଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ସୁନାବେଶ ଦର୍ଶନ ନିମିତ୍ତ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ। ଆଡଭାଇଜରୀ ମାନି ପୁରୀ ଆସିବାକୁ ଡିଜିପି ଅପିଲ୍ କରିଥିବାବେଳେ ପାର୍କିଂ ଓ ଟ୍ରାଫିକ୍ ପରିଚାଳନା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି।

ମହଣ ମହଣ ସୁନାରେ ଝଟକିବେ ମହାପ୍ରଭୁ। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଚିତ୍ତାକର୍ଷକ ସୁନା ଓ ରୂପା ଅଳଙ୍କାର। ରଥ ଉପରେ ସ୍ବର୍ଣ୍ଣବିଭୂଷିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। ଆସନ୍ତାକାଲି ଏହି ଦୁର୍ଲଭ ସୁନାବେଶ। ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ଏହି ବେଶକୁ ବଡତଢାଉ ବେଶ, ରାଜାଧିରାଜ ବେଶ, ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ। ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା କୁହାଯାଏ। ଏହି ବେଶରେ ତିନି ଠାକୁରଙ୍କର ଶ୍ରୀଭୂଜ, ଶ୍ରୀପୟର ପରିଧାନ ପୂର୍ବକ ପୁର୍ଣ୍ଣାଙ୍ଗ ମୁର୍ତ୍ତି ଦେଖିବାକୁ ପାଇବେ ଭକ୍ତ। 

ଏଥିରେ ତିନିଠାକୁରଙ୍କୁ ଶ୍ରୀଭୁଜ ଓ ଶ୍ରୀପୟର ସହିତ ବଡତଢାଉ ନାମକ କଣ୍ଠମାଳା, ରତ୍ନପଦକ, ସୁବର୍ଣ୍ଣ କିରୀଟ, କାନଫୁଲ, ମର୍କତ ମକୁଟ, ପଦ ପଲ୍ଲବ, ମୁଦି,କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି,କାନ୍ତ,ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାର ରତ୍ନ ଅଳଙ୍କାର ଲାଗି ହେବ। 

ଏସବୁ ରତ୍ନ ଅଳଙ୍କାର ବାହାର ଭଣ୍ଡାରରୁ ଆଣି ଭଣ୍ଡାର ମେକାପ ସେବକ ଓ ବଣିଆ ସେବକଙ୍କ ଉପସ୍ଥିତିରେ ସଫା କରାଯିବ। ରଥ ଉପରେ ମହାପ୍ରଭୁଙ୍କର ସନ୍ଧ୍ୟା ଆଳତି ଏବଂ ଏକାଦଶୀ ସର୍ବାଙ୍ଗ ନୀତି ବଢିବା ପରେ ସୁନାବେଶ ଆରମ୍ଭ ହେବାର ପରମ୍ପରା ରହିଛି। ଆସନ୍ତାକାଲି ଅପରାହ୍ନ ୫ଟାରୁ ୬.୩୦ମଧ୍ୟରେ ସୁନାବେଶ ସମ୍ପର୍ଣ୍ଣ ହେବ। ଦଇତାପତି ଓ ପୁଷ୍ପାଳକ ସେବକ ମାନେ ସୁନାବେଶରେ ମହାପ୍ରଭୁଙ୍କୁ ସଜେଇବେ।...

ନବଦିନାତ୍ମକ ଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ସୁନା ବେଶ । କୁହାଯାଏ ଏହି ବେଶ ଦେଖିବା ଲାଗି ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ମଧ୍ୟ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ ଓ ସୁରୁଖୁରରେ ଦର୍ଶନକୁ ଅଧିକ ଗୁରୁତ୍ବ ଦିଆଯାଇଛି । କୌଣସି ପ୍ରକାର ଅଘଟଣକୁ ରୋକିବା ଲାଗି ସଜାଗ ରହିଛି ପ୍ରଶାସନ । ...

ଏବେ ମହାପ୍ରଭୁଙ୍କ ସୁନାବେଶ ପୁରୁଣା ଅଳଙ୍କାରରେ ହେଉଥିବାବେଳେ ଆଗକୁ ସମ୍ପୂର୍ଣ୍ଣ ନୂଆ ସେଟ୍ ଅଳଙ୍କାର ତିଆରି କରାଯିବ । ଏନେଇ କିଛିଦିନ ତଳେ ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଥିଲେ ଗଜପତି ମହାରାଜା।
ଦିବ୍ୟସିଂହ ଦେବ, ଗଜପତି ମହାରାଜା

ପ୍ରତିବର୍ଷ ଶ୍ରୀମନ୍ଦିର ରତ୍ନବେଦୀରେ ୪ ଥର ସୁନାବେଶ ହେଉଥିବା ଚତୁର୍ଦ୍ଧା ମୂରତି, କେବଳ ଗୋଟିଏ ଥର ରଥ ଉପରେ ଦର୍ଶନ ଦିଅନ୍ତି ଏଇ ଅନନ୍ୟ ବେଶରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।