Natural Sleep Tips: ଯେତେ ଚେଷ୍ଟା କଲେ ବି ରାତିରେ ନିଦ ଆସୁନାହିଁ… ଚେଷ୍ଟା କରନ୍ତୁ ଏହି ଟିପ୍ସ, ଆରାମରେ ଶୋଇବେ

Jul 24, 2026 - 19:28
Natural Sleep Tips: ଯେତେ ଚେଷ୍ଟା କଲେ ବି ରାତିରେ ନିଦ ଆସୁନାହିଁ… ଚେଷ୍ଟା କରନ୍ତୁ ଏହି ଟିପ୍ସ, ଆରାମରେ ଶୋଇବେ

ଶରୀରର ଠିକ ଭାବେ କାମ କରିବା ପାଇଁ ଦୈନିକ ୭ ରୁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଏ। କାରଣ ଶୋଇବା ସମୟରେ ଶରୀର ନିଜର ମରାମତି ପ୍ରକ୍ରିୟା (repair mode) ଆରମ୍ଭ କରିଥାଏ। ତଥାପି, ଅନେକ ଲୋକ ଅଭିଯୋଗ କରନ୍ତି ଯେ ଦୀର୍ଘ ସମୟ ଧରି ଚେଷ୍ଟା କରିବା ସତ୍ତ୍ୱେ ରାତିରେ ସେମାନଙ୍କୁ ନିଦ ଆସେ ନାହିଁ କିମ୍ବା ସେମାନେ କେବଳ ବିଛଣାରେ ଏପଟ-ସେପଟ ହୋଇ ସମୟ କଟାନ୍ତି। ଆପଣ ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆରାମ ପାଇବା ପାଇଁ ଆପଣ ଆକ୍ୟୁପ୍ରେସର୍ (acupressure)ର ସାହାଯ୍ୟ ନେଇପାରିବେ।

ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଶରୀରର ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ହାଲୁକା ଭାବେ ଚାପ ପ୍ରୟୋଗ କରିବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ, ଯାହା ଶୋଇବାରେ ସହାୟକ ହୋଇପାରେ। ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା।

ସ୍ପିରିଟ୍ ଗେଟ୍ ପଏଣ୍ଟ (Spirit Gate Point):

ରିପୋର୍ଟ ଅନୁଯାୟୀ, ଏହି ସ୍ଥାନରେ ହାଲୁକା ଚାପ ପ୍ରୟୋଗ କରିବା ଦ୍ୱାରା ଚାପ, ଉଦ୍‌ବେଗ ଏବଂ ନିଦ୍ରାହୀନତା ଭଳି ସମସ୍ୟା ଦୂର ହେବାରେ ସାହାଯ୍ୟ ମିଳିପାରେ। ଏହି ସ୍ଥାନଟି ମଣିବନ୍ଧର ଭିତର ପାର୍ଶ୍ୱରେ, କାଣୀ ଆଙ୍ଗୁଠି (little finger) ତଳକୁ ଅଛି। ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଏହି ସ୍ଥାନକୁ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ହାଲୁକା ଭାବେ ଗୋଲାକାର ଗତିରେ ଚାପ ଦିଅନ୍ତୁ। ତା’ପରେ, ଅନ୍ୟ ହାତରରେ ମଧ୍ୟ ଏହି ପ୍ରକ୍ରିୟାକୁ ଦୋହରାନ୍ତୁ। ଏହା ଶରୀରକୁ ଆରାମ ପ୍ରଦାନ କରିବାରେ ସାହାଯ୍ୟ କରିପାରେ।

ଇନର ଫ୍ରଣ୍ଟିୟର୍ ଗେଟ୍ ପଏଣ୍ଟ (Inner Frontier Gate):

Natural Sleep Tips
ଯେତେ ଚେଷ୍ଟା କଲେ ବି ରାତିରେ ନିଦ ଆସୁନାହିଁ… Photograph: (OTV)

ଆପଣଙ୍କ ହାତକୁ ସିଧା ରଖନ୍ତୁ। ଏବେ, ଆପଣଙ୍କ ମଣିବନ୍ଧ ଉପରେ ତିନୋଟି ଆଙ୍ଗୁଠି ରଖନ୍ତୁ। ଠିକ୍ ମଝିରେ, ତଳେ ଥିବା ବିନ୍ଦୁ ହେଉଛି ଇନର ଫ୍ରଣ୍ଟିୟର୍ ଗେଟ୍ ପଏଣ୍ଟ । ଆପଣଙ୍କ ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ହାଲୁକା ଚାପ ପ୍ରୟୋଗ କରନ୍ତୁ ଏବଂ ଧୀରେ ଧୀରେ ମାଲିସ୍ କରନ୍ତୁ। ଏହା ଶାରୀରିକ ଚାପ ହ୍ରାସ କରିବାରେ ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିପାରିବ।

ୱିଣ୍ଡ ପୁଲ୍ ପଏଣ୍ଟ (Wind Pool Point):

Natural Sleep Tips
ଯେତେ ଚେଷ୍ଟା କଲେ ବି ରାତିରେ ନିଦ ଆସୁନାହିଁ… Photograph: (OTV)

ଏହି ସ୍ଥାନଟି ମୁଣ୍ଡ ଏବଂ ବେକର ମିଳନ ସ୍ଥଳରେ ଅଛି। ଉଭୟ ହାତର ବୁଢ଼ା ଆଙ୍ଗୁଠି ବ୍ୟବହାର କରି ଏହି ସ୍ଥାନରେ ହାଲୁକା ଚାପ ପ୍ରୟୋଗ କରନ୍ତୁ ଏବଂ ଗୋଲାକାର ଭାବରେ ମାଲିସ୍ କରନ୍ତୁ। ଏହା ସହିତ, ଗଭୀର ଶ୍ୱାସ ନିଅନ୍ତୁ ଏବଂ ଧୀରେ ଧୀରେ ଶ୍ୱାସ ଛାଡ଼ନ୍ତୁ। ଏହା ଶରୀରକୁ ଆରାମ ଅନୁଭବ କରିବାରେ ସାହାଯ୍ୟ କରିପାରେ।

ଏହି କଥାକୁ ମଧ୍ୟ ମନେ ରଖନ୍ତୁ:

  • ଆପଣଙ୍କ ଶରୀରର କୌଣସି ଅଂଶରେ ଅତ୍ୟଧିକ ଚାପ ପ୍ରୟୋଗ କରନ୍ତୁ ନାହିଁ; ସର୍ବଦା ଧୀରେ ଧୀରେ ମାଲିସ୍ କରନ୍ତୁ।
  • ଏହା ସହିତ, ଏକ ଭଲ ରାତିର ନିଦ ଆଣିବା ପାଇଁ, ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ।
  • ଘରର ପରିବେଶକୁ ଶାନ୍ତ ରଖନ୍ତୁ ଏବଂ ପ୍ରତିଦିନ ସମାନ ସମୟରେ ଶୋଇବାକୁ ଚେଷ୍ଟା କରନ୍ତୁ।
  • ଏହା ସହିତ, ଧ୍ୟାନ ପାଇଁ ପ୍ରତିଦିନ କିଛି ସମୟ ବାହାର କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।