Puri Flood Damag ପୁରୀ ଜିଲ୍ଲାର ବନ୍ୟା କ୍ଷତି ସମୀକ୍ଷା, ୫ ବ୍ଲକ୍ର ୧୯ ଗାଁ ପ୍ରଭାବିତ
"ପୁରୀ: ପୁରୀ ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସର୍କିଟ୍ ହାଉସ୍ରେ ସମୀକ୍ଷା କରିଛନ୍ତି।
କ୍ଷତିଗ୍ରସ୍ତଙ୍କ ସହ ସରକାର ଛିଡ଼ା ହୋଇଛନ୍ତି।
ବିପର୍ଯ୍ୟୟର ମୁକାବିଲା ଓ ପ୍ରଭାବିତଙ୍କୁ ସହାୟତା ପ୍ରଦାନରେ ଅର୍ଥ ବାଧକ ନୁହେଁ ବୋଲି ସେ କହିଛନ୍ତି।Advertisment Flood situation in Puri: ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର: ବିପଦ ସଙ୍କେତ ଉପରେ ଦୟା, ଦେବୀ, ଭାର୍ଗବୀ ମୁଣ୍ଡୁଳି ପାଖରେ ୧୨ ଲକ୍ଷ କ୍ୟୁସେକ ପାଣି ହେଲେ ମଧ୍ୟ ଯେପରି ନଦୀଗୁଡ଼ିକ କ୍ଷତିଗ୍ରସ୍ତ ହେବ ନାହିଁ, ତାହାର ଯୋଜନା ସରକାର ପ୍ରସ୍ତୁତ କରୁଛନ୍ତି।
କ୍ଷୟକ୍ଷତିର ଆକଳନ ପାଇଁ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଯୁଗ୍ମ ତଦନ୍ତ ମାଧ୍ୟମରେ ଖୁବ୍ଶୀଘ୍ର ରିପୋର୍ଟ ପ୍ରସ୍ତୁତ ହେବ।
ସେହି ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ।
ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ସେମାନଙ୍କ ଅଞ୍ଚଳର ବନ୍ୟା ଓ ବନ୍ୟା ପରବର୍ତ୍ତୀ ସମସ୍ୟା, ତାହାର ପ୍ରତିକାର ପାଇଁ ପ୍ରସ୍ତାବ ଦେଇଥିଲେ।
ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାରେ ବନ୍ୟା ଦ୍ଵାରା ପ୍ରଭାବିତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
BKPPER ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନକୁ ମିଳିଲା ମଞ୍ଜୁରିଜିଲ୍ଲାପାଳଙ୍କ ସୂଚନା ମୁତାବକ, ପୁରୀ ସଦର, ନିମାପଡ଼ା, ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ୍ର ୧୪ଟି ପଞ୍ଚାୟତର ୧୯ଟି ଗ୍ରାମ ପ୍ରଭାବିତ ହୋଇଛି।
ଏଥିରେ ମୋଟ ୧୭ ହଜାର ୨୨୧ ଜଣ ଜନସାଧାରଣ ପ୍ରଭାବିତ ହୋଇଛନ୍ତି।
ପ୍ରଭାବିତ ତାଲିକାରେ ନିମାପଡ଼ା ବ୍ଲକ୍ର ଶଗଡ଼ା ପଞ୍ଚାୟତ, ପିପିଲିର ପୁବାଶାସନ, କଣ୍ଟି, ପୋପରଙ୍ଗା ଓ ଭାରତୀପୁର ପଞ୍ଚାୟତ, କଣାସର ବଡ଼ାଶ, ଦୋକନ୍ଦା, ପାଣ୍ଡିଆକେରା ଓ ଗଡ଼ବଳଭଦ୍ରପୁର ପଞ୍ଚାୟତ ଏବଂ ଡେଲାଙ୍ଗର ସିଂହବରହମ୍ପୁର ପଞ୍ଚାୟତର ୧୯ଟି ଗ୍ରାମ ରହିଛି।
ପ୍ରଭାବିତମାନଙ୍କ ମଧ୍ୟରେ ୪୬.
୦୭ କ୍ୟୁଣ୍ଟାଲ୍ ଚୁଡ଼ା ଓ ୫.୩୨୫ କ୍ୟୁଣ୍ଟାଲ୍ ଗୁଡ଼ ବଣ୍ଟନ କରାଯାଇଛି।
କୃଷି ବିଭାଗର ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରାୟ ୩୭୭୮.୨୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି।
ଚିକିତ୍ସା ସୁବିଧା ପାଇଁ ୬ଟି ମେଡିକାଲ୍ ଟିମ୍ ମୁତୟନ କରାଯାଇଥିବା ବେଳେ ୧୨ଟି ଅଗ୍ନିଶମ ସେବା ୟୁନିଟ୍, ୧୧ଟି ପ୍ରାଣୀ ଚିକିତ୍ସା ୟୁନିଟ୍ କାର୍ଯ୍ୟ କରୁଛି।
୨୦ ଜଣ ପ୍ରସୂତିଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ବନ୍ୟା ସମୟରେ ୯ ଜଣ ଶିଶୁ ଜନ୍ମ ଲାଭ କରିଛନ୍ତି।
ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ ଏହି ସମୀକ୍ଷାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ନୀଳମାଧବ ଭୋଇ(ପ୍ରୋଟୋକଲ) ଓ ସୁଶାନ୍ତ କୁମାର ପତି(ରାଜସ୍ୱ), ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ରାଜକିଶୋର ଜେନା, ପୁରୀ ଜଳସଂପଦ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଅମିୟ ସେଠ୍, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅନୁଶ୍ରବ ଗନ୍ତାୟତ, ବନ୍ୟା ପ୍ରଭାବିତ ବ୍ଲକ୍ର ବିଡିଓ, ତହସିଲ୍ଦାର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଯୋଗଦେଇଥିଲେ।
ପୂର୍ବରୁ ମନ୍ତ୍ରୀ ଶ୍ରୀ ପୂଜାରୀ ପିପିଲି ଓ କଣାସର ବନ୍ୟା ପ୍ରଭାବିତ ଅଞ୍ଚଳ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବୁଲି ଦେଖିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।