Space science: ସ୍ପେସ୍‌ଏକ୍ସର ପୁରୁଣା ରକେଟ୍‌ ଚନ୍ଦ୍ରରେ ଖସିପଡ଼ିଥିବା ସନ୍ଦେହ

Aug 05, 2026 - 20:45
Space science: ସ୍ପେସ୍‌ଏକ୍ସର ପୁରୁଣା ରକେଟ୍‌ ଚନ୍ଦ୍ରରେ ଖସିପଡ଼ିଥିବା ସନ୍ଦେହ

"ୱାସିଂଟନ: ଆମେରିକାର ମହାକାଶ ସଂସ୍ଥା ସ୍ପେସ୍‌ଏକ୍ସର ଏକ ପୁରୁଣା ରକେଟ୍‌ ଅଂଶ ଚନ୍ଦ୍ର ପୃଷ୍ଠରେ ଖସିପଡ଼ିଥିବାର ପ୍ରବଳ ସମ୍ଭାବନା ଥିବା ବେଳେ ଏହାର ଆନୁଷ୍ଠାନିକ ପୁଷ୍ଟି ଏପର୍ଯ୍ୟନ୍ତ ହୋଇନାହିଁ।

ମହାକାଶ ବିଜ୍ଞାନୀମାନେ ରକେଟ୍‌ର ଗତିପଥ ଉପରେ ନଜର ରଖିଥିବା ବେଳେ ଏହା ଚନ୍ଦ୍ରରେ ଧକ୍କା ଦେଇଥାଇପାରେ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି।Advertisment ସୂଚନା ଅନୁସାରେ, ଏହା ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ୍‌ର ଉପର ଅଂଶ, ଯାହାକି ପୂର୍ବରୁ ଏକ ମହାକାଶ ଅଭିଯାନ ପରେ ପୃଥିବୀ ଓ ଚନ୍ଦ୍ର ମଧ୍ୟବର୍ତ୍ତୀ କକ୍ଷପଥରେ ଘୂରିବୁଲୁଥିଲା।

ଦୀର୍ଘ ସମୟ ଧରି ଅନିୟନ୍ତ୍ରିତ ଅବସ୍ଥାରେ ରହିବା ପରେ ଏହାର କକ୍ଷପଥ ପରିବର୍ତ୍ତନ ହୋଇ ଚନ୍ଦ୍ର ଆଡ଼କୁ ଗତି କରିଥିଲା।

ମହାକାଶ ପର୍ଯ୍ୟବେକ୍ଷଣ କରୁଥିବା ସ୍ୱାଧୀନ ବିଶେଷଜ୍ଞମାନଙ୍କ ମତରେ, ରକେଟ୍‌ ଅଂଶଟି ନିର୍ଦ୍ଧାରିତ ସମୟରେ ଚନ୍ଦ୍ର ପୃଷ୍ଠରେ ଧକ୍କା ହୋଇଥାଇପାରେ।

Sugar in space: କିମାଶ୍ଚର୍ଯ୍ୟମ୍‌: ମହାକାଶରେ ଚିନି ତେବେ ଏହାକୁ ନାସା, ସ୍ପେସ୍‌ଏକ୍ସ କିମ୍ବା ଅନ୍ୟ କୌଣସି ମହାକାଶ ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପୁଷ୍ଟି କରାଯାଇନାହିଁ।

ଚନ୍ଦ୍ରକୁ ପରିକ୍ରମା କରୁଥିବା ମହାକାଶଯାନଗୁଡ଼ିକରୁ ମିଳୁଥିବା ଚିତ୍ର ଏବଂ ତଥ୍ୟ ବିଶ୍ଳେଷଣ ପରେ ହିଁ ଏହା ସ୍ପଷ୍ଟ ହେବ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏଭଳି ଧକ୍କା ଚନ୍ଦ୍ର ପୃଷ୍ଠରେ ଏକ ଛୋଟ ଗର୍ତ୍ତ ସୃଷ୍ଟି କରିପାରେ।

କିନ୍ତୁ ଚନ୍ଦ୍ରର ସାମଗ୍ରିକ ଗଠନ କିମ୍ବା ପୃଥିବୀ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ପୂର୍ବରୁ ମଧ୍ୟ ବିଭିନ୍ନ ଦେଶର ଅନେକ ଅବ୍ୟବହୃତ ରକେଟ୍‌ ଅଂଶ ଓ ମହାକାଶ ଯାନ ଚନ୍ଦ୍ରରେ ନିୟନ୍ତ୍ରିତ କିମ୍ବା ଅନିୟନ୍ତ୍ରିତ ଭାବେ ଧକ୍କା ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।