Puri–Badampahar Express Stoppages ପୁରୀ–ବାଦାମପାହାଡ଼ ଏକ୍ସପ୍ରେସ୍ର କୁଲଡିହା ଓ ବହଳଦା ରୋଡ୍ରେ ରହଣି ଦାବି
ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଅଞ୍ଚଳରେ ପ୍ରସ୍ତାବିତ ଦୈନିକ ପୁରୀ –ବାଦାମପାହାଡ଼–ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର କୁଲଡିହା ଓ ବହଳଦା ରୋଡ୍ ଷ୍ଟେସନରେ ରହଣି ଦାବିରେ ଆଜି କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଲଡିହା ଷ୍ଟେସନ ମାଷ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
Advertisment ବାଦାମପାହାଡ଼ରେ ଡେଙ୍ଗୁ ଆତଙ୍କ: ଜଣେ ମୃତ, ଅନେକ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍ ବହଳଦା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ନେତୃତ୍ୱରେ ଆଜି (ଶୁକ୍ରବାର) କୁଲଡିହା ରେଳଷ୍ଟେସନର ଷ୍ଟେସନମାଷ୍ଟର ସୌରଭ ସିହ୍ନାଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଉକ୍ତ ଦାବିପତ୍ରରେ ପ୍ରସ୍ତାବିତ ଏକ୍ସପ୍ରେସ୍ ଟ୍ରେନ୍କୁ କୁଳଡିହା ଓ ବହଳଦା ରୋଡ୍ ରେଳଷ୍ଟେସନରେ ଉଭୟ ଦିଗରେ—ଅପ୍ ଓ ଡାଉନ୍—ଦୁଇ ମିନିଟ୍ ଲେଖାଏଁ ରହଣି ପ୍ରଦାନ କରିବାକୁ ଦାବି କରାଯାଇଛି।
ଏହି ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅନିଲ କୁମାର ଜୈନ ଏବଂ ଚକ୍ରଧରପୁର ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ତରୁଣ ହୁରିଆଙ୍କୁ ମଧ୍ୟ ଇ-ମେଲ୍ ଯୋଗେ ଅବଗତ କରାଯାଇଛି ।
ପୁରୀ ରଥଯାତ୍ରା ପାଇଁ ବାଦାମପାହାଡ଼ରୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍ ପୂର୍ବତନ ବିଧାୟକ ଶ୍ରୀ ପୂର୍ତ୍ତି ଜନସାଧାରଣଙ୍କ ଭାବନାକୁ ରେଳ ପ୍ରଶାସନ ନିକଟରେ ଉପସ୍ଥାପନ କରି କହିଛନ୍ତି ଯେ, କୁଳଡିହା ଓ ବହଳଦା ରୋଡ୍ ରେଳଷ୍ଟେସନ ଆଖପାଖ ଗ୍ରାମାଞ୍ଚଳର ଯାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ଷ୍ଟେସନଗୁଡ଼ିକରେ ଟ୍ରେନ୍ ରହଣି ନହେଲେ ଯାତ୍ରୀମାନଙ୍କୁ ଅନ୍ୟ ଷ୍ଟେସନକୁ ଯିବା ପାଇଁ ଅତିରିକ୍ତ ଦୂରତା ଅତିକ୍ରମ କରିବାକୁ ପଡ଼ିପାରେ।
ଦାବି ପତ୍ର ପ୍ରଦାନ ସମୟରେ ଯୁବନେତା ସୁନାରାମ ମାଝୀ, ଭଞ୍ଜକିଶୋର ମହାନ୍ତି, ରାଜକିଶୋର ମହାନ୍ତି, ସଞ୍ଜୀବ ଗିରି, ସାକିଲା ହେମ୍ବ୍ରମ, ସୁମିତ୍ରା ବାରିକ, ବିମଳ କୁମାର ହେମ୍ବ୍ରମ, ସୁମତି ବାନରା ଓ ଦୀପକ କୁମାର ମୁର୍ମୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
