Puri: ଶ୍ରୀମନ୍ଦିର ବ୍ୟାରିକେଡ୍ ବାହାରେ ଭକ୍ତଙ୍କ ମୃତ୍ୟୁ

Oct 30, 2026 - 13:25
Puri: ଶ୍ରୀମନ୍ଦିର ବ୍ୟାରିକେଡ୍ ବାହାରେ ଭକ୍ତଙ୍କ ମୃତ୍ୟୁ

ପୁରୀ (ଶିବପ୍ରସାଦ ଦାସ): ଶ୍ରୀମନ୍ଦିର ରେ ଦର୍ଶନ ଅପେକ୍ଷାରେ ଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି।

ମୃତ ଭକ୍ତ ଜଣକ ଢେଙ୍କାନାଳ ଜିଲ୍ଲାର ଦେବରାଜ ସାହୁ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ସକାଳେ ଦେବରାଜ ସାହୁ ନିଜ ବନ୍ଧୁବାନ୍ଧବଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିଲେ।

ଏହି ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ।

ତୁରନ୍ତ ସେଠାରେ ନିୟୋଜିତ ପୁଲିସ ଓ ଶ୍ରୀମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Advertisment ଆହୁରି ପଢନ୍ତୁ: Monkey Attack: ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ କି?

ଏହି ଗନ୍ଧରେ ଛୁ ମାରିବେ ମାଙ୍କଡ଼!

ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପରୀକ୍ଷାନିରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପରେ ମୃତକଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ ଏବଂ ତାଙ୍କର ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚରୁ ଜଣାପଡ଼ିଛି ଯେ, ସେ ଗତ ୩ ବର୍ଷ ଧରି ହୃଦ୍‌ରୋଗଜନିତ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଏଥିପାଇଁ ଚିକିତ୍ସାଧୀନ ଥିଲେ।

ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁମାନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)