Punjab elections: ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ରଣନୀତି: ବିଜେପି-ଅକାଳୀ ଏକାଠି

Nov 25, 2026 - 05:26
Punjab elections: ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ରଣନୀତି: ବିଜେପି-ଅକାଳୀ ଏକାଠି

ନୂଆଦିଲ୍ଲୀ: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମଧ୍ୟରେ ପୁଣି ଥରେ ମେଣ୍ଟ ଘୋଷଣା କରାଯାଇଛି।

ଗୁରୁ ନାନକ ଜୟନ୍ତୀର ପବିତ୍ର ଅବସରରେ ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିଛନ୍ତି।

ଏହି ଅବସରରେ ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ ପଞ୍ଜାବର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ତିନୋଟି କୃଷି ଆଇନକୁ ବିରୋଧ କରି ୨୦୨୦ ସେପ୍ଟେମ୍ବରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଓହରି ଯାଇଥିବା ଅକାଳୀ ଦଳ ପ୍ରାୟ ୬ ବର୍ଷ ପରେ ପୁଣି ମେଣ୍ଟକୁ ଫେରିଛି।

ଅମିତ ଶାହ କହିଛନ୍ତି, 'ସାରା ଦେଶ ଗୁରୁ ନାନକଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ଆମର ସବୁଠାରୁ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳକୁ ଏନ୍‌ଡିଏକୁ ସ୍ୱାଗତ କରି ସମସ୍ତେ ଅତ୍ୟନ୍ତ ଆନନ୍ଦିତ।

ଏନ୍‌ଡିଏ ଏବେ ସମ୍ପୂର୍ଣ୍ଣ ହୋଇଛି।' ମେଣ୍ଟରେ ବଡ଼ଭାଇ ଭୂମିକାରେ କିଏ ରହିବ ବୋଲି ପ୍ରଶ୍ନର ଉତ୍ତରରେ ଶାହ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦଳ ସମସ୍ତ ୧୧୭ଟି ଆସନରେ ମିଳିତ ଭାବେ ନିର୍ବାଚନ ଲଢ଼ିବେ ଏବଂ ଅକାଳୀ ଦଳ ବଡ଼ଭାଇ ଭୂମିକାରେ ରହିବ।

ମେଣ୍ଟ ଜିତିଲେ ବଡ଼ଭାଇ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ସଙ୍କେତ ଦେଇଛନ୍ତି।

Advertisment Inderjit Khurana Award: ଇନ୍ଦର୍ଜିତ୍ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଅକାଳୀ ଦଳର ଘରବାହୁଡ଼ାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ସେ ଲେଖିଛନ୍ତି, 'ପଞ୍ଜାବ ଏବଂ ପଞ୍ଜାବୀଙ୍କ କଲ୍ୟାଣ ସର୍ବୋପରି।

ଶ୍ରୀ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବରେ ଶିରୋମଣି ଅକାଳୀ ଦଳ ଏନ୍‌ଡିଏ ପରିବାରକୁ ଫେରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ।

ଅଟଳଜୀ, ଆଡଭାନୀଜୀ ଏବଂ ସର୍ଦ୍ଦାର ପ୍ରକାଶ ସିଂହ ବାଦଲଜୀଙ୍କ ଦ୍ୱାରା ଗଢ଼ି ଉଠିଥିବା ଏହି ମେଣ୍ଟ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି।

ଆମ ମେଣ୍ଟ ପଞ୍ଜାବବାସୀଙ୍କ ପ୍ରଥମ ପସନ୍ଦ ହେବ ବୋଲି ମୋର ଦୃଢ଼ ବିଶ୍ୱାସ।' ସୁଖବୀର ସିଂହ ବାଦଲ କହିଛନ୍ତି ଯେ ବିଜେପି ସହ ତାଙ୍କ ଦଳର ମେଣ୍ଟ କେବଳ ରାଜନୈତିକ ନୁହେଁ, ବରଂ ଭାବନାତ୍ମକ ଅଟେ।

'ଶ୍ରୀ ଗୁରୁ ନାନକଜୀଙ୍କ ପ୍ରକାଶ ଉତ୍ସବରେ ମେଣ୍ଟ ଘୋଷଣା କରି ମୁଁ ବହୁତ ଖୁସି।

ପଞ୍ଜାବ, ଏହାର ଜନସାଧାରଣ ଏବଂ କୃଷକଙ୍କ ବିକାଶ ଓ ପ୍ରଗତି ପାଇଁ ଆମେ ଏକାଠି ହୋଇଛୁ।

ମୋ ପିତା ବାଜପେୟୀଜୀ ଓ ଆଡଭାନୀଜୀଙ୍କ ସହ ଏହି ସମ୍ପର୍କ ଗଢ଼ିଥିଲେ।

ଗତ ଦଶ ବର୍ଷ ଧରି ପ୍ରଥମେ କଂଗ୍ରେସ ଏବଂ ପରେ ଆପ୍ ଦ୍ୱାରା ନଷ୍ଟ ହୋଇଯାଇଥିବା ପଞ୍ଜାବକୁ ଆମେ ବଞ୍ଚାଇବାକୁ ଚାହୁଛୁ।' Neglect: ମୁଣ୍ଡ ଗୁଂଜିବାକୁ ଦୃଷ୍ଟିହୀନ ଯଦୁଙ୍କ ନାହିଁ ଘର, ମିଳିନି ତିନି ମାସର ଭତ୍ତା ଉଲ୍ଲେଖଯୋଗ୍ୟ, ୨୦୨୦ରେ ମେଣ୍ଟ ଭାଙ୍ଗିବା ପରେ ଉଭୟ ଦଳ ପଞ୍ଜାବ ରାଜନୀତିରେ ସଂଘର୍ଷ କରୁଥିଲେ।

୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ଲଢ଼ି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।

୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୨ଟି ଏବଂ ଅକାଳୀ ଦଳ ୩ଟି ଆସନରେ ବିଜୟୀ ହୋଇଥିଲା।

ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟର ୧୩ଟି ଆସନରୁ ବିଜେପି ଖାତା ଖୋଲିପାରି ନଥିବା ବେଳେ ଅକାଳୀ ଦଳ କେବଳ ଭଟିଣ୍ଡା ଆସନରୁ ବିଜୟୀ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)