Pujarani Missing for 22 Days: ୨୨ ଦିନ ହେଲା ନିଖୋଜ ପୂଜାରାଣୀ, ନଦୀରେ ଭାସୁଥିବା ଶବକୁ ନେଇ ରହସ୍ୟ
୨୨ ଦିନ ହେଲା ନିଖୋଜ ଯୁବତୀ।
ପରିବାର ଲୋକେ ଖୋଜାଖୋଜି କରି ନୟାନ୍ତ ହେଲେଣି।
ପୋଲିସ ନିକଟରେ ବି ଅଭିଯୋଗ କରିଥିଲେ, ହେଲେ ଯୁବତୀଙ୍କ ମିଳିପାରିନି ପତ୍ତା।
କୌଣସି ଉପାୟ ନପାଇ ଏବେ ପରିବାର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଭଦ୍ରକ ଜିଲ୍ଲା ପୀରହାଟ ଥାନା ଗୋକୁଳପୁର ଗାଁ ବାସିନ୍ଦା ଭୂବନମୋହନଙ୍କ ୧୯ ବର୍ଷୀୟା ଝିଅ ପୂଜାରାଣୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।
Advertisment ଝିଅ ପୁଜାରାଣୀ ୧୧ ବର୍ଷ ହେଲା ହରିପୁର ଗାଁରେ ଥିବା ପିଉସୀ ଘରେ ରହି ପଢୁଥିଲେ।
ଗତ ଅକ୍ଟୋବର ୨୭ ତାରିଖରେ ଘରୁ ସେ ନିଖୋଜ ହୋଇଯାଇଥିଲେ।
ରାତିରେ ଖାଇସାରି ଶୋଇବା ପରେ ମଧ୍ୟରାତ୍ରିରେ ପିଉସୀ ଦେଖିବାକୁ ବେଳକୁ ଘରେ ଆଉ ଝିଅ ନଥିଲେ।
ସେହି ଅକ୍ଟୋବର ୩୦ ତାରିଖରେ ମନ୍ତେଇ ନଦୀ ବାଲିଆପାଳ ଫେରିଘାଟ ନିକଟରେ ଜଣେ ଯୁବତୀଙ୍କ ଶବ ଭାସୁଥିବା ଲୋକେ ଘଣ୍ଟେଶ୍ୱର ଫାଣ୍ଡିକୁ ଜଣାଇଥିଲେ।
ଭିଡିଓରୁ ପରିବାର ଲୋକେ ଝିଅ ପୂଜାରାଣୀ ବୋଲି ଚିହ୍ନଟ କରିଥିଲେ।
ପରେ ଦମକଳ ଓ ଓଡ୍ରାଫ୍ ଖୋଜାଖୋଜି କଲେ ବି ଶବ ମିଳିନଥିଲା।
ପରେ ଚାରିବାଟିଆ ଫେରିଘାଟ ନିକଟରେ ପୂଜାରାଣୀଙ୍କ ଚପଲ ମିଳିଥିଲା।
ସ୍ଥାନୀୟ ଜଣେ ଯୁବକ ପୂଜାରାଣୀଙ୍କୁ ମୋବାଇଲରେ ମେସେଜ୍ ଦେଇ ହଇରାଣ କରୁଥିବା ତାଙ୍କ ବାପା ସନ୍ଦେହ କରିଥିଲେ।
ଝିଅକୁ ଅପହରଣ କରି ମାରି ନଦୀରେ ଫିଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଏ ନେଇ ଅକ୍ଟୋବର ୩୧ ତାରିଖରେ ଏକ ଏତଲା ଥାନାରେ ବି ଦେଇଥିଲେ।
ହେଲେ ପୋଲିସ ପାଖରେ ପୂଜାରାଣୀଙ୍କୁ ନେଇ କୌଣସି ସୂଚନା ନାହିଁ।
ପୂଜାରାଣୀ ଜୀବିତ ନା ମୃତ ତାକୁ ନେଇ ପରିବାର ଏବେ ଅନ୍ଧାରରେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
