01 NOVEMBER 2026

Welcome!

Unlock your personalized experience.
Sign Up

Protest: ଫ୍ରାଙ୍କଫର୍ଟରେ ଲୁଟପାଟ୍, ପୁଲିସ ଉପରକୁ ପେଟ୍ରୋଲ୍ ବୋମା ମାଡ଼

Nov 01, 2026 - 20:48
Protest: ଫ୍ରାଙ୍କଫର୍ଟରେ ଲୁଟପାଟ୍, ପୁଲିସ ଉପରକୁ ପେଟ୍ରୋଲ୍ ବୋମା ମାଡ଼

ଫ୍ରାଙ୍କଫର୍ଟ/ବର୍ଲିନ୍: ବାଧ୍ୟତାମୂଳକ ସାମରିକ ସେବା ପ୍ରତ୍ୟାହାର, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସରକାରୀ ଅନୁଦାନ ଏବଂ କ୍ରମବର୍ଦ୍ଧିଷ୍ଣୁ ସାଧାରଣ ଜୀବନଯାପନ ଖର୍ଚ୍ଚ ବିରୋଧରେ ଜର୍ମାନୀରେ ଯୁବପିଢ଼ିଙ୍କ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ‘ଜେନ୍ ଜି ରେଗେଲ୍ଟ’ ସଂଗଠନର ଆହ୍ୱାନରେ ବର୍ଲିନ୍, ଫ୍ରାଙ୍କଫର୍ଟ, ମ୍ୟୁନିଚ୍, ହାମ୍ବୁର୍ଗ ସମେତ ଦେଶର ୩୪ରୁ ଊର୍ଦ୍ଧ୍ୱ ସହରରେ ଦଶହଜାରରୁ ଅଧିକ ଯୁବକ-ଯୁବତୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। 

ତେବେ ଶନିବାର ରାତିରେ ଫ୍ରାଙ୍କଫର୍ଟରେ ଏହି ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିବା ବେଳେ ମୁଖାପିନ୍ଧା ଦୁର୍ବୃତ୍ତମାନେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନରେ ଲୁଟପାଟ୍ କରିବା ସହ ଭଙ୍ଗାରୁଜା କରିଛନ୍ତି। ଫ୍ରାଙ୍କଫର୍ଟ ସହର ମଧ୍ୟଭାଗରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୁଲିସକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଛି। ମୁଖାପିନ୍ଧା ଉପଦ୍ରବକାରୀମାନେ ଅଗ୍ନିଶମ ଓ ସୁରକ୍ଷା କର୍ମୀଙ୍କ ଉପରକୁ ପେଟ୍ରୋଲ୍ ବୋମା ଏବଂ ପଥର ମାଡ଼ କରିଥିଲେ। ପୁଲିସ ସାରା ସହରରେ ସାଧାରଣ ନାଗରିକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ ବାରମ୍ବାର ନିବେଦନ କରିଛି। ସେହିପରି ହାମ୍ବୁର୍ଗରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ପାଇଁ ତିଆରି ହୋଇଥିବା ବ୍ୟାରିକେଡ୍ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଵାଟର କ୍ୟାନନ୍ସ ବ୍ୟବହାର କରାଯାଇଛି।

Fire in Germany: ଜର୍ମାନୀରେ ଅଗ୍ନିକାଣ୍ଡ: ୩ ଭାରତୀୟଙ୍କ ମୃତ୍ୟୁ, ୫ ଗୁରୁତର

ଜର୍ମାନ କାନ୍ସେଲର ଫ୍ରିଡରିକ୍ ମେର୍ଜଙ୍କ ସରକାରୀ ନୀତିକୁ ସମାଲୋଚନା କରି ଯୁବ ସଂଗଠନର ବାକ୍ତା ଲିନା ଫ୍ରିଡରିଚ୍ କହିଛନ୍ତି ଯେ, ଆମେ ଯୁଦ୍ଧ କିମ୍ବା ବାଧ୍ୟତାମୂଳକ ନିୟମ ପାଇଁ ନୁହେଁ, ବରଂ ଶାନ୍ତି, ସ୍ୱାଧୀନତା ଏବଂ ସୁଦୃଢ଼ ଶିକ୍ଷା-ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ସଂଗ୍ରାମ କରୁଛୁ। ଅନ୍ୟପକ୍ଷରେ, ଜର୍ମାନୀ ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, ଶାନ୍ତିପୂର୍ଣ୍ଣ ଯୁବ ପ୍ରଦର୍ଶନର ସୁଯୋଗ ନେଇ କେତେକ ବାମପନ୍ଥୀ ଏବଂ ବିଦେଶୀ ଉଗ୍ରବାଦୀ ଗୋଷ୍ଠୀ ହିଂସା ସୃଷ୍ଟି କରୁଛନ୍ତି। ଫ୍ରାନ୍ସରେ ସମ୍ପ୍ରତି ଘଟିଥିବା ଗୃହଯୁଦ୍ଧ ଭଳି ଲୁଟପାଟ୍ ଓ ଭଙ୍ଗାରୁଜା ସ୍ଥିତି ଜର୍ମାନୀରେ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ହେସେ ରାଜ୍ୟର ଗୃହମନ୍ତ୍ରୀ ରୋମାନ୍ ପୋସେକ୍ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)