Welcome!

Unlock your personalized experience.
Sign Up

Protest: ଜୀବନ ହାରିଦେଲେ ଯୁବକ; ରାସ୍ତାରେ ମୃତଦେହ ରଖି ପ୍ରତିବାଦ

Jun 21, 2026 - 20:35
Protest: ଜୀବନ ହାରିଦେଲେ ଯୁବକ; ରାସ୍ତାରେ ମୃତଦେହ ରଖି ପ୍ରତିବାଦ

କୁଳିଅଣା (ନିହାର ରଂଜନ ବେହେରା): ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା କାମତା ଗ୍ରାମର ଜଣେ ଯୁବକ ଥାନାରୁ ନ୍ୟାୟ ପାଇବାରୁ ଥାନା ସମ୍ମୁଖରେ ବନରକ୍ଷୀଙ୍କ ପରିତ୍ୟକ୍ତ ସରକାରୀ କ୍ୱାଟରରେ ଫାଶୀ ଲଗାଇ ଜୀବନ ହାରିଛନ୍ତିl ମୃତ ଯୁବକ ଜଣକ ହେଉଛନ୍ତି କୁଳିଅଣା ଥାନା କାମତା ଗ୍ରାମର ଶକ୍ତି୍ପଦ ବାରିକଙ୍କ ପୁଅ ଶିବ ପ୍ରସାଦ ବାରିକ  ଓରଫ ଦିପୁ (୩୫)। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆଜି ମୃତଦେହ ରଖି ରାସ୍ତାରୋକ କରିଛନ୍ତି। 

ବାରିପଦା ସଦର ଥାନା ଅନ୍ତର୍ଗତ ବଜ୍ରତୁଣ୍ଡି ଗ୍ରାମର ଲିପୁ ବାରିକଙ୍କ ବୋଲେରୋଟି ଲିଜ ସୂତ୍ରରେ ଆଣି କାମତା ଗ୍ରାମର ସଂଗ୍ରାମ ବେହେରା ବ୍ୟବହାର କରୁଥିଲେl ଦିପୁ ଏହାର ମଧ୍ୟସ୍ଥି ଥିଲେl ଗତ ମେ ମାସ ୫ ତାରିଖ ରାତିରେ ତାଙ୍କ ଘରୁ ବୋଲେରୋଟି ଚୋରି ହୋଇଥିବା ସମ୍ପର୍କରେ କୁଳିଅଣା ଥାନାରେ ତାପରଦିନ ଅର୍ଥାତ ୬ ତାରିଖରେ ପ୍ରକୃତ ମାଲିକ ଏତଲା ଦାଏର କରିଥିଲେ l ଲିପୁ ହେଉଥିଲେ ଦିପୁଙ୍କର ସମ୍ପର୍କୀୟ l ତେଣୁ ଚୋରି ବୋଲେରୋ ଉଦ୍ଧାର କରିବାରେ ବିଳମ୍ବ ଯୋଗୁଁ ଦିପୁ  ସପରିବାର ସହ ଗତ ୭ ଜୁନ ସଂନ୍ଧ୍ୟାରେ କୁଳିଅଣା ଥାନା ସମ୍ମୁଖରେ ଧାରଣାରେ ବସିଥିଲେl 

Murder accused: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବି: ଶବକୁ ୧୫ କିମି ସାଇକଲ୍‌ରେ ବୋହିଲେ, ଥାନା ଆଗରେ ୪ ଘଣ୍ଟା ଧାରଣା

ଯେହେତୁ ଚୋରି ବଲେରୋ ସିଏ ଅଭିଯୋଗକାରୀ ନୁହନ୍ତି। ସେ କ୍ଷେତ୍ରରେ ପୁଲିସ ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି କହି ବୁଝାଇ ସୁଜାଇ ଦିପୁ ଓ ତାର ପରିବାରକୁ ଘରକୁ ପଠାଇ ଦେଇଥିଲେl ସେବେଠାରୁ ଦିପୁ  ମାନସିକସ୍ତରରେ ଚିନ୍ତିତ ଥିଲେl ପ୍ରଥମେ ଦିପୁକୁ ସ୍ଥାନୀୟ କେତେକ ଯୁବକ ବଞ୍ଚିଥିବ ଭାବି ଘଟଣାସ୍ଥଳରୁ କୁଳିଅଣା ଡାକ୍ତରଖାନାକୁ ଆଣିଥିଲେl ଅବସ୍ଥା କ୍ରମଶଃ ଉଦବେଗଜନକ ହେବାରୁ ଜରୁରୀକାଳୀନ ଚିକିତ୍ସା ଦାୟିତ୍ୟରେ ଥିବା ଡାକ୍ତର ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇ ଦେଇଥିଲେl ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl 

ଆଜି କୁଳିଅଣା ପୁଲିସର ଉପସ୍ଥିତିରେ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ କରାଇଛିl ମୃତକଙ୍କ ସାନଭାଇ ରିପୁ ବାରିକ କହିଛନ୍ତି ଥାନାରୁ ନ୍ୟାୟ ନପାଇ ଥାନା ସମ୍ମୁଖରେରେ ଥିବା ଏକ ପରିତ୍ୟକ୍ତ ଘରେ ବେକରେ ଗାମୁଛା ଲଗାଇ ଜୀବନ ହାରିଛନ୍ତିl କୁଳିଅଣାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବରୁ ପୁଲିସ ପକ୍ଷରୁ ରାଜପଥ ରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛିl 

ଆଜି ଅପରାହ୍ନରେ ଦିପୁର ଶବ ନିଜ ଗାଁରେ ପହଞ୍ଚିବା ପରେ ପୁଲିସର ନିଷ୍କ୍ରିୟତା ଓ ମୃତକ  ପରିବାର କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି  ପ୍ରଦାନ ଦାବିରେ ୧୮ ନଂ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି  ଯାନ ବାହାନ ଚଳ ପ୍ରଚଳ ବାଧାପ୍ରାପ୍ତ ହୋଇଥିଲାl ଖବର ପାଇ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଘଟଣାସ୍ଥଳରେ ପହଁଞ୍ଚି ଉପସ୍ଥିତ ଥିବା ପୁଲିସ ଅଧିକାରୀମାନଙ୍କ ସହିତ ମୃତକ ପରିବାରଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେl ସର୍ତ୍ତ ଅନୁଯାୟୀ କୁଳିଅଣା ଥାନା ଆଇଆଇସି ସୁଦୀପ କୁମାର ମହାପାତ୍ରଙ୍କ ଅନ୍ୟତ୍ର ବଦଳି ଏବଂ କ୍ଷତିପୂରଣ ବାବଦରେ ଉପରିସ୍ଥ ଅଧିକାରୀଙ୍କ ସହିତ ଅନୁରୋଧ କରା ଯାଇଥିବା ସମ୍ପର୍କରେ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତ ଘୋଷଣା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲାl