Protest : ଏସ୍ଆଇଆର୍ ପ୍ରତିବାଦ : ଦିଲ୍ଲୀ ପୁଲିସ ମୁଖ୍ୟାଳୟ ସାମ୍ନାରେ ମହିଳା ସଂଗଠନର ବିକ୍ଷୋଭ

Oct 17, 2026 - 20:21
Protest : ଏସ୍ଆଇଆର୍ ପ୍ରତିବାଦ : ଦିଲ୍ଲୀ ପୁଲିସ ମୁଖ୍ୟାଳୟ ସାମ୍ନାରେ ମହିଳା ସଂଗଠନର ବିକ୍ଷୋଭ

"ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନସଂଶୋଧନ (ଏସ୍ଆଇଆର୍) ପ୍ରତିବାଦ ସମୟରେ ମହିଳାମାନଙ୍କ ଉପରେ ହୋଇଥିବା ପୁଲିସ ନିର୍ଯାତନା ଅଭିଯୋଗ ନେଇ ଶନିବାର ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଓମେନ୍ସ ଆସୋସିଏସନ (ଏଆଇଡିଡବ୍ଲ୍ୟୁଏ), ନ୍ୟାସନାଲ ଫେଡେରେସନ ଅଫ୍ ଇଣ୍ଡିଆନ ଓମେନ୍ସ (ଏନ୍‌ଏଫ୍‌ଆଇଡବ୍ଲ୍ୟୁ), ଅଲ୍ ଇଣ୍ଡିଆ ପ୍ରୋଗ୍ରେସିଭ୍ ଓମେନ୍ସ ଆସୋସିଏସନ (ଏଆଇପିଡବ୍ଲ୍ୟୁଏ) ଏବଂ ଅଲିଫା (ଏଏଲ୍‌ଆଇଏଫଏ) ସମେତ ଅନେକ ମହିଳା ସଂଗଠନ ପକ୍ଷରୁ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ଅଭିମୁଖେ ଏକ ବିଶାଳ ମିଳିତ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନରେ ମହିଳାମାନଙ୍କ ସ୍ୱରକୁ ଚାପିଦେବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଅସଦାଚରଣ କରାଯାଇଥିବା ସଂଗଠନଗୁଡ଼ିକ ଅଭିଯୋଗ ଆଣିଛନ୍ତି।Advertisment ଆହୁରି ପଢନ୍ତୁ :Migrant Odia: ବାଙ୍ଗାଲୁରୁରେ ବନ୍ଧାପଡ଼ିଛି ଓଡିଆ ଶ୍ରମିକଙ୍କ ମୃତଦେହ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ନେତ୍ରୀ ଏନି ରାଜା ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି ଯେ, ଭୋଟ୍ ଚୋରି କିମ୍ବା ନିର୍ବାଚନ ପ୍ରକ୍ରିୟାରେ ହେରଫେର ହେଉଛି ମହିଳାମାନଙ୍କ ଉପରେ ସବୁଠାରୁ ବଡ଼ ଆକ୍ରମଣ।

ତେଣୁ ସେମାନେ ପ୍ରତିଦିନ ଏସ୍ଆଇଆର୍‌ର ସମ୍ପୂର୍ଣ୍ଣ ରଦ୍ଦ ଏବଂ ସିଇସିଙ୍କ ଇସ୍ତଫା ଦାବି କରି ପ୍ରତିବାଦ କରୁଛନ୍ତି।

ମୋଦୀ ସରକାର କିମ୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ବିନା ପୁଲିସ ଏଭଳି ବର୍ବର ଆଭିମୁଖ୍ୟ ଗ୍ରହଣ କରିବାକୁ କେବେହେଲେ ସାହସ କରିନଥାନ୍ତା।

ତେଣୁ ଏହି ସଙ୍ଗୀନ ଘଟଣା ପାଇଁ ଅମିତ ଶାହ ଏବଂ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

ଆହୁରି ପଢନ୍ତୁ :Alligation: ପ୍ରିୟାଗୋଲ୍ଡ ବିସ୍କୁଟ୍‌ରେ ଗୋଖାଦ୍ୟ ଭୁଷି ବ୍ୟବହାର ଅଭିଯୋଗ ଅନ୍ୟପଟେ ନୂଆଦିଲ୍ଲୀର କନଟ୍ ପ୍ଲେସ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଶୁକ୍ରବାର ଆନ୍ଦୋଳନ ସମୟରେ ଜାରି ହୋଇଥିବା ନିଷେଧାଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଶନିବାର ଅନେକ ଏଫ୍ଆଇଆର୍ ରୁଜୁ କରିଛି।

ପୁଲିସ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଲାଗୁ ହୋଇଥିବା ବେଳେ ଏକତ୍ରିତ ହୋଇଥିବା ଜନସାଧାରଣ ଓ ଆମ ଆଦମୀ ପାର୍ଟି (ଆପ୍) ସମର୍ଥକଙ୍କ ତ୍ରିରଙ୍ଗା ଶୋଭାଯାତ୍ରା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)