Dead: ଅବସରପ୍ରାପ୍ତ ସେନା ଯବାନଙ୍କ ଦୁର୍ଘଟଣାରେ ମୃତ୍ୟୁ

Oct 17, 2026 - 20:21
Dead: ଅବସରପ୍ରାପ୍ତ ସେନା ଯବାନଙ୍କ ଦୁର୍ଘଟଣାରେ ମୃତ୍ୟୁ

"ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କରମୂଳ ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ଅବସରପ୍ରାପ୍ତ ସେନା ଯବାନ ବେଣୁଧର ସାମଲ(୫୨)ଙ୍କର ଆଜି ଅପରାହ୍ନରେ ବାଇକ୍ ଦୁର୍ଘଟଣାରେ ପରଲୋକ ହୋଇଯାଇଛି।

Advertisment ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୪ଟା ସମୟରେ ସ୍ୱର୍ଗତ ସାମଲ ନିଜ ଗ୍ରାମରୁ ବାହାରି ତାଳଚେର ଅଞ୍ଚଳରେ ନିଜ କର୍ମସ୍ଥଳୀକୁ ଯାଉଥିବା ସମୟରେ କରମୂଳ-ଯୋରନ୍ଦା ରାସ୍ତାର   ଖଙ୍କର ଡଉଁରୀ ପୋଲ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ଯୋରରେ ବାଡ଼େଇ ହୋଇଥିଲେ।

ଫଳରେ ସେ ଗୁରୁତର ହୋଇଥିଲେ।

ଖବର ପାଇ ଯୋରନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବେଲଟିକିରି ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେଠାରେ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୂଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା।

ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ତାଙ୍କର ବିଧବା ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ତାଙ୍କର ଅକାଳ ମୃତ୍ୟୁରେ ଯୋରନ୍ଦା ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)