Prime Minister Narendra Modi: ଫଡ଼ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟେଇବାକୁ ଶିବସେନାର ଦାବି

Oct 29, 2026 - 16:58
Prime Minister Narendra Modi: ଫଡ଼ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟେଇବାକୁ ଶିବସେନାର ଦାବି

ମୁମ୍ବାଇ: ବିଧାନ ପରିଷଦ (ଏମ୍‌ଏଲ୍‌ସି) ନିର୍ବାଚନ ଫଳାଫଳ ଘୋଷଣା ପରେ ମହାରାଷ୍ଟ୍ର ରେ ଶାସକ ମହାୟୁତି ମେଣ୍ଟ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି।

ଭାରତୀୟ ଜନତା ପାର୍ଟି (ବିଜେପି) ଶିବସେନା ଉପରେ ଏକାଠି ନିର୍ବାଚନ ଲଢ଼ିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି।

ଜବାବରେ ଶିବସେନା ନେତାମାନେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବି କରୁଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଙ୍କୁ ହଟାଇ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ଦାବି ହେଉଛି।

ରାଜ୍ୟରେ ମୋଟ ପାଞ୍ଚଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରୁ ମେଣ୍ଟ ଦୁଇରେ ବିଜୟୀ ହୋଇଥିଲା।

Advertisment କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ତୀବ୍ର ଅନ୍ୟପକ୍ଷରେ ମହାରାଷ୍ଟ୍ରର ନାଗପୁର ବିଧାନ ପରିଷଦ ନିର୍ବାଚନରେ ବିଜୟ ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ତୀବ୍ର ହୋଇଛି।

ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଅଭିଜିତ ୱାଞ୍ଜାରୀ ବିଜେପିର ସୁଧାକର କୋହଲେଙ୍କୁ ୩,୨୭୧ ଭୋଟ୍‌ରେ ପରାସ୍ତ କରିଛନ୍ତି।

ଏହାପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ।

ନିର୍ବାଚନର ସମସ୍ତ ଫଳ ପ୍ରକାଶ ପାଇବା ପୂର୍ବରୁ ଫଡନାଭିସ କଂଗ୍ରେସକୁ କଟାକ୍ଷ କରି ଏକ ସାମାଜିକ ଗଣମାଧ୍ୟମରେ ଲେଖା ପ୍ରକାଶ କରିଥିଲେ।

କିନ୍ତୁ ନାଗପୁର ଆସନରେ କଂଗ୍ରେସ ବିଜୟୀ ହେବା ପରେ ସେ ଉକ୍ତ ଲେଖାକୁ ହଟାଇ ଦେଇଥିଲେ।

ଏହାକୁ ନେଇ କଂଗ୍ରେସ ତାଙ୍କୁ କଟାକ୍ଷ କରିବା ସହ ୨୦୨୯ରେ ଆହୁରି ବଡ଼ ରାଜନୈତିକ ଝଟ୍‌କା ମିଳିବ ବୋଲି କହିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ନିର୍ବାଚନ ହୋଇଥିବା ପାଞ୍ଚଟି ବିଧାନ ପରିଷଦ ଆସନରୁ ବିରୋଧୀ ମହାବିକାଶ ଅଘାଡ଼ି ତିନୋଟି ଆସନରେ ବିଜୟୀ ହୋଇଛି।

ଅବିଶ୍ରାନ୍ତ ବର୍ଷା: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ରଟିଙ୍ଗିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)