Price: ଦରଦାମ ଉପରମୁହଁା, ଆହୁରି ବଢ଼ିବ: ଏଲ୍‌ନିନୋ ପ୍ରଭାବରେ ଚାଉଳ ମହଙ୍ଗା ରହିବ

Nov 05, 2026 - 02:43
Price: ଦରଦାମ ଉପରମୁହଁା, ଆହୁରି ବଢ଼ିବ: ଏଲ୍‌ନିନୋ ପ୍ରଭାବରେ ଚାଉଳ ମହଙ୍ଗା ରହିବ

ସୁନା ୩ହଜାର, ରୁପା ୧୦ହଜାର ବଢ଼ିଲା ଭୁବନେଶ୍ବର: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଘଟିଛି।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ୨୯୦୦ ଟଙ୍କା ବୃଦ୍ଧି ପାଇ ୧,୩୦,୯୦୦ ଟଙ୍କାରେ ପହଞ୍ଚିଛି।

ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦର ୩୧୬୦ ଟଙ୍କା ବଢ଼ି ୧,୪୨,୮୦୦ ଟଙ୍କା ହୋଇଛି।

ରୁପା କେଜି ମଧ୍ୟ ଦିନକରେ ୧୦ହଜାର ଟଙ୍କା ବୃଦ୍ଧି ପାଇ ୨,୧୦,୦୦୦ ଟଙ୍କା‌ରେ ପହଞ୍ଚିଛି।

ଗତ ଅକ୍ଟୋବର ମାସ ସାରା ଉଭୟ ସୁନା ଓ ରୁପା ମୂଲ୍ୟରେ ବ୍ୟାପକ ସୁଧାର ହୋଇଥିଲା।

ନଭେମ୍ବର ମାସ ଆରମ୍ଭ ହେବା ଦିନଠାରୁ ସୁନା ଦର ବଢ଼ିବାରେ ଲାଗିଛି।

ଗତ ଚାରି ଦିନରେ ୩୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ୩୯୨୦ ଟଙ୍କା ମହଙ୍ଗା ହୋଇଛି।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ଏଲ୍‌ନିନୋ ପ୍ରଭାବରେ ଚାଉଳ ମହଙ୍ଗା ରହିବ ନୂଆଦିଲ୍ଲୀ: ଏଲ୍‌ନିନୋ ପ୍ରଭାବରେ ଚାଉଳ ଉତ୍ପାଦନ କମିବା ଆଶଙ୍କା ଦେଖାଦେଇଛି।

ଭାରତ ସମେତ ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ପାକିସ୍ତାନ ଓ ମାଲେସିଆରେ ଧାନ ଉତ୍ପାଦନ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି।

ଏଗ୍ରିକଲଚରାଲ୍‌ ମାର୍କେଟିଂ ଇନ୍‌ଫର୍ମେସନ୍ ସିଷ୍ଟମ୍ (ଏଏମ୍‌ଆଇଏସ୍‌)ର ଆକଳନ ଅନୁସାରେ, ଚାଉଳ ଉତ୍ପାଦନ ୨.୪% ହ୍ରାସ ପାଇ ୫୫୨.୪୭ ନିୟୁତ ଟନ୍‌କୁ ଖସିବ।

ଆମେରିକା କୃଷି ବିଭାଗର ଆକଳନ ଅନୁସାରେ, ଚଳିତ ବର୍ଷ ଭାରତରେ ଚାଉଳ ଉତ୍ପାଦନ ୪.୬% ହ୍ରାସ ପାଇ ୧୪୭ ନିୟୁତ ଟନ୍ ହେବ।

ଭାରତରେ ପୂର୍ବରୁ ଗଚ୍ଛିତ ଥିବା ଚାଉଳ ମହଜୁଦ ଯୋଗୁଁ ଘରୋଇ ଯୋଗାଣକୁ କିଛି ମାତ୍ରାରେ ସୁରକ୍ଷା ମିଳିବ।

ଦୀପାବଳି ପୂର୍ବରୁ ଚିନି ୪ ଟଙ୍କା ମହଙ୍ଗା Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ଭୁବନେଶ୍ବର: ଗତ ୪ ଦିନ ମଧ୍ୟରେ ଚିନି ଦର କେଜି ପିଛା ପ୍ରାୟ ୪ ଟଙ୍କା ବୃଦ୍ଧି ପାଇଛି।

ଖୁଚୁରା ବଜାରରେ ଚିନି କେଜି ୬୫ ଟଙ୍କା ହୋଇଛି।

ପାଇକାରୀ ବଜାରରେ ଚିନିର କ୍ବିଣ୍ଟାଲ ପିଛା ଦର ୫୯୦୦-୬୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଗତ ଅକ୍ଟୋବର ଶେଷ ଆଡ଼କୁ ଏହି ଦର ୫୮୦୦-୫୯୦୦ ଟଙ୍କା ଥିଲା।

ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଚିନି କ୍ବିଣ୍ଟାଲ ପିଛା ଦର ପ୍ରାୟ ୧୦୦ ଟଙ୍କା ବୃଦ୍ଧି ପାଇଛି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଜାତୀୟ ସ୍ତରରେ ମଧ୍ୟ ଚିନି ଦର ବଢ଼ିଛି।

ଖୁଚୁରା ବଜାରରେ ଚିନିର ହାରାହାରି ଦର କେଜିକୁ ୫୯ ଟଙ୍କା ୫୦ ପଇସା ଓ ପାଇକାରୀ ଦର ୫୫ ଟଙ୍କା ୪୦ ପଇସା ରହିଛି।

ଗତବର୍ଷର ନଭେମ୍ବର ତୁଳନାରେ ଦର ଚଳିତ ବର୍ଷ କେଜି ପିଛା ୧୨-୧୩ ଟଙ୍କା ଅଧିକ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)